-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

23-Jan-2025



ବଲାଙ୍ଗିର,୨୩/୦୧ - ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଦିବସରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶା ସରକାର ଭୁବନେଶ୍ୱରଙ୍କୁ ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ବଲାଙ୍ଗିର ପକ୍ଷରୁ ଦିଆଯାଇଥିବା ୧୨ ଦଫା ଦାବି ଗୁଡିକୁ ଉପସ୍ଥାପନ କରାଯାଇଥିଲା । ଲୋୟର ସୁକତେଲ ବୁଡି ଅଂଚଳର ସମସ୍ତ ୨୯ଟି ପ୍ରକଳ୍ପ ପ୍ରଭାବିତ ଗାଁ ରେ ସମାନ ଭାବରେ ୨୦୧୩ ଭୂମି ଅଧିଗ୍ରହଣ ଆଇନକୁ ପୂର୍ଣ୍ଣଙ୍ଗ ଭାବେ ବିଧିବଦ୍ଧ କାର୍ଯ୍ୟକାରୀ କରାଯାଉ, ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନୀ ତା.୦୩.୦୧.୨୦୨୪ ରିଖ କୁ ସମମସ୍ତ ପ୍ରକାରର ପୁର୍ନବାସ କ୍ଷତିପୁରଣ ଓ ଥଇଥାନ ସହାୟତା ସକାଶେ କଟ୍ ଅଫ୍ ଡେଟ୍ ଭାବେ ଗ୍ରହଣ କରାଯାଇ ପ୍ରତ୍ୟେକ ବିସ୍ଥାପିତ ପରିବାର ଭାବେ ଗଣାଯାଉ, ପ୍ରତ୍ୟେକ ପରିବାରକୁ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରାଯାଉ, ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ତଥ୍ୟ ଅନୁସନ୍ଧାନକାରୀ ଟିମ୍ ବଲାଙ୍ଗିର ସୁକତେଲ ବୁଡି ଅଂଚଳକୁ ପଠାଯାଉ ଓ ଟିମ୍ ର ସୁପାରିଶ ଅନୁଯାୟୀ ଯୋଜନା ପ୍ରସ୍ତୁତି କରା୍‌ାଇ ଏହାକୁ କାର୍ଯ୍ୟକାରୀ କରାଯାଉ, ବିସ୍ଥାପିତ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ ବିସ୍ଥାପିତ ପରିବାର ଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବବା ଯୋଗାଇ ଦିଆଯାଉ, ପୁର୍ନବାସ କଲୋନୀ ଗୁଡିକରେ ମୌଳିକ ସୁବିଧା ଯୋଗାଇ ଦିଆଯାଉ, ଭୁମିହିନ ବିସ୍ଥାପିତ ପରିବାରଙ୍କୁ ଚିହ୍ନଟ କରାଯାଇ ଥଇଥାନ କରାଯାଉ, ଆଦିବାସୀ ଓ ଏସ୍‌ସି ପରିବାରମାନଙ୍କ ପ୍ରତି ୨୦୧୩ ଭୂମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମି ଯୋଗାଇ ଦିଆଯାଉ, ବିସ୍ଥାପିତ ବେକାର ଯୁବକ ଯୁବତୀମାନଙ୍କୁ ଧନ୍ଦାମୂଳକ ତାଲିମ ଦିଆଯାଉ, କୃଷି ଶ୍ରମିକ, କଳାକାର, ଶିଳ୍ପି, ପାରମ୍ପରିକ ବୃତ୍ତିଧାରୀମାନଙ୍କର ଜୀବିକା କୁ ସୁନିଶ୍ଚିତ କରାଯାଉ, ଲୋୟର ସୁକତେଲ ଜଳ ଭଣ୍ଡାର ରେ ମାଛ ଚାଷ ପାଇଁ ସମବାୟ ଗଠନ କରାଯାଉ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗିର ଜୀବନ ରେଖା କୁହାଯାଉଛି କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ୨୯ଟି ଗାଁ ର ୧୧,୬୦୬ ପରିବାର ପ୍ରଭାବିତ ହୋଇଥିବା ବେଳେ ୭୨୧୨ ପରିବାର ସଂପୂର୍ଣ୍ଣ ବିସ୍ଥାପିତ, ୪୧୨୬ ପରିବାର ପ୍ରଭାବିତ ଏଥିରୁ ୨୩୫୦ ଆଦିବାସୀ ପରିବାର ବିସ୍ଥାପିତ ଅଟନ୍ତି । ୨୯ଟି ଗାଁ ରୁ ୧୫ଟି ଗାଁ ସମ୍ପୁର୍ଣ୍ଣ ଓ ୧୪ ଟି ଗାଁ ଆଂଶିକ ପ୍ରଭାବିତ ଭୂମିହୀନ ପରିବାରଙ୍କୁ ସହାୟତା ରାଶି ୩ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ ଓ ବସୁନ୍ଧରା ଯୋଜନାରେ ୫ ଡିସ୍‌ମିଲ ଘର ଡିହ ଯୋଗାଇବା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୨୬୮ ଟି ଭୂମିହୀନ ପରିବାର ପାଇଁ ଅନୁଦାନ ମଞ୍ଜୁର ହୋଇଥିଲା, ଭେରିଫିକେସନ ପରେ ୨୫୫ ଟି ପରିବାର କୁ ମହାୟତା ରାଶି ବଣ୍ଟନ କରାଯାଇଛି । ୨୪୦ ଟି ଭୂମିହୀନ ପରିବାର ଘର ଡିହ ଓ ଘର ଅପେକ୍ଷା ରେ ଅଛନ୍ତି । ୬ଟି ପୁର୍ନବାସ ଓ ଥଇଥାନ କଲୋନିରେ ଘର ଡିହ ଯୋଗାଇ ଦିଆଯାଇଛି । କୁମିଆଁପାଲି ଗ୍ରାମର ୫୬ ଟି ଆଦିବାସୀ ପରିବାରମାନଙ୍କୁ ନ୍ୟାୟ ଦିଆଯାଇ ନାହିଁ । ଗତ ୨୪ ନଭେମ୍ବର ୨୦୦୧ ରିଖ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ଗତ ୨୦୨୪ ସୁକତେଲ ଜଳ ସେଚନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା । ଏହି ପ୍ରକଳ୍ପରେ ୧.୫୭୬ ଏକର ଜଙ୍ଗଲ ଜମି ଜଳମଗ୍ନ ହୋଇଅଛି । ଏହାକୁ ଭରଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାରେ ବୃକ୍ଷରୋପଣ କରାଯାଇଛି ବୋଲି ଉଲ୍ଲେଖ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦର ସଂପାଦକ ସତ୍ୟ ବନଛୋର, ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜିି, ବରିଷ୍ଠ ସଭ୍ୟ କାହ୍ନୁ ମିଶ୍ର,କୃଷ୍ଣଚନ୍ଦ୍ର ରାଜପୁତ, ରାମଚନ୍ଦ୍ର ବରିହା, ରାଜ କିଶୋର ପଣ୍ଡା, ଦଳିତ ନେତା ଦେବଦତ୍ତ ବାଗ, ଲୋୟର ସୁକତେଲ ଜିନ୍ଦାବାଦ ଆଦିବାସୀ ସଂଗଠନର ନେତା ପ୍ରେମରାଜ ବରିହା, ଡମ୍ବରୁ ବରିହା, ଚନ୍ଦ୍ରମଣି ବରିହା, ସୁଶାନ୍ତ ବରିହା, କପିଳେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like