-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
28-Aug-2025
(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ପ୍ରସ୍ତାବ କ୍ରମେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ବୁଧବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏହି ଭେଟ୍ଘାଟ୍ ପର୍ବ ଆୟୋଜନ କରାଯିବାକୁ ସ୍ଥିରୀକୃତ ହେଇଛି। ସେଠାରେ ଶ୍ରୀଜୀଉମାନଙ୍କର ଦର୍ଶନ ସହିତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଟିତ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚୀତ କରା ଯାଇଛି।ଏହି ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ,ସହ ସଂପାଦକ ବଳରାମ କାଣ୍ଡ, ସଦସ୍ୟ ନାରାୟଣ ପ୍ରସାଦ ନାୟକ,ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡା,ଚମରା ମହାକୁର,ସତ୍ୟ ନାରାୟଣ ନାୟକ,ଅକ୍ରୂର କୁମାର ଦନ୍ତା, ଗୋପୀନାଥ ମହାକୁର, କୃଷ୍ଣଚନ୍ଦ୍ର ପାଢ଼ୀ, ଦୟାନିଧି ହୋତା, ଜୀତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l