-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||     

HOME   ରାଜ୍ୟ

“ଭୀମପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ର

04-Nov-2024



ଦେଓଗାଁ(ପ୍ରେରଣା ଖବର):  ବଲାଙ୍ଗୀର ଜିଲ୍ଲାର ଐତିହ୍ୟସ୍ଥଳୀ ଭୀମଡୁଙ୍ଗୁରୀଠାରେ ଐତିହ୍ୟ ଓ ସଂସ୍କୃତିର ଗବେଷଣା ପାଇଁ ଏକ ସଂସ୍କୃତିବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଆଜି ଭୀମଡୁଙ୍ଗୁରୀଠାରେ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ “ଭୀମପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ସଂସ୍କୃତି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକଭାବରେ ସଂସ୍କୃତି ଓ ଭାଷା ଗବେଷକ ଗୁରୁଜୀ ଡ.ଦୋଳଗୋବିନ୍ଦ ବିଶି,ଡ.ସଂଜୟକୁମାର ମିଶ୍ର ଓ ରାଜୀବ ସଗରିଆ ଯୋଗଦେଇଥିଲେ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରାଜୀବ ସଗରିଆ ଆମ ଅଞ୍ଚଳ ପାହାଡ ସଂସ୍କୃତି ଉପରେ କହିଲେ ଯେ,ଆଦିମ ଯୁଗରୁ ମଣିଷ ପାହାଡ ଓ ଜଙ୍ଗଲରେ ବସବାସ କରିଆସିଛି । ଆଦିମଜନଜାତିମାନେ ପାହାଡଡଙ୍ଗରକୁ ସେଥିପାଇଁ ପୂଜା କରି ପରିବେଶର ସୁରକ୍ଷା କରିଆସିଛନ୍ତି । ଆଦିବାସୀଙ୍କ ମୂଳଦେବତା ଭୀମାବୁଢାର ଅନେକ ଇତିହାସ ରହିଛି । ସେଥି ମଧ୍ୟରୁ ଭୀମପାହାଡ ଅନ୍ୟତମ । ଭୀମାବୁଢାର ଇତିହାସ ସହିତ  ଭୀମପାହାଡର ସାମଞ୍ଜସ୍ୟ ରହିଛି । ତେଣୁ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ । ବଲାଙ୍ଗୀର ଜିଲ୍ଲାର ପ୍ରତ୍ୟେକ ପାହାଡର ଏକ ବୀରଗାଥା ରହିଛି । ଭୀମଡୁଙ୍ଗୁରୀରେ ଧରମସିଂମାଝୀ ମାନଧାତା,ରେଣ୍ଟୋ ମାଝୀ ଓ ଚକରା ବିଶୋଇଙ୍କ ଇତିହାସ ରହିଛି । ସେହିପରି ମୁଙ୍ଗେ ପାହାଡରେ ସହିଦ ମୋହନ ମାଝୀଙ୍କ ଇତିହାଦ ଯୋଡି ହୋଇ ରହିଛି । ତେଣୁ ଏହାକୁ ଉଦଜିବିତ କରିବାର ସମୟ ଆସିଛି । ଠିକ ସେହିପରି ଡ.ସଂଜୟକୁମାର ମିଶ୍ର ବଲାଙ୍ଗୀର ଜିଲ୍ଲାର ପାହାଡ ସାଂସ୍କୃତିକୁ ନେଇ ଆଲୋଚନ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନଠୁ ନେଇ  ଭୀମଡୁଙ୍ଗୁରୀ ପର୍ଯ୍ୟନ୍ତ ସବୁଠି ଏତିହ୍ୟ ଭରିରହିଛି । ଆମେ ତାର କେବଳ ସୁରକ୍ଷା କରିବା ସହ ଏହାର ଇତିହାସକୁ ପୁନଃର୍ଜିବିତ କରିବାର ଆବଶ୍ୟକତା ରହିଛି । ଆଜି ବିକାଶ ନାମରେ ଐତିହ୍ୟ,ସଂସ୍କୃତିକୁ ଖତମ କରିଦେଇ ବିଭିନ୍ନ ପାହାଡ ପର୍ବତରେ ଖଣି ଖନନ କରି ଧ୍ୱଂଶ କରୁଦେଉଥିବା ଘଟଣାକୁ ନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିଥିଲେ ଓ ଏହାର ସୁରକ୍ଷା ଆଗାମୀ ପିଢି ହାତରେ ରହିଛି ବୋଲି କହିଥିଲେ । ଡ.ଦୋଳଗୋବିନ୍ଦ ବିଶି ଆଲୋଚନ କରିବାକୁ ଯାଇ କହିଲେ ଯେ,ତେଳନଦୀ ଅବବାହିକାରେ ଅନେକ ଉନ୍ନତ ସଭ୍ୟତା ଥିବାର ପ୍ରମାଣ ମିଳିଛି । ବଲାଙ୍ଗୀର ବିଭିନ୍ନ ପାହାଡ ପର୍ବତରେ ଥିବା ରେଖାଚିତ୍ର,ତନ୍ତ୍ରଚକ୍ର ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କଲେ ଏଠାରେ ପ୍ରାଗଐତିହାସିକ ଯୁଗର ଇତିହାସ ରହିଆସିଛି । ଆଦିବାସୀଙ୍କ ଭୀମାଦେବତାର ଏକ ବିଶାଳ ଇତିହାସ ରହିଛି  ସେହି ଇତିହାସ ଭୀମଡୁଙ୍ଗୁରୀ ସହିତ ଜଡିତ ରହିଛି । ରାଣୀପୁରଝରିଆଳ,କୁମୁଡା ସହ ଭୀମଡୁଙ୍ଗୁରୀର ଐତିହ୍ୟ ଗବେଷଣାର ଆବଶ୍ୟକତା ରହିଛି । ଭୀମଡୁଙ୍ଗୁରୀର ଐତିହ୍ୟ ଓ ସଂସ୍କୃତି ସହିତ ଆମ ଅଞ୍ଚଳର ଅନ୍ୟାନ୍ୟ ଐତିହ୍ୟସ୍ଥଳୀର ଗବେଷଣା ଠିକରେ ହୋଇପାରୁନାହିଁ । ଜାଣିଶୁଣି ଆମ ଅଞ୍ଚଳକୁ ଉପେକ୍ଷା କରାଯାଉଛି ବୋଲି ଡ.ବିଶି କହିଥିଲେ । ତେଣୁ ଭୀମଡୁଙ୍ଗୁରୀରେ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଗବେଷକଗଣ ମତ ଦେଇଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ କିଶୋରକୁମାର ସାହୁ ଓ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଞ୍ଚାସୀନ ଥିଲେ । ଏହି ଆଲୋଚନାଚକ୍ରରେ ଆଞ୍ଚଳିକ ମହାବିଦ୍ୟାଳୟ ଉପରଝର,ଗୌରଗୋଠ ଡିଗ୍ରୀକଲେଜ,ଜରାସିଂହା କଲେଜ,ମହିମୁଣ୍ଡା କଲେଜ, କଣ୍ଟାବାଞ୍ଜି କେଭି କଲେଜର ଅଧ୍ୟାପକ ଓ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀଙ୍କୁ ମେମେଣ୍ଟୋ ଦେଇ ସମ୍ମାନୀତ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026

You Might Also Like