-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
07-Jul-2025
ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତର ଭଅଁରା ଗ୍ରାମକୁ ଘେରି ରହିଛି ଦୁଇଟି ନଦୀ ଗୋଟେ ପଟେ ଖରେସ୍ରୋତା ଅନ୍ୟ ପାର୍ଶ୍ଵରେ ତନ୍ତୀଘାଇ ନଦୀ ପ୍ରବାହିତ ହେଉଛି । ଦୀର୍ଘ ବର୍ଷ ହେବଏହି ପଞ୍ଚାୟତର ୬ନମ୍ବର ୱାର୍ଡ ହନୁମାନ ଠାକୁରଙ୍କ ନିକଟରୁ ବଡ଼ବନ୍ଧ ପର୍ଯ୍ୟନ୍ତ ଯାଇଥିବା ଢଳେଇ ରାସ୍ତା ଭାଙ୍ଗି ରୁଜି ଗଲାଣି ଅଞ୍ଚଳ ବାସୀ ଅସୁବିଧା ଭୋଗୁଛନ୍ତି । ଏପରିକି ଗୋଟିଏ ବାଇଏହି ରାସ୍ତାରେ ଆସିଲେ ଆଉ ଗୋଟିଏ ବାଇକ୍ ଯିବାକଷ୍ଟକର ହୋଇପଡୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ସ୍ଥାନ ଫାଟସୃଷ୍ଟି ହେବା ସହ ବଡ଼ ବଡ଼ ଖାଲ ମଧ୍ଯ ସୃଷ୍ଟି ହୋଇଛି । ଭଅଁରା ପଞ୍ଚାୟତର ୬ ନମ୍ବର ୱାର୍ଡ଼ରେ ଥିବା ପକ୍କା ରାସ୍ତାଟି ଏବେ ବିପର୍ଯ୍ୟସ୍ତ ହୋଇପଡ଼ି ପଡ଼ିଛି । ରାସ୍ତାଟି ଫାଟି ଏବେଆଁ କଲାଣି । ଯାହା ଫଳରେ ଯାତାୟାତରେ ଅଞ୍ଚଳବାସୀନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ସ୍ଥାନରେ ରାସ୍ତାରେ ଗଛଲତା ମାଡ଼ି ଗଲାଣି । ଧୂରେ ଧୂରେ ରାସ୍ତା ସଙ୍କୁଚିତ ହେଉଥ୍ ଉଥିଲେ ମଧ୍ୟ ଏହା ଏହାକୁ ସଫା କରାଯାଉନାହିଁ । ବିଶେଷ କରି ରାତି ସମୟରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଭିନ୍ନ କାର୍ଯ୍ୟରେ ଲୋକେ ଲାକେ ବିପଦ ସଙ୍କୁଳ ଭାବେ ଯାତାୟାତ କରୁଛନ୍ତି। ବହୁ ସମୟରେ ମଧ୍ଯ ପଞ୍ଚାୟତବାସୀ ଦୁର୍ଘଟଣାର ଶିକାର ହେଉଥୁବା ମଧ୍ଯ ନଜିର ରହିଛି । ଭଅଁରା ଓ ବୋଦୁଅପଞ୍ଚ ପଞ୍ଚାୟତର ରାଇପୁର, ପୋଡପୋଡା, ପଣ୍ଡାସାହି, ପାଳସାହି ଲୋକଙ୍କ ପାଇଁ ଏହି ରାସ୍ତ ରାସ୍ତାଟି ମୁଖ୍ୟରାସ୍ତା । ଏହି ରାସ୍ତା ଦେଇ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ କଲେ ଲଜ ଯାଉଛନ୍ତି । ରାସ୍ତା ବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ସେମାନଙ୍କୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷକରି ଜରୁରିକାଳୀନ ସମୟରେ ଏକ ଗା ଗାଡ଼ି ଅଞ୍ଚଳକୁ ଆସିବାରେ କାଠିକାର ପାଠ ହେଉଛି। ରାସ୍ତାନିର୍ମାଣ ହେବାର ଦୀର୍ଘ ବର୍ଷ ବିତିଯା ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମରାମତି ହୋଇନାହିଁ । ଫଳରେ ଏହାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ବ୍ଳକ ପ୍ରଶାସନ ଭଅଁରା ପଞ୍ଚାୟତର ଗତର ଏହି ସମସ୍ଯାକୁ ପ୍ରଶାସନ ଗୁରୁତର ସହ ନେଇ ଉକ୍ତ ରାସ୍ତାକୁ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।