-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||     

HOME   ଜିଲ୍ଲା

ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ ଶୁଣାଣି ପରେ ହେବ କାର୍ଯ୍ୟାନୁଷ୍ଠାନ : ଈଓ ଦେବାନନ୍ଦ ସାହୁ

08-Feb-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ହୋଇଥିବା ରାସ୍ତା ଜବରଦଖଲ କେବେ ଉଚ୍ଛେଦ ହେବ, ତାକୁ ସହରବାସୀ ଚାହିଁ ବସିଛନ୍ତି। ଏ ନେଇ ଶୁକ୍ରବାର ଏହି ସ୍ଥାନ ଉଚ୍ଛେଦ ଦାବିର ନେତୃତ୍ୱ ନେଉଥିବା ବରଗଡ଼ ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ଏକ ପ୍ରତିନିଧି ଦଳ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ(ଇ.ଓ.) ଦେବାନନ୍ଦ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ। ତେବେ ଆଗକୁ ଶୀଘ୍ର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ ସକାରାତ୍ମକ ସୂଚନା ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ହୋଇ ରହି ଆସିଛି। ଏହି ସ୍ଥାନ ଉଚ୍ଛେଦ ସପକ୍ଷରେ ଗତ ବର୍ଷକ ମଧ୍ୟରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ୨ଥର ରାୟ ଦେଇ ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିବା ବଦଳରେ ପ୍ରଶାସନ ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଛି। ଅନ୍ୟପଟେ ସହରର ଗରିବ, ଠେଲା ଦୋକାନୀଙ୍କୁ ସ୍ବଳ୍ପକାଳୀନ ମୌଖିକ ନୋଟିସ୍‌ରେ ଉଚ୍ଛେଦ କରାଯାଉଛି। ଏହାକୁ ନେଇ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ପାତରଅନ୍ତର ନୀତି ଯୋଗୁ ପ୍ରଶାସନ ଉପରେ ସହରବାସୀଙ୍କ ବିଷୋଦ୍‌ଗାର ପରିଲକ୍ଷିତ ହେଉଛି।
ଗତ ଧନୁଯାତ୍ରା ମହୋତ୍ସବ ଅବ୍ୟବହିତ ପୂର୍ବରୁ ଜୀରାନଦୀ କୂଳ ଅମ୍ବାପାଲି ନିକଟରେ ଜଣେ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ କରିବାକୁ ଯାଇଥିବାବେଳେ ପ୍ରଶାସନ ବିରୋଧର ସମ୍ମୁଖୀନ ହୋଇଥିଲା। ସେହିପରି ବୁଧବାର ଦୋକାନ ଖାଲି କରିବାକୁ ମୌଖିକ ନିର୍ଦ୍ଦେଶ ଦେଇ ଶନିବାର ଅମ୍ବାପାଲି ଛକରେ ୩ଦୋକାନୀଙ୍କୁ ଉଚ୍ଛେଦ କରାଗଲା। ଅନ୍ୟପଟେ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବାରମ୍ବାର ରାୟ ଦେବା ସତ୍ତ୍ୱେ ବର୍ଷାଧିକକାଳ ଧରି ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ କରିବା ପାଇଁ ପ୍ରଶାସନ କାହିଁକି ସାହସ ଜୁଟାଇ ପାରୁ ନାହିଁ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି।
ତେବେ ଶୁକ୍ରବାର ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ପ୍ରତିନିଧିବୃନ୍ଦ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁଙ୍କୁ ଭେଟିବା ପରେ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ନେଇ ସବୁଜ ସଙ୍କେତ ମିଳିଛି। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ଆଦେଶକ୍ରମେ ସମ୍ପୃକ୍ତ ସ୍ଥାନ ଜବରଦଖଲ କରିଥିବା ଲୋକଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ୍‌ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦ଜଣଙ୍କୁ ନୋଟିସ୍‌ ହୋଇଛି। ଆସନ୍ତା ୧୨ ଓ ୧୫ତାରିଖ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ରହିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ଜବରଦଖଲକାରୀଙ୍କୁ ନୋଟିସ୍‌ ହେବ ଏବଂ ଶୀଘ୍ର ଶୁଣାଣି ଶେଷ କରି ସହରବାସୀଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯିବ ବୋଲି ସାହୁ କହିଥିଲେ।
ଏ ସମ୍ପର୍କରେ ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ କହିଛନ୍ତି, ଜିଲା ଓକିଲ ସଂଘ ସ୍ଥାନୀୟ ସମଲେଶ୍ୱରୀ ସଂଘ ସହିତ ମିଳିତଭାବେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଉଚ୍ଚ ନ୍ୟାୟାଳୟ ଆଦେଶକ୍ରମେ ସେହି ପ୍ରକ୍ରିୟା ବନ୍ଦ ରହିଥିଲା। ଏପରି କି ଓକିଲ ସଂଘ ନାମରେ କିଛି ଲୋକ ମଧ୍ୟ କେସ୍‌ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ପ୍ରଶାସନ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଭିତ୍ତି କରି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଫଳରେ ଶୀଘ୍ର ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହେବ ବୋଲି ସରାଫ କହିଛନ୍ତି। ସମଲେଶ୍ୱରୀ ସଂଘର ସଭାପତି ସମୀର ପ୍ରଧାନ ମଧ୍ୟ ଅନୁରୂପ ମତ ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026

You Might Also Like