-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଚୁଲିଫୁଙ୍କା ଛକ ନିକଟ ରେ ଗୁରୁବାର କାର ଧକ୍କା ରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ମାନେ ହେଳେ ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁ ର ଘୁର୍ଷ ମାହାନନ୍ଦ, ତାଙ୍କ ପୁଅ ଜିତେଶ ମାହାନନ୍ଦ, ଝିଅ ଯଶୋବନ୍ତି ମାହାନନ୍ଦ ବାଇକ ଯୋଗେ ବଙ୍ଗୋମୁଣ୍ଡା ଦେଇ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ କୁ ଆସୁଥିବା ବେଳେ ଚୁଲିଫୁଙ୍କା ଛକ ଠାରେ କାର ଟି ଧକ୍ମା ଦେଇ ଫେରାର ମାରିଥିଲା। ରକ୍ତାକ୍ତ ଅବସ୍ଥା ରେ ତିନି ଜଣ ରାସ୍ତା କଡ ପଡିଥିବା ଦେଖି ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହାନୀ ଙ୍କୁ ଖବର ଦେବା ପରେ ଅଗ୍ନିଶମ ବାହାନୀ ତାଙ୍କୁ ଉଦ୍ଧାର କରି ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ରେ ଭର୍ତ୍ତି କରାଇଥିଲେ। ଯଶୋବନ୍ତି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଘୁର୍ଷ ମାହାନନ୍ଦ, ତାଙ୍କ ପୁଅ ଜିତେଶ ମାହାନନ୍ଦ ଆହତ ହୋଇଛନ୍ତି। କାର ଧକ୍କା ଦେବା ଫଳରେ ତାଙ୍କ ବାଇକ ଟି ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ଅଧିକ ତଦନ୍ତ କରି କାର ଚାଳକ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହେଉଛି।