-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||     

HOME   ଜିଲ୍ଲା

ବହ୍ଲବ ହତ୍ୟାକାଣ୍ଡ ଅନ୍ତରାଳେ...

17-Jul-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ବଲ୍ଲବ କ୍ଷେତୀ ଏହି ନାଁଟି ଗଜବନ୍ଧ ପଞ୍ଚାଯତ କି ଡୁଙ୍ଗୁରିପାଲି ବ୍ଲକ ନୁହେଁ । ସମଗ୍ର ସୁବର୍ଣ୍ଣପୁର ଜିଲାରେ ପରିଚିତ, ଜଣାଶୁଣା । ଜଣେ ଉଦୀୟମାନ ପଞ୍ଚାଯତ ସ୍ତରୀୟ ନେତା, ସଂଗଠକ, ମେଳାପୀ, କର୍ମୀବତ୍ସଳ ଭାବେ ଜଣାଶୁଣା । ନିଜ ପଞ୍ଚାୟତକୁ ବ୍ଲକ ତଥା ଜିଲାସ୍ତରରେ ଅଗ୍ରଣୀ ପଞ୍ଚାଯତ ଭାବେ ଗଢ଼ି ତୋଳିବା ନେଇ ଅନେକ ସ୍ବପ୍ନ ଦେଖୁଥୁବା ଜଣେ ଉଦୀୟମାନ ଯୁବ ନେତୃତ୍ବ । ନିପଟ ମଫସଲ କେନ୍ଦୁପାଲି ଗ୍ରାମର ହୋଇଥିଲେ ହେଁ ସମଗ୍ର ଜିଲାରେ ସେ ସରପଞ୍ଚ ତଥା ବନ୍ଧୁ ମହଲରେ ଖୁବ୍ ଜଣାଶୁଣା । ସମସ୍ତଙ୍କୁ ନିଜର କରିପାରୁଥିବା, ସଂଗଠନକୁ ମଜବୁତ କରିବାର ଦକ୍ଷତା ତାଙ୍କଠାରେ ରହିଥିଲା ।
୨୦୧୭ରେ ସେ ଗଜବନ୍ଧ ପଞ୍ଚାଯତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୨ରେ ପତ୍ନୀ ବାସନ୍ତୀ କ୍ଷେତୀଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରାଇଥିଲେ । ନିଜ ଗାଁ ତଥା ପଞ୍ଚାୟତବାସୀଙ୍କ ବିପଦ ଆପଦ ସମଯରେ ଠିଆ ହେଉଥିଲେ । ଲୋକଙ୍କୁ ଆଗକୁ ବଢ଼ିବାର ରାସ୍ତା ଦେଖାଇବା ସହ ଯୁବଗୋଷ୍ଠୀଙ୍କୁ ଶିକ୍ଷିତ, ସଂଗଠିତ ହେବାକୁ ପ୍ରେରଣା ଦେଉଥିଲେ । ଏଭଳି ଜଣେ ଉଦୀୟମାନ ନେତାଙ୍କୁ କେତେକ ଦୁର୍ବୃତ୍ତ ଗତ ୧୦ ରାତି ୧୦ଟାରେ ଗାଁ ରାସ୍ତାରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ୪ଜଣ ଅଭିଯୁକ୍ତ ଧରାପଡ଼ିଥିଲେ ହେଁ ତାଙ୍କୁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କରାଯାଇଛି ତାହାର ସଠିକ୍ ସୂଚନା ଲୋକଲୋଚନକୁ ଆସିପାରି ନ ଥିବା ଚର୍ଚ୍ଚା ହେଉଛି । ଜମିବାଡ଼ି, ରାଜନୈତିକ ଆକ୍ରୋଶ ଯୋଗୁଁ ବଲ୍ଲବଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଥିବା ବେଳେ ଏହାର ବିଭିନ୍ନ ଦିଗକୁ ତର୍ଜମା
କରି ତଦନ୍ତ କରାଗଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦାବି ହେଉଛି ।
ଜିଲା ପୁଲିସ ମୁଖିଆ ଏହାକୁ ଜମିଜମା ଓ ରାଜନୈତିକ ଉଦ୍ଦେଶ୍ୟଜନିତ ହତ୍ୟାକାଣ୍ଡ ହୋଇପାରେ ବୋଲି ବଯାନ ଦେଉଥିଲେ ହେଁ ଲୋକେ ଏହାକୁ ସହଜରେ ଗ୍ରହଣ କରୁ ନାହାନ୍ତି । ପ୍ରଥମତଃ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଯୋଗେଶ୍ଵର ଭୋଇ(୪୨)ଙ୍କ ସହ ଜମିବାଡ଼ି ସମସ୍ୟାକୁ ନେଇ ବଲ୍ଲବଙ୍କ ଅନେକ ସମୟରେ ଝଗଡ଼ା ହୋଇଛି ।

ଏହା ଯଦି ମୁଖ୍ୟ କାରଣ ବୋଲି ଗ୍ରହଣ କରାଯାଏ ତା'ହେଲେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କ ଏଥିରେ ସମ୍ପୃକ୍ତି ରହିବାର କୌଣସି କାରଣ ନାହିଁ । କାହିଁକି ନା ଉକ୍ତ ଜମି ସହ ଏମାନଙ୍କ କୌଣସି ସମ୍ପର୍କ ନାହିଁ କି ଯୋଗେଶ୍ଵରଙ୍କ ସହିତ ଏମାନଙ୍କ ରାଜନୈତିକ ଶତୃତା ନାହିଁ I ଦ୍ଵିତୀଯତଃ ସୁଜେଇ ଧନଞ୍ଜୟ ପଶାୟତ ଓ ଜଗଦିଶ ବଗତ୍ତି ଦୁହେଁ ଗ୍ରାମର I ଜଗଦିଶ ପ୍ରଥମେ ବିଜେଡିର ଜଣେ କର୍ମା ରହିଥ‌ିବା ବେଳେ ପଶାୟତ ବିଜେପିର ଆଗଧାଡ଼ିର କର୍ମୀ । ବସ୍ତୁବ କ୍ଷେତୀ ୨୦୧୭ ରେ ଯେତେବେଳେ ସରପଞ୍ଚ ହୋଇ ଥିଲେ ସେଥିରେ ଜଗଦିଶଙ୍କ ଯଥେଷ୍ଟ ଭୂମିକା ରହିଥିଲା । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ମଧ୍ୟ ରହିଥିଲା । ଗତ ବିଧାନସଭା ନିର୍ବାଚନ ପରଠାରୁ ଜଗଦିଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଉଭୟ ପଶାଯତ ଓ ଯୋଗେଶ୍ଵର ଗଳବନ୍ଧ ପଞ୍ଚାୟତର ଜଣେ ଆଗଧାଡ଼ିର କର୍ମୀ ଭାବେ ପରିଚିତ ହୋଇଥିଲେ । ଉଭୟଙ୍କ ଘନିଷ୍ଠତା ପରେ ବଲ୍ଲବଙ୍କୁ ପଞ୍ଚାୟତର ବିଭିନ୍ନ କାମକୁ ବିରୋଧ କରି ଆସୁଥିଲେ । ବିଭିନ୍ନ ଠିକା କାମ ଉଭୟ ଗୋଷ୍ଠୀ ହାତେଇବାକୁ ଚେଷ୍ଟା କରୁଥିଲେ । ଏଥିରେ ଉଭୟେ ବିଫଳ ହୋଇଥିବା ମଧ୍ୟ ଜନସାଧାରଣରେ ଚର୍ଚ୍ଚା ହେଉଛି । ବଲ୍ଲବଙ୍କ ରାଜନୈତିକ ଦବ୍‌ଦବା ଦିନକୁ ଦିନ ବୃଦ୍ଧି ପାଇବା ଓ ବିରୋଧ ଏହାକୁ ମୁକାବିଲା କରିବାରେ ବିଫଳ ହେବା ବୋଧହୁଏ ବିରୋଧୀଙ୍କୁ ଇର୍ଷାନିତ କରିଥିଲା । ଏହା ସହ ବିଭିନ୍ନ ଛୋଟମୋଟ ଘଟଣାକୁ ନେଇ ଅଞ୍ଚଳରେ କେତେକଙ୍କ ସହ ବଲ୍ଲବଙ୍କ ମତାନ୍ତର ଦେଖା ଦେଇଥିଲା । ଗୋଟିଏ ପଟେ ଜଣକ ସହ ଜମିଜମା ବିବାଦ ରହିଥ‌ିବା ବେଳେ ଅନ୍ୟ ପଟରେ ୨ଜଣ ବଲ୍ଲବଙ୍କ ରାଜନୈତିକ ପ୍ରତିଦ୍ଵନ୍ଦୀ । ଗତ ପଞ୍ଚାୟତ ନିର୍ବାଚନରେ ବଲ୍ଲବଙ୍କ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ କେତେକ ଏଥିରେ ସାମିଲ ଥାଇପାରନ୍ତି । ସେ ଦିଗରେ ମଧ୍ୟ ପୁଲିସ ତଦନ୍ତର ଆବଶ୍ୟକ‌ତା ରହିଛି । ପୁଲିସ ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରି ନ ପାରିବା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି । ବ୍ୟବହୃତ ମାରଣାସ୍ତ୍ର କୋର୍ଟରେ ଦାଖଲ କରା ନ
ଗଲେ ଦୋଷୀଙ୍କ ବିରୋଧରେ ଠୋସ୍ ପ୍ରମାଣ ତଛଡା ହୋଇଯିବ। ଯିବ। ଆରକ୍ଷୀ ଅକ୍ଷକଙ୍କ କହିବା ଅନୁସାରେ କେନାଲର ଗଭୀର ପାଣିରେ 

  ମାରଣାସ୍ତ୍ରକୁ ଅଭିଯୁକ୍ତମାନେ ଫୋପାଡ଼ି ଦେଇଛନ୍ତି । କେନାଲ ପାଣି ବନ୍ଦ କରି ଏହା ଉଦ୍ଧାର କରାଯାଇ ପାରିଥାନ୍ତା । ପୁଲିସ ଏ ଦିଗରେ କାହିଁକି ପଦକ୍ଷେପ ନେଇ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ବିଗତ ଦିନରେ ନୟାଗଡ଼ ପରୀ ହତ୍ୟାର ପ୍ରମାଣ ପାଇଁ ପୁଲିସ ଏକ ପୋଖରୀ ପାଣିକୁ ନିଷ୍କାସନ କରାଇଥିଲା । ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ଗୋପାଳ ଦାସର ହାତ ଲେଖା ଚିଠି ପାଇବାକୁ ପାଇଖାନା ଟାଙ୍କିକୁ ଖୋଳା ଯାଇଥିଲା। ବଲ୍ଲବ ହତ୍ୟାକାଣ୍ଡର ମାରଣାସ୍ତ୍ର ଉଦ୍ଧାର ପାଇଁ ପୁଲିସ କାହିଁକି କେନାଲ ପାଣି ବନ୍ଦ କରି ନଥିଲେ ବୋଲି ପ୍ରଶ୍ନ ଉଠୁଛି । ହତ୍ୟାକାଣ୍ଡର ରାଜନୈତିକ ଦିଗ ପ୍ରତି ତଦନ୍ତ କରିବାକୁ ଜିଲା ଡୁମାଲ ସମାଜ ପକ୍ଷରୁ ଆରକ୍ଷୀ ଅକ୍ଷକଙ୍କୁ ଦାବି କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କ ଫୋନକଲ୍ ରେକର୍ଡିଂ ସହ ଯାଞ୍ଚ କରାଯିବାକୁ ସଭାପତି ଅଶ୍ବିନୀ ମହାକୁର ଓ ସମ୍ପାଦକ ଈଶ୍ବର କର୍ମୀ ଦାବି କରିଛନ୍ତି । ବଲ୍ଲବଙ୍କ ହତ୍ୟା ପରେ ବୀରମହାରଜପୁର ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ ସଭାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ବେଳେ ଖୋଦ ନିଜ ବ୍ଲକ ସରପଞ୍ଚ 
ସଂଘ ଏକ ନିନ୍ଦା ପ୍ରସ୍ତାବ ବ୍ୟତୀତ କୌଣସି ପ୍ରତିକ୍ରିୟା ଦେଖାଉ ନଥୁବା ଦେଖିବାକୁ ମିଳିଛି । ଏହା ସହ ଏଭଳି ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡରେ ଶାସକ ଦଳ ପକ୍ଷରୁ ତଦନ୍ତ ପାଇଁ କୌଣସି ଦାବି ହୋଇନଥ୍‌ବା ଦେଖାଯାଇଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ କେବଳ ସମାଜିକ ଗଣମାଧ୍ୟମରେ ଓଁ ଶାନ୍ତି, ଦୁଃଖଦ ଘଟଣା, ତଦନ୍ତ କରାଯାଉ, ଦୋଷୀ ଦଣ୍ଡ ପାଉ ଲେଖ୍ କର୍ଭବ୍ୟ ନିଭାଉଥ‌ିବା ଦେଖୁବାକୁ ମିଳିଛି । ବଲ୍ଲବ ହତ୍ୟାକାଣ୍ଡ ରହସ୍ୟ ପର୍ଦ୍ଦାଫାସ କରିବାକୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜନତା ଜନାର୍ଦ୍ଦନ ଙ୍କ ଗୁହାରି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026

You Might Also Like