-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
26-Mar-2025
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ପି.ଆର.ହାଇସ୍କୁଲ ର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ର ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନ ପ୍ରାର୍ଥନା ଓ ଯୋଗାଭ୍ଯାସ କାର୍ଯ୍ଯକ୍ରମରୁ ଆରମ୍ଭ ହୋଇଥିଲା। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ ଯୋଗଦେଇ ଗ୍ରୀଷ୍ମ ପ୍ରଭାବ ଜନଜୀବନକୁ ପ୍ରଭାବିତ କରିବା ସଂପର୍କରେ କହିବା ସହ ସମସ୍ତ ପରାମର୍ଶଦାତାଙ୍କୁ ନିଜ ନିଜ ବିଦ୍ୟାଳୟରେ ଅଂଶୁଘାତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ନମିତା ମିଶ୍ର ଅଂଶୁଘାତ ସତର୍କତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଅଂଶୁଘାତ ର ଲକ୍ଷଣ, ଅଂଶୁଘାତ ର ପ୍ରତିକାର,ଅଂଶୁଘାତ ପୂର୍ବରୁ କେଉଁ ସତର୍କତା ଅବଲମ୍ବନ କରିବା ସେ ସଂପର୍କ ରେ ବିସ୍ତୃତ ଭାବେ ବକ୍ତବ୍ଯ ଦେବା ସହ ସଚେତନ ହେଲେ ଅଂଶୁଘାତରୁ ରକ୍ଷା ପାଇବା ବୋଲି କହିଥିଲେ। ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ ରକ୍ତଦାନର ମହତ୍ତ୍ବ ସଂପର୍କରେ ଆଲୋଚନା କରିବା ସହ ସଂପ୍ରତି ଦେଖାଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଚ୍ଛାକୃତ ରକ୍ତ ଦାନ ପାଇଁ ଆଗେଇ ଆସିବାକୁ
ପରାମର୍ଶଦାତାମାନଙ୍କୁ ଆହ୍ବାନ ଦେଇଥିଲେ। ଶିବିରରେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ, ରଶ୍ମିରାଣୀ ଦାଶ,ପ୍ରଭାକର ଛନ୍ଦ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅରବିନ୍ଦ କୁମ୍ଭାର ପ୍ରମୁଖ ଯୋଗଦେଇ ପ୍ରାଥମିକ ଚିକିତ୍ସା,ଗୁଡ ସମରିଟାନ ଲ,ସିପିଆର୍, ଛାତିରେ ଯନ୍ତ୍ରଣା,ହୃଦଘାତ,ଅଣନିଶ୍ବାସୀ ଅନୁଭବ କଲେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ। କ୍ଯାମ୍ପ ପର୍ଯ୍ୟବେକ୍ଷକ ଭାବେ ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ଯୋଗଦେଇଥିଲେ।