-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ଼ ଉପଖଣ୍ଡ ରେ ଚେତାବନୀ ସମାବେଶ

10-Feb-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ବ୍ଲକ ଓ ବେଲପଡା ବ୍ଲକ ର ସାଲେପାଲି, କପାଣି, ଗଙ୍ଗାସାଗର, ବାଲିପଟା, ସୋଲବନ୍ଧ, ମରୁଆଁ, ବଥର୍ଲା, ତେନ୍ତୁଳିମୁଣ୍ଡା ପଞ୍ଚାୟତର ସାଲେପାଲି, ରହେନମାଲ, କରଲାମାଲ, ଚକାମାଲ, ତୁର୍ଲାମାଲ, ନୀଳିଯିବାହାଲ, କଲଙ୍ଗାପାଲି, ବାଲିପଟା, ଚୁଲାଦର୍ହ, ଫୁଡ଼ୁକୁପଡା, ଖଲିଆ, ସୋଲବନ୍ଧ, ବିଛିଲିବାହାଲ, ବିଲେଇସାଥି, ବଥର୍ଲା, ଝୁଲେନବର, କପାଣି, ଡୁଙ୍ଗୁରିଗୁଡ଼ା, ମୁଣ୍ଡୋଦର୍ହ ଗ୍ରାମରେ ଖଣି ଖନନ ପାଇଁ ସୋସିଏଲ ମିଡିଆରେ ଏକ ଚିଠି ଭାଇରଲ ହେଉଛି | ବର୍ତମାନ ଏହି ଅଞ୍ଚଳର ଜନସାଧାରଣଙ୍କ ମନରେ ଭୟର ବାତାବରଣ, ଆଶଙ୍କା ଦେଖା ଦେଇଛି | ପ୍ରକୃତରେ ଏହି ଅଞ୍ଚଳରେ ଖଣି ଖାଦାନ ହେଲେ ଏଠାକାର ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ପଡ଼ିବ, ପୂର୍ବ ପୁରୁଷରୁ ରହିଥିବା ଗାଁ ଗାଁ ମଧ୍ୟରେ, ପରିବାର ପରିବାର ମଧ୍ୟରେ ଭାଇଚାରା, ସ୍ନେହ ଶ୍ରଦ୍ଧା କ୍ଷୁର୍ଣ ହେବ, ପରିବେଶ ଦୂଷିତ ହେବ, ଜଳସ୍ଥର କମିଯିବ, ଅଞ୍ଚଳର ଜନସାଧାରଣ ବିଭିନ୍ନ ରୋଗ ଯନ୍ତ୍ରଣା ଭୋଗିବେ, ଜଙ୍ଗଳ ଧ୍ବଂସ ହୋଇଯିବ | ବିଗତ ଦିନରେ ଲୋୟର ଶୁକତେଲ ଡ୍ୟାମରେ କ୍ଷ୍ୟତିଗ୍ରସ୍ତ ଲୋକେ ଆଜି ଯାଏଁ ହକ ଅଧିକାର ରୁ ବଞ୍ଚିତ ରହିଛନ୍ତି, ଉଚିତ ଥଇଥାନ ଉଚିତ କ୍ଷତିପୂରଣ ପାଇ ନାହାନ୍ତି | ଭିଟାମାଟି ଛାଡ଼ି ଦାଦନ ହୋଇ ଯାଇଛନ୍ତି | ଏହି ଦୁଃଖ ଯନ୍ତ୍ରଣାକୁ ନିଜ ଆଖିରେ ଦେଖିଲା ପରେ ପୁଣି ଏହି ଅଞ୍ଚଳରେ ଖଣି ଖନନକୁ ସହଜରେ ଗ୍ରହଣ କରି ହେଉନି  | ହୀରାକୁଦ ଡ୍ୟାମ, ତିଖାଳି ଡ୍ୟାମ, ନିୟମଗିରି, ଗନ୍ଧମାର୍ଦନ ପର୍ବତ, କଳିଙ୍ଗ ନଗର, ଯାଜପୁର ଘଟଣାର ପୁନାରାବୃତି କରିବାକୁ ଦିଆଯିବ ନାହିଁ ବୋଲି ଆଜିର ଚେତାବନୀ ସମାବେଶରେ ନେତୃ ମଣ୍ଡଳୀ ଗର୍ଜି ଥିଲେ | ଉପସ୍ଥିତ  ଥିବା ସବୁ ୱାର୍ଡ ମେମ୍ବର,ସରପଞ୍ଚ ମାନେ ଗ୍ରାମ ସଭାରେ ଏହି ଅଞ୍ଚଳ ବିରୋଧୀ ନୀତିକୁ କୌଣସି ମତରେ ଅନୁମୋଦନ କରେଇ ଦେବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ସଚେତନ ସଭା କରି ଆସନ୍ତା ମାର୍ଚ୍ଚ ମାସରେ ପାଟଣାଗଡ଼ରେ ଏକ ବିଶାଳ ଚେତାବନୀ ରେଲି କରିବା ପାଇଁ ନିଷ୍ପତ୍ତି ନିଆଗଲା | ଏହି ଅଞ୍ଚଳରେ କୌଣସି ହାଲତରେ ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି କମ୍ପାନୀ କିମ୍ବା ସରକାରକୁ ଜବାବ ଦେଇ ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ଶପଥ ନେଇଥିଲେ | ଆଜି ଚକାମାଲ ଆମ୍ବ ବୁରେଇ ଠାରେ ଯୁବନେତା ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଅର୍ଜୁନ ସାହୁ ସଭାପତିତ୍ୱ କରିଥିବାବେଳେ ଭୁବନେଶ୍ୱର କୁଅଁର, ବାଲିପଟା ସରପଞ୍ଚ ପ୍ରଶାନ୍ତ କୁମାର ପୁରୋହିତ, ସୋଲବନ୍ଦ ସରପଞ୍ଚ ଶ୍ରୀମତୀ ରିତା ପାଣ୍ଡେ, ବଥର୍ଲା ସରପଞ୍ଚ ଶ୍ରୀମତୀ କବିତାଞ୍ଜଳି ସାହୁ, ସାଲେପାଲି ସରପଞ୍ଚ ଶ୍ରୀମତୀ ଡିଲେଶ୍ୱରୀ ଭୋଇ, ପୂର୍ବତନ ସରପଞ୍ଚ ଧୂବଲେଶ୍ୱର ଭୋଇ, ସୁବାସ ସିଂ, ଗନ୍ଧମାର୍ଦନ ଯୁବ ପରିଷଦ ସଭ୍ୟ ସନ୍ତୋଷ ପଧାନ, ମହେଶ ବରିହା, ଜଳଧର ସାହୁ, ପୁର୍ଣ ବଗର୍ତି, ବଂଶୀଧର ମେହେର, ଭରତ ଭୋଇ, ଗଙ୍ଗାଧର ସାହୁ, ମନୋରଞ୍ଜନ ରାଓ, କୁଞ୍ଜ ରାଓ,ବାଳକୃଷ୍ଣ ସାହୁ, ସୁରେଶ ପୁଟେଲ, ଗଜିନ ତାଣ୍ଡି, ମଦନ ଥପା, ରୁପେଶ୍ୱର ଭୁଏ, ମଦନ ମାଝୀ, ସମାରୁ ବେହେରା, ଭାବଗ୍ରାହୀ ବରିହା, ପିତାମ୍ବର ଧରୁଆ, ଭାସ୍କର ସାହୁ, ଦୁଆରୁ ବରିହା, ମିନିକେତନ ଧରୁଆ,ଯୁଧିଷ୍ଠିର ମିର୍ଦ୍ଧା ପଦ୍ମନ ମେହେର, ଗନ୍ଧର୍ବ ସୁନା, ହୃଷିକେଶ ଭୋଇ ପ୍ରମୁଖ ଅଭିଭାଷଣ ରଖିଥିଲେ | କୋଡିଏ ଖଣ୍ଡ ଗ୍ରାମରୁ ହଜାରେ ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିବାବେଳେ ମନୋଜ କୁମାର ଲୁହା ଧନ୍ୟବାଦ ଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like