-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||     

HOME   ରାଜ୍ୟ

ତଣ୍ଡାମୁଣ୍ଡା ଡବଲମର୍ଡର : ଗଞ୍ଜେଇ ଚୋରାଚାଲାଣରେ ଧୋକାଦେଇ ହତ୍ୟା ? ହତ୍ୟାକାରୀମାନେ ସ୍ଥାନୀୟ ହୋଇଥିବା ସନ୍ଦେହ !

28-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଗତ ୨୪ ତାରିଖରେ ପୁଇଁତଳା ଥାନା ଅନ୍ତର୍ଗତ ଉପରଝର-ତଣ୍ଡାମୁଣ୍ଡା ଘାଟି ତଳର ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ବାହାରରାଜ୍ୟର ଯୁବକଯୁବତୀଙ୍କ ତଣ୍ଟିକଟା ହତ୍ୟାକାଣ୍ଡ ମାମଲାରେ ଅଦ୍ୟାବଧି ପୁଲିସ୍ ହତ୍ୟାକାରୀ କିମ୍ବା ହତ୍ୟାର କାରଣ ସ୍ପଷ୍ଟ କରିନାହିଁ  ।  ଏସ୍ ପି ଋଷିକେଶ ଖିଲାରୀ ଘଟଣାସ୍ଥଳକୁ ଯାଇ ପ୍ରତ୍ୟେକ୍ଷ ଅନୁସନ୍ଧାନ କରିବାସହ ୫ ଟି ଟିମ୍ ଗଠନ କରି ରାଜ୍ୟବାହାର ପଠାଇବ ସହିତ ପୁଲିସ୍ ଯୋରସୋର୍ ତଦନ୍ତ ଜାରି ରଖିଛି । କେତେକ ସ୍ଥାନୀୟ ସନ୍ଦିଗ୍ଧବ୍ୟକ୍ତିଙ୍କୁ ଉଠାଇନେଇ ଅଟକ ରଖି ପଚରାଉଚୁରା କରୁଛି। ବୁର୍ଲାର ଭୀମସାର ପାର୍କିଂସ୍ଥଳରୁ ଏକ ଭେର୍ନା କାର୍ ମଧ୍ୟ ଜବତ କରିଛି । ଇତିମଧ୍ୟରେ ଉକ୍ତ ଯୁବକଙ୍କର ପରିଚୟ ପୁଲିସ୍ ହାସଲ କରିଛି ଓ ସେମାନେ ଆସି ଚିହ୍ନଟ କରିବାପରେ ଶବବ୍ୟବଚ୍ଛେଦ ପରେ ମୃତଦେହକୁ ନେଇଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଏହି ଯୁବକଯୁବତୀଙ୍କୁ ପ୍ରେମୀଯୁଗଳ ଓ ସେମାନେ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ପ୍ରଥମେ ଏହାକୁ ଅନରକିଲିଂ ବୋଲି ସନ୍ଦେହ କରାଯାଉଥିବା ବେଳେ  ମଝିରେ ସଦର ଏସ୍ ଡିପିଓ ସାମ୍ବାଦିକଙ୍କୁ ଏହା ଡ୍ରଗ୍ସ କାରବାରର ସନ୍ଦେହର ସୂଚନା ଦେବାରୁ ଓ ବଲାଙ୍ଗିର ସହରର ମାଲପଡାରୁ ପୂର୍ବରୁ ଦେହବ୍ଯବସାୟରେ ଜଡିତ ଅଭିଯୋଗରେ ଜେଲ୍ ଯାଇଥିବା ଓ  ଏକାଧିକ କାର୍ ଫାର୍ ରଖିଥିବା ମହାଲକ୍ଷ୍ମୀ ନଗରରେ ବିବାହିତ କାଠମିସ୍ତ୍ରୀ ଡବ୍ଲ୍ଯୁ ନାମକ ଜଣେ ଯୁବକକୁ ଉଠାଇ ନେଇଥିବାରୁ କେତେକ ମିଡିଆରେ ଏହି ଡବଲମର୍ଡର କାଣ୍ଡରେ ଗଞ୍ଜେଇ ସହିତ ଦେହବେପାର ମଧ୍ୟ ଥିବାର ସନ୍ଦେହ ପ୍ରକାଶ ପାଇଛି ।  କେତେକ ଆଉଟିକେ ଆଗକୁ ମାଡିଯାଇ ଏଠାରେ ବନ୍ଧୁକ ମୁନରେ  ଏହା ଚାଲୁଥିବା, ଏଥିରେ ଆନ୍ତଃରାଜ୍ୟ ଲିଙ୍କ୍ ବା ହତ୍ୟାକାରୀମାନେ ରାଜ୍ୟବାହାରର ଇତ୍ୟାଦି ବୋଲି କେଉଁଠୁ ଡନ୍ ଷ୍ଟାଇଲ୍ ର ଫଟୋ ସଂଯୋଜନା କରି ପ୍ରକାଶ କରିଥିବା ଏବଂ ଧଳାଜହର ବା ଚରସ୍ ହିରୋଇନ୍ ବେପାରର କଳ୍ପନାଜଳ୍ପନା ଆରମ୍ଭ କରିଦେଇଛନ୍ତି !  ଏସବୁ ସତ୍ତ୍ବେ ବିଗତ ଛଅଦିନ ପରେ ବି ତଦନ୍ତକାରୀ ପୂଲିସ୍ ଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ତେବେ ଏହାପଛରେ ଓଡିଶାରୁ ଝାଡଖଣ୍ଡ ବନାମ ବଲାଙ୍ଗୀରରୁ ବୋକାରୋ ପର୍ଯ୍ୟନ୍ତ ଗଞ୍ଜେଇ ଚୋରାଚାଲାଣର ଏକ ଆନ୍ତଃରାଜ୍ୟ ରାକେଟ୍ ଚାଲିଥିବା ସ୍ପଷ୍ଟ ହୋଇଛି । ବୌଦ୍ଧ ଫୁଲବାଣୀରୁ ସୋନପୁର ଦେଇ ବଲାଙ୍ଗୀର ଓ ଏଠାରୁ ମଧ୍ୟପ୍ରଦେଶ , ଝାଡଖଣ୍ଡ ଆଦି ବାହାରରାଜ୍ୟକୁ ବର୍ଷତମାମ୍ ଦୀର୍ଘବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ବା ସୋନପୁର-ବଲାଙ୍ଗୀର ଏହାର କରିଡର ପାଲଟିଥିବା ସମସ୍ତେ ଜାଣନ୍ତି ।  କିଛିଦିନତଳେ ଗତ ମେ ମାସରେ ବଲାଙ୍ଗୀର ରେଳଷ୍ଟେସନର ଏକ ଲଜ୍ ରେ ସୋନପୁରର ଜଣେ ପୁଲିସ୍ କନେଷ୍ଟବଳଙ୍କ ହାତଗୋଡ ବାନ୍ଧି  ହତ୍ୟାକରି ବାଥ୍ ରୁମ୍ ରେ ପକାଇ  ଉକ୍ତ ମୃତ ପୁଲିସ୍ କର୍ମଚାରୀଙ୍କ କାର୍ ନେଇ ପଳାଇବା ବେଳେ କାର୍ ଟି ଏକ ଗଛରେ ପିଟିହେବାରୁ ଛାଡି ଫେରାର୍ ହୋଇଯାଇଥିବା ହତ୍ୟାମାମଲାରେ ଝାଡଖଣ୍ଡର ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ଯଦିଓ ତଦନ୍ତକାରୀ ପୁଲିସ୍ ପକ୍ଷରୁ ତାହା ରତ୍ନପଥର ଚୋରା କାରବାର ବୋଲି କୁହାଯାଇଥିଲା ।  ଏହାବ୍ଯତୀତ ଏଇ ଜିଲ୍ଲାଗୁଡିକରେ ପ୍ରାୟ ପ୍ରତିଦିନ ଗଞ୍ଜେଇ

ଚୋରାଚାଲାଣ ଧରାପଡିବା ଏକ ସାଧାରଣଘଟଣାରେ ପରିଣତ ହେବା ସହିତ ଏଭଳି ଅପରାଧରେ ପୁଲିସ୍ ର ସମ୍ପୃକ୍ତି ମଧ୍ୟ ଜଣାପଡିଥିଲା । ଏଣୁ ଏଭଳି ଘଟଣାର ତଦନ୍ତରେ ଲୋକେ ପୁଲିସ୍ ଉପରେ ଆଉ ଏତେଟା ଆସ୍ଥାବାନ୍ ନୁହଁନ୍ତି ।  ଏହି ଘଟଣାରେ ମଧ୍ୟ ପୁଲିସ୍ କିଛି ଲୁଚାଉଥିବା ଚର୍ଚ୍ଚା ହେଉଛି ।

ଅଦ୍ୟାବଧି ଉକ୍ତ ଯୁବକଯୁବତୀଙ୍କ ତଣ୍ଟିକଟା ହତ୍ୟାମାମଲାରେ ଯେତିକି ଜଣାପଡିଛି ବା ଚର୍ଚ୍ଚାରୁ ପ୍ରକାଶ, ତାହାହେଲା ଯୁବତୀ ଜଣକ ଝାଡଖଣ୍ଡ ବୋକାରୋ ଅଞ୍ଚଳର ଓ ସେ ଜଣେ ହିନ୍ଦୁ ଅବିବାହିତା ୨୨ / ୨୪ ବୟସ୍କା। ତାଙ୍କ ନାଁ ପଲକ ମିଶ୍ରା । ଯୁବକ ଜଣକ ମୁସଲମାନ ସଂପ୍ରଦାୟର। ତାଙ୍କ ନାଁ' ଜାବେଦ ( ୨୮ / ୩୦ ) ଓ ସେ ହାଇଦ୍ରାବାଦର ଓ ବୋକାରୋରେ ନାନୀ ଘରେ ରହୁଥିବା ପ୍ରକାଶ । ତାଙ୍କ ବଡ ଭଣଜା ସଲିମ୍ ୟୁସୁଫ୍ ଏଠାକୁ ଚିହ୍ନଟ ପାଇଁ ଆସି ଯୁବକ ଜଣକ ସେଠାରେ  ରିୟଲ୍ ଇଷ୍ଟେଟ୍ କାରବାର କରୁଥିବା ଓ ଏଆଡକୁ ପ୍ରାୟ ବୁଲିବାକୁ ଆସୁଥିବା କହିଛନ୍ତି । ତାଙ୍କ ସାଙ୍ଗରେ ମୃତା ଯୁବତୀଟିକୁ ସେ ଜାଣି ନଥିବା କହିଥିବା ବେଳେ  ଚିହ୍ନଟ ପାଇଁ ଆସିଥିବା ଯୁବତୀଙ୍କର ସମ୍ପର୍କୀୟ କିନ୍ତୁ କିଛି ଖୋଲି କହିଲେ ନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ ସେମାନେ ଏହି ମର୍ମନ୍ତୁଦ ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ କୌଣସି ଦାବି କରି ନଥିଲେ  ! 

ଅନୁସନ୍ଧାନରୁ ଜଣାପଡିଛି ଯେ , ଉକ୍ତ ମୃତ ଯୁବକଯୁବତୀ କିଛିଦିନ ହେଲା ଆସି ବଲାଙ୍ଗୀରର ମହାଲକ୍ଷ୍ମୀ ନଗରରେ ଏକ ଘରଭଡା ନେଇ ରହୁଥିଲେ । ଜାବେଦ ଆଗରୁ ପ୍ରାୟତଃ ବଲାଙ୍ଗୀର ସହରକୁ ଯାଆଆସ କରୁଥିବା ଓ ସେ ଟିକ୍ରାପଡାର ଜଣେ ପୂର୍ବ କୋଇଲାବେପାରୀ ଯୁବନେତାଙ୍କ ସହ ଦେଖାଯାଇଥିବା ଓ ଭାଗିରଥୀଛକର ଓମ୍ ଫେଡ୍ ପାର୍ଲର୍ ରେ ବସାଉଠା କରୁଥିବା ଲୋକେ ଆଲୋଚନା କରୁଛନ୍ତି । କିନ୍ତୁ ଝିଅଟି ପ୍ରାୟ ମାସେ ହେଲା ଆସିଥିବା କୁହାଯାଉଛି । ସେମାନେ ଏକ ଲାଲ୍ ରଙ୍ଗର ସ୍କୁଟିରେ ଓ ଏକ ଧଳାକାର୍ ରେ ସହରରେ ବୁଲାବୁଲି କରୁଥିବା ଚର୍ଚ୍ଚା ହେଉଛି ।  ଉଲ୍ଲେଖନୀୟ ଯେ ଏକ କାର୍ ପୁଲିସ୍ ବୁର୍ଲାରୁ ଜବତ କରିଛି । ତେବେ ସେ କାର୍ ଟି ଏଇ କାର୍ କି ନୁହେଁ , ସ୍ପଷ୍ଟ ହୋଇନାହିଁ  !  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ସେମାନେ ଝାଡଖଣ୍ଡରୁ ଆସି ବଲାଙ୍ଗୀରରେ କାହିଁକି ରହୁଥିଲେ , ପୁଲିସ୍ ସ୍ପଷ୍ଟ କରିନ ଥିବା ବେଳେ ସେମାନେ ଯେ ଗଞ୍ଜେଇ ଚୋରାଚାଲାଣରେ ଧରାପଡିଥିବା ଜାବେଦର ଜଣେ ଭଣଜାର ଜାମିନ୍ ନିମନ୍ତେ ଆସିଥିବା ଜଣାପଡିଛି ।  ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଚଳିତ ମାସ କିଛିଦିନତଳେ ବଲାଙ୍ଗୀର ରେଳଷ୍ଟେସନରେ ରେଳବାଇ ପୁଲିସ୍ ୨ ଜଣ ନାବାଳକଙ୍କୁ ପ୍ରାୟ ୧୬ କିଗ୍ରା ୮୦୦ ଗ୍ରାମ୍ ଚୋରାଗଞ୍ଜେଇ ସହ ଧରି ଗିରଫ କରିଥିଲା ।  ସେମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଭବାନୀପାଟଣାର ଜୁଭେନାଇଲ୍ ଜେଲ୍ ହାଜତକୁ ପଠାଇଦିଆ ଯାଇଥିଲା ଓ ସଂପ୍ରତି ସେମାନେ ସେଠାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜାବେଦ ନିଜ ସାନଭଣଜାକୁ ଜାମିନରେ ମୁକୁଳାଇବାକୁ ଆସି ବଲାଙ୍ଗୀରରେ ରହି ବଲାଙ୍ଗୀର କଳାମଣ୍ଡଳ ରୋଡ୍ ର ଜଣେ (ଜ୍ଞାନୀ) ଯୁବଓକିଲଙ୍କ ଜରିଆରେ ଜାମିନ୍ ଆବେଦନ କରିଥିଲା ।  ଉକ୍ତ ଓକିଲଙ୍କ ପାଖକୁ ଉକ୍ତ ଯୁବକଯୁବତୀଙ୍କୁ ପ୍ରତାପସାଗର ପଡାର ଜଣେ ଯୁବକ ଆଣିଥିଲେ । ସେମାନେ ଏକ ଧଳା କାରରେ ଆସୁଥିଲେ 

ତେବେ ସେମାନେ ଗଞ୍ଜେଇ ଚୋରାଚାଲାଣ ସହ ଜଡିତ ଥିବାରୁ ଏଠାରେ ରହିବା ସହ  ଯୁବତୀଟି ସହ ଦେହର ପ୍ରଲୋଭନ ଦେଇ କେତେକ ସ୍ଥାନୀୟ ଯୁବକଙ୍କୁ ସାମିଲ୍ କରି ଆହୁରି ଗଞ୍ଜେଇ ଚୋରା ଚାଲାଣ କଲାବେଳେ ପ୍ରଚୁର ଅର୍ଥ ଲୋଭରେ ସେହି ସ୍ଥାନୀୟ ଯୁବକମାନେ  ସବୁ ମାଲ୍ ଓ ଟଙ୍କାକୁ ହଡପ କରିବାକୁ ସେମାନଙ୍କୁ ରାସ୍ତାରୁ ସାଫ୍ କରିଦେଇଥିବା ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି ।  କାରଣ ଏହି ହତ୍ୟାକାରୀମାନେ ତଣ୍ଡାମୁଣ୍ଡା ଘାଟୀ ଜଙ୍ଗଲ ଆଡେ ନେଇ ମୃତଦେହକୁ ଫିଙ୍ଗିବା ବାହାର ଅଞ୍ଚଳର ଲୋକଙ୍କ କାମ ହୋଇ ନ ପାରେ । ଯଦିଓ ପୂର୍ବୋକ୍ତ ରେଳଷ୍ଟେସନ ଲଜ୍ ର ପୁଲିସ୍ ହତ୍ୟାକାରୀ ଝାଡଖଣ୍ଡୀ ଆସାମୀ ଖୁଜେନପାଲି ରାସ୍ତା ଦେଇ ପଳାଉଥିବା ବେଳେ ଏକ ଗଛରେ ଗାଡିଟିକୁ ପିଟି ଦେଇଥିଲା । କିଛି ବି କଳ୍ପନା କରାଯାଇପାରେ !  ତେବେ ବାହାରରାଜ୍ୟର ଅପରାଧୀଙ୍କ ସହ ସ୍ଥାନୀୟ ଅପରାଧ ପ୍ରବୃତ୍ତିର ଯୁବକମାନେ ଯେ ଏଭଳି ଗଞ୍ଜେଇ, ଚରସ୍ , ରତ୍ନପଥର ଆଦିର ଚୋରାଚାଲାଣରେ ଜଡିତ ହୋଇପଡୁଛନ୍ତି ; ଏହା ପୁଲିସ୍ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026

You Might Also Like