-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ରାଜ୍ୟ

୧୨ରେ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ, ପୁରସ୍କାର ପ୍ରାପକ ସମ୍ମିଳନୀ ୧୩ରେ ପୁରସ୍କୃତ ହେବେ ୨୪ଟି ଭାରତୀୟ ଭାଷାର ଯୁବ ଲେଖକ

06-Jan-2025



ଭୁବନେଶ୍ବର;  ଜାନୁଆରି ୧୨ ଓ ୧୩ ତାରିଖରେ ଭୁବନେଶ୍ବରରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ୧୨ ତାରିଖ ସନ୍ଧ୍ୟା ୫ଟାରେ ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆୟୋଜିତ ସମାରୋହରେ ସାହିତ୍ୟ ଅକାଦେମି ଦ୍ବାରା ସ୍ବୀକୃତ ୨୪ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ମାଧବ କୌଶିକ। ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ସୁପରିଚିତ ଇଂରାଜୀ କବି ଜେରି ପିଣ୍ଟୋ। ସଭାରେ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ  ଏବଂ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ବାଗତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଯୁବ ପୁରସ୍କାର ଗ୍ରହଣ କରିବେ ନୟନଜ୍ୟୋତି ଶର୍ମା (ଅହମିଆ), ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା), ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ), ହୀନା ଚୌଧୁରୀ (ଡୋଗ୍ରୀ), କେ. ବୈଶାଳୀ (ଇଂରାଜୀ), ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜୁରାଟୀ), ଗୌରବ ପାଣ୍ଡେ (ହିନ୍ଦୀ), ଶ୍ରୁତି ବି.ଆର. (କନ୍ନଡ଼), ମୋହମ୍ମଦ ଆଶ୍ରଫ ଭଟ (କଶ୍ମିରୀ), ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ), ରିଙ୍କି ଝା ରିଷିକା (ମୈଥିଳି), ଶ୍ୟାମକ୍ରିଷ୍ଣନ ଆର୍ (ମାଲୟାଲମ), ୱାଇଖୋମ ଚିଙ୍ଗଖେଙ୍ଗନବା (ମଣିପୁରୀ), ଦେବୀଦାସ ସୌଦାଗର (ମରାଠୀ), ସୁରଜ ଚାପାଗାଇଁ (ନେପାଳୀ), ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ), ରଣଧୀର (ପଞ୍ଜାବୀ), ସୋନାଲି ସୁଥର (ରାଜସ୍ଥାନୀ, ମୁନି ପାଶ୍ୱର୍ସୁନ୍ଦର ବିଜୟଜୀ (ସଂସ୍କୃତ), ଅଞ୍ଜନ କର୍ମକାର (ସାନ୍ତାଳୀ), ଗୀତା  ପ୍ରଦୀପ ରୁପାନି (ସିନ୍ଧି), ଲୋକେଶ ରଘୁରମଣ (ତାମିଲ), ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) । ସେହିପରି ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ବତ ଅନୂଭୂତି ବାଣ୍ଟିବେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା।
ସୂଚନୋଯାଗ୍ୟ ଯେ, ଓଡିଆ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ବାଲେଶ୍ବର ଜିଲ୍ଲାର ଯୁବ ଲେଖକ ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ) ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଯୁବ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୧ ମସିହାରୁ ଯୁବ ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତି ବର୍ଷ ୨୪ଟି ଭାରତୀୟ ଭାଷାରେ ୩୫ ବର୍ଷ ବୟସରୁ କମ୍ ବୟସର ଜଣେ ଯୁବ ଲେଖକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥାଏ। ଭୁବନେଶ୍ବରରେ ଦ୍ବିତୀୟ ଥର ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମୋରାହ ଆୟୋଜିତ ହେଉଛି। ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକ ଲେଖିକା ତଥା ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like