-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||     

HOME   ଜିଲ୍ଲା

ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ

15-Sep-2025



ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ପୌରପାଳିକା ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଳାଉ ନ ଥିବା ଅଭିଯୋଗରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି। ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେପରିକି ବର୍ଷାଋତୁ ପୂର୍ବରୁ ପୌରାଂଚଳର ଯେତେ ସବୁ ଡ୍ରେନ, ବଡ ନାଳ ଅଛି ସେସବୁକୁ ମରାମତି ତଥା ଉଚିତ ସଫେଇ କରିବା କଥା କିନ୍ତୁ ବଲାଙ୍ଗିର ପୌରପାଳିକା ସେ କାମ ଠିକ୍ ଭାବେ କରୁନଥିବାରୁ ଟିକିଏ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରକୁ ଆସିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ପୌରପାଳିକା ନିଜେ ସମାଧାନ କରିବା ପରିବର୍ତ୍ତେ ନିଜ ଦୋଷ ଓ ଡ୍ରେନ ନିର୍ମାଣରେ ନିଜ ଦ୍ୱାରା ହୋଇଥିବାରୁ ଦୁର୍ନୀତିକୁ ଘୋଡାଇବା ପାଇଁ ଜାତୀୟ ରାଜପଥ ବିଭାଗକୁ ଦୋଷ ଦେଇ ବଲାଙ୍ଗିରବାସୀଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି। ଗତ କିଛି ବର୍ଷ ହେବ ବଲାଙ୍ଗିର ଟାଉନ ହଲ ପାଇଁ କୋଟକୋଟି ଟଙ୍କାର ଅନୁଦାନ ଆସି କାମ ହୋଇଛି କିନ୍ତୁ ଦୁଃଖର ବିଷୟ ଟାଉନ ହଲର ସ୍ଥିତିରେ କୌଣସି ସୁଧାର ହୋଇନି, ଲୋକଙ୍କ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏହା ବ୍ୟବହାର ହେବା ପରିବର୍ତ୍ତେ ଏହା ପୌରପାଳିକାର ଗେରେଜ ଓ ଅବ୍ୟବହୃତ ଜିନିଷର ଗୋଦାମଘର ଭାବେ ବ୍ୟବହାର ହେଉଛି। ଏଠାରେ ଆମେ ଆହୁରି ମଧ୍ୟ ସୂଚେଇ ଦେଉଛୁ ଯେ ବହୁ ବର୍ଷ ହେବ ଟାଉନ ହଲକୁ ମରାମତି ଆଳରେ ବନ୍ଦ କରି ଦିଆଯାଇଥିବାରୁ ସହରର କୌଣସି ସମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରୁ ନାହିଁ। ଏପରିକି ସହରରେ ଅଡିଟୋରିୟମ ଅଭାବରୁ ଆଜିକାଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ/ ସମାବେଶ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଅଡିଟୋରିୟମରେ ଆୟୋଜିତ ହେବା ଦ୍ୱାରା ମେଡିକାଲ କଲେଜର ଚିକିତ୍ସା ଓ ଶିକ୍ଷଣୀୟ ପରିବେଶ ଉପରେ କୁପ୍ରଭାବ ପଡୁଛି ବୋଲି ଜିଲ୍ଲାର ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ଅଭିଯୋଗ କରନ୍ତି । ତେଣୁ ଟାଉନହଲ ଉନ୍ନତିକରଣରେ ଅହେତୁକ ବିଳମ୍ବ ପାଇଁ ହୋଇ ଥିବା ଦୁର୍ନୀତିର ଅନୁସନ୍ଧାନ ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନଗର କଂଗ୍ରେସ ଅନୁରୋଧ କରିଛନ୍ତି । ମହାରାଣୀ ସାଗର ଦୁର୍ନୀତି ହେଉଛି ବଲାଙ୍ଗିର ପୌରପାଳିକାର ଆଉ ଏକ ମହା ଦୁର୍ନୀତି । କୋଟିକୋଟି ଟଙ୍କାର ଅନୁଦାନକୁ ପୌରପାଳିକା ଚଂଚକତା କରି କାର୍ଯ୍ୟରେ ଅଭିଜ୍ଞତା ନ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏତେ ବଡ ମହାରାଣୀ ସାଗର ସୌନ୍ଦର୍ଯିକରଣ କାମ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରି ଏହି ଦଶନ୍ଧିର ସବୁଠାରୁ ବଡ ଦୁର୍ନୀତି କରିଛନ୍ତି ତେଣୁ ଏହି ଅପାରଗତା ଓ ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ଭିଜିଲେନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନଗର କଂଗ୍ରେସ ଦାବି କରିଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରି ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅସିତ ମିଶ୍ର, ଚିନ୍ମୟ ବେହେରା, ନିତିଶ ପଧାନ, ବ୍ରଜ ସେଠୀ, ସୋହନ ନାଏକ, ରିତେଶ ବେଦବାକ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରିତମ ସୁନା, ଦିପ୍ତି ରଞ୍ଜନ, ସମୀର, ରିପୁନ ପଧାନ, ରାଜେଶ ପ୍ରମୂଖ ଉପସ୍ଥିତ ଥିଲେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026

You Might Also Like