-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
30-Sep-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ସଦର ମହକୁମା ସ୍ଥିତ ନୂଆଗୁଡା ନିବାସୀ ସଞ୍ଜୟ ଶତପଥୀ ଙ୍କ ଅକାଳ ବିୟୋଗରେ ଡାବୁଗାଁ ରେ ଏକ ଶୋକର ବାତାବରଣ ସୃଷ୍ଟି ହେଇଯାଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୧ ଘଣ୍ଟା ୩୦ ମିନିଟ୍ ସମୟରେ ନିଜ ଦୋକାନରେ ବସିଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ l ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସ୍ଥାନୀୟ ବାସିନ୍ଦା ମାନେ ସେଠାରେ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ l ସଞ୍ଚୟ ଶତପଥୀ ଡାବୁଗାଁର ବିଭିନ୍ନ ପୂଜା ଓ ପର୍ବ ପର୍ବାଣୀ ମାନଙ୍କରେ କେବେ ଜମରାଜ, ତୋ କେବେ କୃଷ୍ଣ, ତୋ ଆଉ କେବେ ଶ୍ରୀ ରାମ ଏପରି ବିଭିନ୍ନ ରୂପ ଭେଷ ହୋଇ ଠାକୁର ଭସାଣୀ ସମୟରେ ଡାବୁଗାଁ ସହରର ପ୍ରତ୍ୟେକ ଗଳି କନ୍ଦିରେ ବୁଲି ସମସ୍ତଙ୍କର ଅତି ନିକଟବର୍ତ୍ତୀ ହୋଇ ବେଶ୍ ସୁନାମ ଅର୍ଜନ କରି ସମସ୍ତଙ୍କ ସହିତ ପ୍ରିୟ ପାତ୍ର ହୋଇ ଉଠି ଥିଲେ l ତାଙ୍କର ଅକାଳ ବିୟୋଗରେ ଡାବୁଗାଁ ଜନସାଧାରଣ ରେ ଏକ ଶୋକ ର ଛାୟା ଖେଳେଯାଇଛି lପର୍ବ ପର୍ବାଣୀରେ ଆଗୁଆ ହୋଇ ସାମାଜିକ କାର୍ଯ୍ୟ କରିବାରେ ସେ ଥିଲେ ଧୂରନ୍ଧର l ତାଙ୍କୁ ହରାଇ ଡାବୁଗାଁ ର ସମସ୍ତ ଜନସାଧାରଣ ଶୋକାକୁଳ ପରିବେଶ ରେ ରହିଛନ୍ତି।ତାଙ୍କ ବିୟୋଗରେ ଡାବୁଗାଁ ଅଞ୍ଚଳ ରେ ଅପୂରଣୀୟ କ୍ଷତି ହୋଇ ରହିଗଲା lଅପରାହ୍ନ ରେ ତାଙ୍କର ପରିବାର ସହ ବନ୍ଧୁ ବାନ୍ଧବ, ସାଙ୍ଗ ସାଥିମାନେ ତାଙ୍କ ମର ଶରୀରକୁ ଉମରାହାଣ୍ଡି ନଦୀ ନିକଟସ୍ଥ ଶ୍ମସାନରେ ନେଇ ଦାହ କରିଥିଲା l ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି