-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||     

HOME   ଜିଲ୍ଲା

ହାତିବାରି ଟୋଲ ଗେଟ୍ ରେ ସମ୍ବଲପୁର ଜିଲ୍ଲା ର ଗାଡ଼ି ଗୁଡ଼ିକୁ ଟୋଲ ଫ୍ରି କରିବା ପାଇଁ ଦାବୀ କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

14-Feb-2025



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ ) ସମ୍ବଲପୁର ଅନୁଗୁଳ ରାଷ୍ଟ୍ରୀୟ ରାଜପଥ ର ସମ୍ପ୍ରସାରଣ ପରେ ସମ୍ବଲପୁର ଉପକଣ୍ଠ ହାତୀବାରି ଠାରେ ସ୍ଥାପିତ ଟୋଲ ଗେଟ୍ ରେ ନିଆଯାଉଥିବା ଟୋଲ ଟ୍ୟାକ୍ସ କୁ ନେଇ ସମ୍ବଲପୁରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ବଲପୁର ର ଜନମାନସ ରେ ଏହି ଟୋଲ ଟ୍ୟାକ୍ସ ଆଦାୟ କୁ ନେଇ ବିରୋଧାଭାସ ପରିଲକ୍ଷିତ ହୋଇଛି । ସମ୍ବଲପୁର ଜିଲ୍ଲା ର ବାହନ ଗୁଡ଼ିକୁ ଏହି ଟୋଲ ଗେଟ୍ ରେ ଦେୟ ମୁକ୍ତ କରିବା ପାଇଁ ଆଜି ଅଞ୍ଚଳ ର ଅଗ୍ରଣି ସାମାଜିକ, ସଂସ୍କୃତିକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବୀ କରାଯାଇଅଛି । ମଞ୍ଚ ର ବରିଷ୍ଠ ସଦସ୍ୟ ତଥା ଯୁଜୁମୋରା ଅଞ୍ଚଳ ର ଯୁବ ନେତା ସୂର୍ଯ୍ୟକାନ୍ତ ପାଣିଗ୍ରାହି ଙ୍କ ନେତୃତ୍ୱରେ ମଞ୍ଚର ଚାରି ଜଣିଆ ସଦସ୍ୟଙ୍କ ପ୍ରତିନିଧି ଦଳ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଙ୍କୁ ସାକ୍ଷାତ କରି ଚାରି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ସମ୍ବଲପୁର ଜିଲ୍ଲା ର ପଞ୍ଜୀକୃତ ଯାନବାହାନ ଓ.ଆର୍-୧୫, ଓ.ଡି-୧୫ ସମେତ ଜିଲ୍ଲାବାସୀ ଙ୍କ ଠାରେ ରହିଥିବା ଅନ୍ୟ ଅଞ୍ଚଳ ର ପଞ୍ଜୀକୃତ ଯାନବାହାନ କୁ ଠିକଣା ପ୍ରମାଣ ପାତ୍ର କୁ ଆଧାର କରି ହାତୀବାରି ଟୋଲ୍ ଗେଟ୍ ରେ ଦେୟ ମୁକ୍ତ କରାଯାଉ ।
      ହାତୀବାରି ଅଞ୍ଚଳ ଓ ଫୁଲଝରନ୍ ଅଞ୍ଚଳ ରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ହାତୀବାରି ଗ୍ରାମ ର ପଡ଼ା ମାନ ରହିଛି ଓ ଫୁଲଝରନ୍ ରେ ଶିକ୍ଷାନୁଷ୍ଠାନ ମାନ ରହିଛି । ଶହ ଶହ ଗ୍ରାମବାସୀ, ଛାତ୍ର ଛାତ୍ରୀ ଦୈନିକ ନିଜର ବ୍ୟକ୍ତିଗତ କାର୍ଯ୍ୟ ସମ୍ପାଦନ ପାଇଁ ଏପାଖ ରୁ ସେପାଖ କୁ ଯାତାୟାତ କରୁଛନ୍ତି । ଜାତୀୟ ରାଜପଥ ଅତିକ୍ରମଣ ସମୟ ରେ ଦୁର୍ଘଟଣା ମାନ ଘଟୁଛି । ତେଣୁ ଉଭୟ ହାତୀବାରି ଅଞ୍ଚଳ ଓ ଫୁଲଝରନ୍ ଅଞ୍ଚଳ ରେ ଜାତୀୟ ରାଜପଥ ର ମୂଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ସର୍ଭିସ ରୋଡ ନିର୍ମାଣ କରାଯାଉ । 
    ହାତୀବାରି ର ବଜାର ଅଞ୍ଚଳ ଓ ଫୁଲଝରନ୍ ର ଶିକ୍ଷାନୁଷ୍ଠାନ ପ୍ରବଣ ଅଞ୍ଚଳ ରେ ଉଭୟ ସବ୍ ରୋଡ କୁ ପୃଥକ ପୃଥକ ଭୂତଳ ମାର୍ଗ ଜରିଆରେ ଉଭୟ ପାର୍ଶ୍ଵ ସର୍ଭିସ ରାସ୍ତା କୁ ସଂଯୋଗ କରାଯାଉ ।  ହାତୀବାରି ରୁ ଫୁଲଝରନ୍ ଯାଏଁ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଷ୍ଟ୍ରିଟ ଲାଇଟ ର ସୁବ୍ୟବସ୍ଥା କରାଯାଉ । ଦାବୀ ପତ୍ର ରେ ମଞ୍ଚ ପକ୍ଷରୁ ଏହି ଉପୋରକ୍ତ ଚାରୋଟି ପ୍ରମୁଖ ଦାବୀ ଉପସ୍ଥାପନ କରାଯାଇଅଛି । ମଞ୍ଚ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଡ.ପ୍ରମୋଦ ରଥ, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଆବହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ସହିତ ସମସ୍ତ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସମ୍ପର୍କିତ ବିଭାଗ ର ଅଧିକାରୀ ଙ୍କ ସହିତ ଆଲୋଚନା କରି ଦାବୀ ଗୁଡିକ ପୂରଣ ଦିଗରେ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026

You Might Also Like