-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
22-Jan-2025
ବରୀ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ ବାଲିଆର ଏକ ଛାତ୍ରୀକୁ ସେହି ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଅସଦାଚରଣ କରିଥିବା ଘଟଣାକୁ ନେଇ ଆଜି ବରୀ ବିଜେଡ଼ି ର ଏକ ପ୍ରତିନିଧି ଦଳ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ଙ୍କ ନେତୃତ୍ବରେ ବରୀ ରାମଚନ୍ଦ୍ରପୁର ଥାନ ଅଧିକାରିଣୀ ଙ୍କୁ ଭେଟିଛନ୍ତି ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି, ଯଦି ଆଗାମୀ ୨୪ ଘଣ୍ଟା ଭିତରେ ପୋଲିସ ପ୍ରଶାସନ ଏହି ଘଟଣାରେ
ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ନ କରେ ତାହେଲେ ବରୀ ବିଜେଡ଼ି ତରଫରୁ ଥାନା ଘେରାଉ କରିବା ସହିତ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି । ଆଜି ଭେଟିବା ସମୟରେ ବରୀ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ବରୀ ବ୍ଲକ ଉପାଧେକ୍ଷl ଅର୍ଚ୍ଚନା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲୀପ ମହାନ୍ତି, ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।
(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)