-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ବିଜେପୁରରେ ଧାନ ହେରଫେର : ମଣ୍ତିରେ ଚଢ଼ଉ, ୮୮ କ୍ବିଣ୍ଟାଲ ଧାନ ଜବତ

15-Jan-2021



ବିଜେପୁର (ପ୍ରେରଣା ଖବର): ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଧାନ ମଣ୍ତିଗୁଡିକ ବେପାରୀଙ୍କ କବଜାରେ। ଏଠାରେ ବ୍ୟାପକ ଧାନ ହେ‌ରଫେର ଘଟଣା ସାମନାକୁ ଆସିଛି। ଏମ୍.ଶ୍ରୀଗିଡା ସମବାୟ ସମିତି ଅନ୍ତର୍ଗତ ବଲଣ୍ତା ମଣ୍ତିରେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ସେଠାରୁ ୮୮ କ୍ବିଣ୍ଟାଲ ଧାନ ଜବତ ହୋଇଛି। ବିଭାଗୀୟ ଯୁଗ୍ମ ନିେର୍ଦ୍ଦଶକ ଅଜିତ ପାତ୍ର, ଏସିଏସଓ ଦେବବ୍ରତ ମହାପାତ୍ର ଏମ୍‌. ଶ୍ରିଗିଡ଼ା ମଣ୍ତିରେ ଚଢାଉ କରି କାଗଜପତ୍ର ଓ ପଡ଼ି ରହିଥିବା ଧାନ ଯାଂଚ ବେଳେ ୮୮.୮୫ କ୍ବିଣ୍ଟାଲ ଧାନ ବଳକା ରହିଯାଇଥିବା ଜାଣିବାକୁ ପାଇଥିଲେ। ପୂର୍ବରୁ ଉକ୍ତ ପରିମାଣର ଧାନକୁ ପାର୍ବତୀ ଦେବୀ ରାଇସ ମିଲ୍‌ ନାମରେ ଇସ୍ୟୁ ହୋଇଥିବା ବେଳେ ମିଲ୍‌ ମାଲିକ ଧାନ ଉଠାଇ ଥିବା କହିଥିଲେ। ତଥାପି ପଡ଼ି ରହିଥିବା ଧାନର କେହି ଦାବିଦାର ନଥିଲେ। ଫଳରେ ଉକ୍ତ ଧାନକୁ ତ୍ରିବେଣୀ ଫୁଡ ପ୍ରଡକ୍ଟକୁ ହସ୍ତାନ୍ତର କରାଯାଇଛି। ଚଢଉ ବେଳେ ବରଗଡ଼ ସିଏସ୍‌ଓ ଦାଶରଥି ସୋରେନ, ଏସିଏସ୍‌ଓ ଦିବ୍ୟ ସିଂ ବଡମାଲି, ଯୋଗାଣ ନିରୀକ୍ଷକ ପ୍ରମୋଦ ପଣ୍ତା, ଅତାବିରା ନିରୀକ୍ଷକ ବିଶ୍ବରଂଜନ ସାହୁ ଓ ବିଜେପୁରର ପ୍ରମିଲା ତିର୍କି, ଏସିଏସ୍‌ଓ ଶମ୍ଭୁ ପ୍ରସାଦ ହରିପାଲ ସାମିଲ ଥିଲେ। ସୂଚନା ଯୋଗ୍ୟ, ଏମ୍.ଶ୍ରିଗିଡା ମଣ୍ତିରେ ପ୍ରାୟ ୬୯୯ ଜଣ ଚାଷୀଙ୍କ ୩୫,୭୩୫ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୨୯୭ଜଣ ଚାଷୀଙ୍କ ୩୦,୯୯୬ କ୍ବିଣ୍ଟାଲ ଧାନ ପଡ଼ି ରହିଛି। ମଣ୍ତିର ମୋଟ ୩୦ ଜଣ ଚାଷୀଙ୍କ ଟୋକନ୍‌ ବାତିଲ ହୋଇଛି। ଏବେ କୌଣସି ମିଲ୍‌ ସହିତ ଟ୍ୟାଗ ନଥିବାରୁ ୪ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି। କେଉଁଟିପାଲି ପେକ୍ସରେ ୬୩୪ ଚାଷୀଙ୍କ ୩୨,୩୦୨ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୧୭ହଜାର କ୍ବିଣ୍ଟାଲ ପଡ଼ି ରହିଛି। ଲାଉମୁଣ୍ତା ପେକ୍ସରେ ୧୩୩ଜଣ ଚାଷୀଙ୍କ ୬,୪୫୧ କ୍ବିଣ୍ଟାଲ ଉଠିଛି ଓ ୩୩ ଚାଷୀଙ୍କ ୧୨ କ୍ବିଣ୍ଟାଲ ପଡ଼ି ରହିଛି। ଅର୍ଡା ମଣ୍ତିରେ ୭୩ ଚାଷୀଙ୍କ ୮୧୪୧ ପାକେଟ ଧାନ ଉଠି ପାରିନାହିଁ। ଯଦ୍ବାରା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଣେ ମଣ୍ତିରେ ବସ୍ତା ବସ୍ତା ଧାନ ପଡ଼ି ରହିଛି। ପ୍ରଶାସନକୁ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଖରିଫ ଧାନ ବିକ୍ରୟ ପାଇଁ ବିଜେପୁର ବ୍ଳକ ଅନ୍ତର୍ଗତ ୧୧ଟି ମଣ୍ତି ଖୋଲିଛି। ହେଲେ ଧାନ ବିକ୍ରି ଠିକ୍‌ ଭାବରେ ହୋଇପାରି ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like