-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
15-Apr-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ କଂଗେସ କମିଟି ପକ୍ଷ ରୁ ମହିଳାଙ୍କ ପ୍ରତି ଅତ୍ୟାଚାର ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦ ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଖଡ଼ିଆଳ ସ୍ଥିତ ଗଙ୍ଗାଦି ଗୁଡ଼ି ଠାରୁ ମଶାଲ ଶୋଭାଯାତ୍ରା ବାହାରି ଥାନା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ଓଡ଼ିଶାର ବିଜେପି ସରକାର ଶାସନ ଦାୟିତ୍ୱ ନେବା ପର ଠାରୁ ନାରୀ ନିର୍ଯ୍ୟାତନା, ବଳାତ୍କାର, ଗଣଦୁଷ୍କର୍ମ ତଥା ହତ୍ୟା ଓ ଆତ୍ମହତ୍ୟା ପ୍ରତିବାଦରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଭକ୍ତଚରଣ ଦାସଙ୍କ ଆହ୍ବାନରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି। ବହୁ ନାରୀ, ମହିଳା ମାନେ ସାମିଲ ହୋଇ ମଶାଲ ଧରି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଖଡିଆଳ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି ଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।