-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ରେ ନବ ନିର୍ବାଚିତ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ଙ୍କୁ ସ୍ଵାଗତ କରା ଯାଇଛି। ଏହି ଅବସରରେ ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସଂପାଦକ ସୀମାଞ୍ଚଳ ବିଷୟୀ, ବିଜେପି ଡାବୁଗାଁ ମଣ୍ଡଳ ଉପ ସଭାପତି ନରେଶ ସିଂ ଲାଲ୍, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର ଏବଂ ବରିଷ୍ଠ ନେତା ଭୀମସେନ ଜେନା ଉପସ୍ଥିତ ଥିଲେ। ସଭାପତି ହେବା ପରେ ପ୍ରଥମ ଥର ଡାବୁଗାଁ ଆସି ଥିବା କାରଣରୁ ସ୍ବାଗତ କରା ଯାଇଥିଲା। ଡାବୁଗାଁ ବ୍ଲକ ବିଜେପି ତରଫରୁ କିଛି ଦିନ ପରେ ଭବ୍ୟ ସ୍ଵାଗତ ସମାରୋହ ର ଆୟୋଜନ କରାଯିବ ବୋଲି ଜେ ରାଜଶେଖର ରାଓ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।