-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||     

HOME   ଜିଲ୍ଲା

ବରଗଡ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

24-Oct-2024



ଅତାବିରା(ଆକାଶ ମିଶ୍ର): ଜିଲ୍ଲା ଶିକ୍ଷା ବିଭାଗର  ଆୟୋଜନ  କ୍ରମେ ତଥା ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ  ତିନି ଦିନ ଧରି ଚାଲିଥିବା  ଜିଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି | 
କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ  ସଭାରେ   ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରlଣି କୁମ୍ଭାର , ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ, ପଦ୍ମପୁର ବିଧାୟିକା ବର୍ଷା  ସିଂବରିହା. ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକlନ୍ତ ସାହୁ,ଶାରୀରିକ ଶିକ୍ଷା ନିରୀକ୍ଷକ ସୁଦାପ୍ତ କୁମାର ନାୟକ ଓ ଅତାବିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ, ଅତାବିରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାଶ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ | ପ୍ରଥମେ ଦୁର୍ଗା ମନ୍ଦିରରୁ ମଶାଲ ଯାତ୍ରା ବାହାରି ଖେଳ ପଡ଼ିଆରେ ସ୍ଥାପନ କରାଯାଇଥିଲା I ଶିକ୍ଷକ ତ୍ରିଲୋକ୍ୟ  ନାୟକ ଓ ଶିକ୍ଷକ ମନସୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସୁଧାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୨  ଟି ବ୍ଲକ ରୁ ୧୪ ବର୍ଷରୁ କମ ବୟସ  ବର୍ଗ ରେ ୧୦୩ ଜଣ ଛାତ୍ରଛାତ୍ରୀ ଓ ୧୭ ବର୍ଷରୁ କମ   ବୟସ  ବର୍ଗରେ ୧୬୯ ଜଣ ମୋଟ ୨୭୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ୩୦ ଜଣ ପୁରୁଷ ଓ ୧୯ଜଣ ମହିଳା ମ୍ୟାନେଜର ଓ ପ୍ରଶିକ୍ଷକ ଯୋଗ ଦେଇଥିଲେ । ୬୨ ଜଣ ଜଣ ଖେଳ ଶିକ୍ଷକ ଖେଳ ପରିଚାଳନା  କରିଥିଲେ। ଉଭୟ ବିଭାଗରେ ମୋଟ ୧୪୪ ଟି ପ୍ରତିଯୋଗିତା ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ସଭାରେ ଅତାବିରା ଗୋଷ୍ଠୀ ଶିକ୍ଷା  ଅଧିକାରୀ  ମିଶ୍ରାଣି  କୁମ୍ଭାର  ସଭାପତିତ୍ବ  କରିଥିବା ବେଳେ   ବିଧାୟକ ନିହାର ଭଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ନିରୀକ୍ଷକ ସୁଦୀପ୍ତ ନାୟକ,  ଅତାବିରା  ଉଚ୍ଚ ବିଦ୍ୟାଳୟର ପ୍ରଧାନ  ଶିକ୍ଷକ  ମନୋଜ ହରପାଇ , ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ  ସମ୍ମାନିତ ଅତିଥି ମଞ୍ଚାସୀନ ଥିଲେ।ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଇ  ରଙ୍ଗବତୀ ଗୀତରେ ସମସ୍ତଙ୍କ ମନ ମୁଗ୍ଧ କରିଥିଲେ l ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଗ   ସ୍ୱାଗତ ଭାଷଣ ଦେଇଥିଲେ ।
୧୭ ବର୍ଷରୁ କମ ବାଳକ ବିଭାଗରେ ବରଗଡ଼ ବ୍ଳକ ଓ ବାଳିକା ବିଭାଗରେ ଝାରବନ୍ଧ ବ୍ଲକ ଏବଂ ୧୪ ବର୍ଷରୁ କମ ବାଳକ ବିଭାଗରେ ସୋହେଲା ବ୍ଳକ ଓ ବାଳିକା ବିଭାଗରେ ପଦ୍ମପୁର ବ୍ଲକ ଗ୍ରୁପ ଚାମ୍ପିଅନ ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ  । ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୫ ଜଣ ଛାତ୍ର ଛାତ୍ରୀ ରାଜ୍ୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।
ଏହି ତିନି ଦିବସୀୟ  ଜିଲ୍ଲାସ୍ତରୀୟ  ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାକୁ  ସୁଚାରୁ ଭାବରେ ସଫଳ କରିବାରେ ପ୍ରଧାନ ଶିକ୍ଷକ  ହିମାଂଶୁ ସାହୁ, ଚିତ୍ତରଞ୍ଜନ ମେହେର, ଯାଦବ ପ୍ରଧାନ, ଆଲୋକ ସାହୁ, ବି ଆର୍ ଟି  ବଳରାମ ନାଗ,  ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ମିଶ୍ର , ପଦ୍ମିନୀ ତ୍ରିପାଠୀ, ସଂଗୀତା ରାଣୀ ମିଶ୍ର, ଗୋକୁଲା ମଲ୍ଲିକ, ସନ୍ତୋଷ କର, ମନବୋଧ ମାଝୀ, ପ୍ରମୋଦ ମେହେର,  ପୁରନ୍ଦର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ,  କେନ୍ଦ୍ରୀୟ  ପରିଚାଳକ ତଥା ଖେଳ ଶିକ୍ଷକ ରମେଶ ସେଠ୍,ପ୍ରଦୀପ ପ୍ରଧାନ, ଅଶ୍ଵିନୀ ବରିହା ,ସୁଶାନ୍ତ ସାହୁ,ମହେନ୍ଦ୍ର ସାହୁ, ବ୍ଲକ କ୍ରୀଡା ସମ୍ପାଦକ ସୁଦୀପ୍ତ ସାହୁ ଙ୍କ ସମେତ ୬୨ ଜଣ କ୍ରୀଡ଼ା ଶିକ୍ଷକ, ଗିରିଶ ସା, ସମସ୍ତ ସି ଆର୍ ସି ସି,  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ  ରାଧେ,ସୁଶିଲ,  ରାମପ୍ରସାଦ,ବଳରାମ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026

You Might Also Like