-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
13-Mar-2025
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାପସି ଗାଁ ଦେଇ ଯାଇଥିବା ଧାଙ୍ଗରୀନାଳା ଜୋର ସୁଖା ହୋଇଗଲାଣି l ଯୁଆଡେ ଦେଖିବେ ଖାଲି ବାଲି ମାଟି, ପାଣି ଦେଖା ଯାଉନି l ଏପରି ସ୍ଥିତିରେ ଜଳସେଚନ ଚିନ୍ତା ଘାରିଛି କାପସି ଗାଁର ଚାଷୀଙ୍କୁ l ଧାଙ୍ଗରୀନାଲା ଜୋର ର ଦୁଇ ପାର୍ଶ୍ୱ ଅଞ୍ଚଳ ରେ ଏକର ଏକର ଧାନ ଚାଷ ହୋଇଛି l ଆଉ ଚାଷ ଜମିକୁ ପାଣି ଦରକାର ପଡୁଥିବା ବେଳେ ନାଲା ଶୁଖିଲା ପଡିଛି l କେତେକ ସ୍ଥାନ ରେ ନାଲା ଭିତରେ ଚହଲା ଖୋଲି ପାଣି ନେବା କୁ ଚେଷ୍ଟା କରୁଛି ହେଲେ ଚହଲା ରେ ଆବଶ୍ୟକ ପାଣି ମିଳୁନି l ଏପରି ସ୍ଥିତିରେ ଚାଷ ଜମିକୁ ପାଣି ନ ମିଳିବାରୁ ଧାନ ସବୁ ମାରିବାରେ ଲାଗିଲାଣି l ସେପଟେ ଧାଙ୍ଗରୀନାଲା ଜୋର ଉପରମୁଣ୍ଡ ରେ ସରକାର ଙ୍କ ମୂଳାବସା ଡ୍ୟାମ ରହିଛି l ସେଠାରୁ ନାଲା କୁ ପାଣି ଛାଡିବାକୁ ଦାବୀ ହୋଇଛି l ଏ ନେଇ ନିର୍ବାଚିତ ପ୍ରତିନିଧି, ରାଜନେତା ଏବଂ ବିଭାଗୀୟ ଅଧିକାରୀଙ୍କୁ ଭେଟି ସମସ୍ୟା
ଜଣାଇଲେବି ଡ୍ୟାମ ରୁ ପାଣି ମିଳୁନ ଥିବା ଚାଷୀ ଅଭିଯୋଗ କରିଛନ୍ତି l ଚାଷୀ ଚାଷ କୁ ବଞ୍ଚାଇବା କୁ ନାଲା ଭିତରେ ଗାତ, ଚହଲା ଖୋଲି ସଂଗ୍ରହ କରୁଥିବା ପାଣି ନିଅଣ୍ଟ ପଡୁଛି ତେଣୁ ଏବେ ଚିନ୍ତାରେ ଥିବା କହିଛନ୍ତି ଚାଷୀ ଧବଳେଶ୍ୱର ଦାସ, ଦେବାନନ୍ଦ ମାଝୀ, ଚତୁର ମାଝୀ, ସୁରେଶ ମେହେର, ମିତ୍ରଭାନୁ ମେହେର, ପ୍ରଦୀପ କାଣ୍ଡ, ମଧୁ ମେହେର ଅଭିଯୋଗ କରିଛନ୍ତି l ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ନାଲା ଭିତରେ କିଛି ସମସ୍ୟା ଯୋଗୁଁ ପାଣି ତଳ ଅଞ୍ଚଳ କୁ ଯିବା ସମସ୍ୟା ହେଉଥିବା କହିଛନ୍ତି l
(ରିପୋର୍ଟ: ପରମେଶ୍ୱର ମେହେର )