-+91-9937148622 |
prerana_bgr@rediffmail.com |
Sunday 13th July 2025 |
R.N.I. Regd No. ODIODI/2010/46693
Breaking News
23-Jan-2025
ବଲାଙ୍ଗିର, ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁ ର ରଜନୀ କାଂଟା କୁଅଁର ବସୟ (୨୬) ଆଦିବାସୀ ସମ୍ପ୍ରଦାୟର ଏଠି କାମ ଧନ୍ଦା ନ ମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାଁ କୁ ପରିପୋଷଣ ନ କରିପାରିବାରୁ ଆନ୍ଦ୍ରପ୍ରଦେଶର ବିଜୟୱାଡା ରେ ଶ୍ରମିକ ଭାବେ କାମ କରୁଥିଲେ ହଠାତ ୨୦ ତାରିଖ ଖବର ଆସିଲା ତୋ ସ୍ୱାମୀର ମୃତଦେହ ରେଲୱେ ଷ୍ଟେସନ ପାଖରେ ପଡିଛି, ଆଦିବାସୀ ମହିଳା ପାଖ ପଡୋଶୀ କୁ କହିଲା ହେଲେ ଉପାୟଶୂନ୍ୟ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ ଙ୍କୁ ଅବଗତ କଲେ ସଂଘ ପୋଲିସ ବିଭାଗ, ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ଆଜି ଗାଁ କୁ ଶବ ପହଂଚି ଥିଲା ଏବଂ ଶବଦାହ କରାଯାଇଥିଲା । ସାମ୍ବୁଲେନ୍ସ ର ଭଡା ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନ ବହନ କରିଥିଲେେ । ଏହି ଦୁଃ ସମୟରେ ପୁଇଁତଲା ଥାନା ଅଧିକାରୀ ଶ୍ରୀ ଧରୁଆ ଅତିରିକ୍ତ ଶ୍ରମ ଅଧିକାରୀ ନାରୀ ନେତ୍ରୀ ବବିତା ପୁଟେଲ ଉପସ୍ଥିତ ଥିଲେ । ଗାଁ ଲୋକେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।