-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଜିଏମ୍ଏଫସି କୋର୍ଟ ପରିସରରେ ତୁଷୁରା ମାରୱାଡି ଯୁବାମଞ୍ଚ ପକ୍ଷରୁ ଏକ ଅମୃତଧାରା ପ୍ରକଳ୍ପ ଉଦ୍ଘାଟିତ ହୋଇ ଯାଇଛି। ଜିଏମଏଫସି କୋର୍ଟର ଜର୍ଜ ହବିବୁର ମେହେମାନ ସିଦ୍ଧିକୀ ଉପସ୍ଥିତରେ ବରିଷ୍ଠ ନାଗରିକ ନନ୍ଧୁରାମ କେଡିଆ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଏହା ପରେ ମାରୱାଡି ଯୁବାମଞ୍ଚ ସଭାପତି ରୋହିତ ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ରାଜ୍ୟ ଅମୃତଧାରା ସଂଯୋଜକ ନିତେଶ ଅଗ୍ରୱାଲ, ଏଡଭୋକେଟ ଆର୍ତ୍ତତ୍ରାଣ ପୁରୋହିତ ମଣ୍ଡଳ ଉପ ସଭାପତି ବିକାଶ କେଡିଆ, ଜାଗୃତି ଶାଖାର ସଭାନେତ୍ରୀ ମଞ୍ଜୁ ଅଗ୍ରୱାଲ ମଞ୍ଚାସିନ ଥିବା ବେଳେ ଦୀନଦୟାଲ କେଡିଆ ମଞ୍ଚ ପରିଚାଳନା କରିଥିଲେ। ଏଡଭୋକେଟ ବଜରଙ୍ଗ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ।