-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ, ପୁରୁଣାକଟକ ରେଳଚଚଳାଚଳ ଉଦଘାଟନୀ ଉତ୍ସବ: ରେଳପଥ ସମନ୍ୱୟ କମିଟିସଭ୍ୟ ସମ୍ବର୍ଦ୍ଧିତ

20-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳର ଆଭାସୀ ମାଧ୍ୟମରେ ଆଜି ଶୁଭ ଉଦଘାଟନ ହୋଇଯାଇଛି। ବୌଦ୍ଧ ଜିଲ୍ଲାକୁ ବହୁପ୍ରତିକ୍ଷିତ ଟ୍ରେନ ଗଡିଥିବାରୁ ବୌଦ୍ଧ ଜିଲ୍ଲାବାସୀ ଖୁବ ଉତ୍ସାହିତ ହୋଇଛନ୍ତି । ସେଥିପାଇଁ ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ବୌଦ୍ଧ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଲୋକ ସମ୍ମିଳିତ ହୋଇ ରେଳଚଳାଚଳକୁ ସ୍ୱାଗତ କରିଛନ୍ତି । ଠିକ ଅପରାହ୍ନ ୪.୩୦ରେ ବୌଦ୍ଧ ଷ୍ଟେସନରୁ ବୌଦ୍ଧ-ସମ୍ବଲପୁର ରେଳ ଚଳାଚଳ ଆରମ୍ଭ ହୋଇଥିଲା ।  ଦୀର୍ଘ ୫୦ବର୍ଷର ସ୍ୱପ୍ନ ସାକାର ହୋଇଥିବାରୁ ବୌଦ୍ଧବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବୌଦ୍ଧ ଷ୍ଟେସନରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀଦଳର ଉପମୁଖ୍ୟସଚେତକ ସରୋଜ ପ୍ରଧାନ, ସମ୍ମାନିତ ଅତିଥି 

ଭାବରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଧାନ,ଏସପି ରାହୁଲ ଗୋୟଲ ଓ ସମ୍ବଲପୁର  ରେଲୱେ ଡିଆରଏମ ସୁଭାଷଚନ୍ଦ୍ର ଚୌଧୁରୀ ଯୋଗଦେଇ ଥିଲେ। ମୁଖ୍ୟଅତିଥି ଶ୍ରୀ ପଧାନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ କରି ସରକାରଙ୍କୁ ଚାପ ପକାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମନ୍ୱୟ କମିଟିର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଯୋଗଦେଇଥିବା ସମନ୍ୱୟ ସମିତିର ଅଧ୍ୟକ୍ଷ ବରିଷ୍ଠ ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ଓ ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥିଙ୍କ ନେତୃତ୍ୱରେ ଯାଇଥିବା ଟିମରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କମିଟି ସଦସ୍ୟ ରମେଶ ଅଗ୍ରୱାଲଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ସରୋଜ ପଧାନ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଠିକ ସେହିପରି ସୋନପୁର ଜିଲ୍ଲାରୁ ଯାଇଥିବା ଶ୍ରମିକନେତା ଗୋବିନ୍ଦ ମହାରଣା, ବୌଦ୍ଧ ଜିଲ୍ଲାର ପ୍ରତ୍ୟୁଷ ମିଶ୍ର, ବିଶେଶ୍ୱର ପୃଷ୍ଟି, ଦେବାଶିଷ ପୁରୋହିତ, ରଘୁନାଥ ଷଢଙ୍ଗୀ, ଯୁଗଲ ସାମଲଙ୍କୁ ଅତିଥିଗଣ ସମ୍ବର୍ଦ୍ଧନା ଦେଇଥିଲେ । ଆଜିଠାରୁ ବୌଦ୍ଧରୁ ସମ୍ବଲପୁରକୁ ଓ ପୁରୁଣାକଟକରୁ ବୌଦ୍ଧକୁ ଦୁଇଟି ଟ୍ରେନଚଳାଚଳର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଳବିଭାଗର ଅଧିକାରୀ କର୍ମଚାରୀ ତଥା ବୌଦ୍ଧ ଜିଲ୍ଲାର ପ୍ରଶାସନିକ ଅଧିକାରୀଗଣ ଯୋଗଦେଇଥିଲେ । ପ୍ରକାଶ ଯେ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଗତ ୧୯୯୪ ମସିହାରୁ ଅନୁମୋଦନ ଲାଭ କରିଥିଲେ ହେଁ କାମ ତ୍ୱରାନ୍ୱିତ ହେଉନଥିଲା । ବିଭିନ୍ନ ସମୟରେ ଏନେଇ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ, ନୟାଗଡବାସୀ ଆନ୍ଦୋଳନ କରି ଆସୁଥିଲେ। ଗତ ୨୦୧୫ ମସିହାରେ ରେଳବିଭାଗ ଓ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତି ହୋଇ କାମକୁ ତ୍ୱରାନ୍ୱିତ କରାଗଲା। କିନ୍ତୁ ତଥାପି ୨୦୨୦ ମସିହା ସୁଦ୍ଧା ସେତେଟା ଅଗ୍ରଗତି ହୋଇପାରିଲା ନାହିଁ । ତେଣୁ ଗତ ୨୦୨୨ ମସିହାରେ ବୌଦ୍ଧଠାରେ ଏକ ବୈଠକ କରାଯାଇ ଏକ ସମନ୍ୱୟ କମିଟି ଗଠନ କରାଯାଇ ବଲାଙ୍ଗୀରର ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇ ଥିଲା। ଏହାପରେ ବୌଦ୍ଧ,ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ବୈଠକ କରାଯାଇ ତିନି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା । ଏପରିକି ତତକାଳିନ ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତଙ୍କୁ କମିଟି ସଦସ୍ୟ ଭେଟି ଜଙ୍ଗଲ ଓ ପରିବେଶ ଅନୁମତି କରାଇବାକୁ ଆଲୋଚନା କରାଯାଇଥିଲା । କମିଟି ସଦସ୍ୟ ମାନେ ଭୁବନେଶ୍ୱର ଯାଇ ସେଠାରେ ବିଭିନ୍ନ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରାଯାଇ 

ପ୍ରକଲ୍ପର ପରିବେଶ ଅନୁମତି କରାଇବାରେ ସଫଳ ହୋଇଥିଲେ। ବିଭିନ୍ନ ସମୟରେ କେନ୍ଦ୍ର ରେଳମନ୍ତ୍ରୀ, ଅନ୍ୟାନ୍ୟମନ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ମଧ୍ୟ କମିଟି ଭେଟି ଆଲୋଚନା କଲା ପରେ ରେଳବିଭାଗ ଏହାର ବଜେଟ ବଢାଇ କାମକୁ ତ୍ୱରାନ୍ୱିତ କରାଇଥିଲେ । ସାଂସଦ ଶ୍ରୀମତୀ ସିଂଦେଓ ପାର୍ଲାମେଣ୍ଟ ରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିବା ସହିତ ରେଳମନ୍ତ୍ରୀଙ୍କୁ ଭେଟି କାମ ତ୍ୱରାନ୍ୱିତ କରିବାକୁ ଦାବି କରି ଆସୁଥିଲେ l ଶେଷରେ ଆଜି ବୌଦ୍ଧର ପୁରୁଣାକଟକ ପର୍ଯ୍ୟନ୍ତ ରେଳଚଳାଚଳ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦୨୬ ସୁଦ୍ଧା ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରେଳପଥ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ରେଳପଥ ରାସ୍ତାରେ ପ୍ରାୟ ୮ଟି ଟନେଲକାମ ମଧ୍ୟ ସରି ଯାଇଥିବା ସୂଚନା ମିଳିଛି । ଆଉ ମାତ୍ର ୭୨ କିମି ରାସ୍ତା କାମ ସରିଲେ ୨୦୨୬ ସୁଦ୍ଧା ରେଳ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like