-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ସିନାପାଲି ପଞ୍ଚାୟତରେ ବୃଦ୍ଧା ଙ୍କ ୨୧ ମାସର ଭତ୍ତା ଖାଇଯିବା ପ୍ରସଙ୍ଗ, ଏକାଥରକେ ୨୧ ମାସର ଭତ୍ତା ଟଙ୍କା ହିତାଧିକାରୀଙ୍କୁ ଦେଲା କିଏ ? ବିଡ଼ିଓ ଙ୍କ ମନ୍ତବ୍ୟ କୁ ନେଇ ଜନ ଅସନ୍ତୋଷ, ବିଡ଼ିଓଙ୍କ ସମ୍ପୃକ୍ତି ଅଭିଯୋଗ, ମିଳିମିଶି ଘଟଣାକୁ ଚାପିଦେବାକୁ ଉଦ୍ୟମ।

10-Feb-2025



ନୂଆପଡ଼ା (ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ ରେ ଭତ୍ତା ବଣ୍ଟନ ରେ ଅନିୟମିତତା କରି ୨୧ମାସର ଭତ୍ତା ଟଙ୍କା ହଡପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନିକ ମହଲରେ ତତ୍ପରତା ଦେଖା ଦେବାସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିନାପାଲି ବିଡିଓ ଙ୍କୁ ତଦନ୍ତ ନିର୍ଦେଶ ହୋଇଥିଲା। ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୩ଦିନ ମଧ୍ଯ ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ଉକ୍ତ ଘଟଣାକୁ ଚପାଇ ଦେବାକୁ ସମ୍ପୃକ୍ତ ଅଧିକାରୀମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। ବାରମ୍ବାର ସମ୍ପୃକ୍ତ ଅଧିକାରୀ ପରସ୍ପର ମଧ୍ୟରେ ଘଟଣାକୁ ନେଇ ଆଲୋଚନା କରିବା ସହ ଗଳା ବାଟ ଖୋଜିବାର ପ୍ରୟାସ ଜାରି ରହିଥିବା ଜଣାପଡିଛି । ଏନେଇ ସିନାପାଲି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପରାମର୍ଶ ନେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଭଳି ଏକ ସଙ୍ଗିନ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଙ୍କ ଚାପିଦେବା ପ୍ରୟାସ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ପର୍ଦାଫାସ କରିବ ନା ଘଟଣାକୁ ମିଳିମିଶି ଚାପିଦେବ ,ସେନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି।  ଏହି ପରିପ୍ରେକ୍ଷୀରେ ସିନାପାଲି ନିଵାସୀ ବିହାରୀ ଜଗତ ଗତ ୫ ତାରିଖ ଦିନ ସୂଚନା ଅଧିକାର ଆଇନ ବଳରେ ସିନାପାଲି ପଞ୍ଚାୟତ ର ଭତ୍ତା ବଣ୍ଟନ ର ସବିଶେଷ ତଥ୍ୟ ଏବଂ କେଉଁ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସେହି ସମୟରେ ଦାୟିତ୍ୱ ରେ ଥିଲେ । ସେସବୁ ତଥ୍ୟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଉକ୍ତ ତଥ୍ୟ ହସ୍ତଗତ ହେବାପରେ ଘଟଣା ର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ସେ କହିଛନ୍ତି। ଉକ୍ତ ଘଟଣା ଲୋକଲୋଚନକୁ ଆସିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୁଖା ଖୋଲିବା ନେଇ ଭୟ ରହିଛି। ଏଣୁ ସମ୍ପୃକ୍ତ କାର୍ଯ୍ୟନିର୍ବାହି ମାନେ ଏକତ୍ରିତ ହୋଇ ସମ୍ପୃକ୍ତ ହିତାଧିଧିକାରୀ କୁ ଭେଟି ଏକା ଥରକେ ୨୧ମାସର ମୋଟ ୨୦ ହାଜର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି।  ହେଲେ ଉକ୍ତ ଘଟଣାକୁ ନେଇ ସିନାପାଲି ବିଡ଼ିଓ କାର୍ମୀ ଓରାମ ଙ୍କୁ ପଚାରିବା ରୁ ଉକ୍ତ ଭତ୍ତା ଟଙ୍କା କେହି ଆତ୍ମସାତ କରିନାହାନ୍ତି। ଏହା ସମ୍ପୃକ୍ତ ହିତାଧିକାରୀଙ୍କୁ ତିନିତିନି ମାସର କରି ପ୍ରଦାନ କରାଯିବ, ଏକା ସାଙ୍ଗରେ ଦେବାର ବ୍ୟବସ୍ଥା ନାହିଁ ବୋଲି କହିଥିଲେ। ହେଲେ କାହିଁକି ଆଜି ଏକାଥରକେ ୨୧ ମାସର ୨୦.୦୦୦ ଟଙ୍କା ସମ୍ପୃକ୍ତ ହିତାଧିକାରୀ ବୃଦ୍ଧା କୁନ୍ତୀ ମେହେରଙ୍କୁ ପ୍ରଦାନ କରାଯାଇଛି। ଯଦି ସମ୍ପୃକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ମାନେ ଖାଇନଥିଲେ ତେବେ ଏକାଥରକେ ଦେଲେ କାହିଁକି ? ଏଣୁ ସେମାନେ ୨୨ ମାସର ଭତ୍ତା ଟଙ୍କା ଖାଇ ଥିବା  ସ୍ପଷ୍ଟ ପ୍ରମାଣିତ ହେଉଅଛି। ହେଲେ ସେମାନେ କାହିଁକି ହିତଧିକାରୀଙ୍କ ଟଙ୍କା ଆତ୍ମସାତ କରିଥିଲେ ଓ ଅଭିଯୋଗ ପରେ ସଂପୃକ୍ତ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଣୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  କାହିଁକି ନହେବ ? ପୁଣି ବିଡ଼ିଓଙ୍କ ମନ୍ତବ୍ୟରେ ବ୍ୟତିକ୍ରମ ହେଲା କାହିଁକି ? ଏଥିରେ ବିଡ଼ିଓଙ୍କ ସମ୍ପୃକ୍ତି ଅଛି କି ? ଯଦି ଅଛି ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଘଟଣାର ତଦନ୍ତ ବାଟବଣା  ହୋଇଥିବା ଜଣାପଡିଛି। ଯେହେତୁ ଘଟଣା ସମ୍ପର୍କରେ ତଦନ୍ତ କରି ତିନିଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଧେଶ ଥିଲା। କିନ୍ତୁ ସିନାପାଲି ବିଡିଓ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ତଦନ୍ତ କରି କୌଣସି ପ୍ରକାର ରିପୋର୍ଟ ପ୍ରଦାନ କରି ନଥିବା ଜଣାପଡିଛି। ଏଣୁ ବ୍ଲକ ପ୍ରଶାସନ ଅଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ମିଳିମିଶି ଘଟଣାକୁ ଚାପି ଦେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବି ହେଉଛି। ପ୍ରକାଶ ଯୋଗ୍ୟ ଯେ ସଦର ପଞ୍ଚାୟତ ଅନ୍ତର୍ଗତ ସିନାପାଲି ନିଵାସୀ ବିଧବା ବୃଦ୍ଧା କୁନ୍ତି ମେହେର (୮୦) ଙ୍କ ୨୧ ମାସର ଭତ୍ତା ଟଙ୍କା ପଞ୍ଚାୟତ ଅଧିକାରୀ ମାନେ ମିଲିମିଶି ଖାଇଦେଇ ଥିବା କୁନ୍ତି  ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀ ରାମେଶ୍ଵର ମେହେର ଗତ ୨୪ ଡିସେମ୍ବର ରେ ମୃତ୍ୟୁ ହେଲାପରେ ବିଧବା ଭତ୍ତା ଆବେଦନ କରିବାକୁ ଯାଇ ବିଭାଗୀୟ ସୂତ୍ରରୁ ସେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସୂଚନା ଯୋଗ୍ୟ ଯେ ଗତ ୧୩ ଏପ୍ରିଲ ୨୦୨୩ରେ ତାଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ହୋଇଥିବା ଜାଣି ପାରିଥିଲେ। କିନ୍ତୁ ଏହି ଭତ୍ତା ମଞ୍ଜୁର  ହୋଇଥିବା ନେଇ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କୌଣସି ସୁଚନା ଦେଇ ନଥିବା ବେଳେ ଭତ୍ତା କାଡ କିମ୍ବା ଭତ୍ତା ବାବଦକୁ ଗୋଟିଏ ଟଙ୍କା ମଧ୍ଯ ପଞ୍ଚାୟତ ଅଧିକାରୀ ଦେଇ ନଥିବା ଅଭିଯୋଗ କରିଥିଲେ। ଉକ୍ତ ବିଷୟକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ । ତିନିଦିନ ମଧ୍ୟରେ ଉକ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେଥିରେ ନିର୍ଦ୍ଧେଶ ଦିଆଯାଇଥିଲା। ସେହି ସମୟରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତିନିଜଣ ବଦଲି ହୋଇ ସାରିଛନ୍ତି । ଉକ୍ତ ଘଟଣା ବର୍ତ୍ତମାନ ସିନାପାଲି ରେ ଏକ  ଚର୍ଚ୍ଚାର ବିଷୟ ପାଲଟିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like