-+91-9937148622 |
prerana_bgr@rediffmail.com |
Sunday 13th October 2024 |
R.N.I. Regd No. ODIODI/2010/46693
Breaking News
30-Sep-2024
(ମନୋରଞ୍ଜନ ତ୍ରିପାଠୀ )
ବିରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ଶିକ୍ଷକ ଅଭିଭାବକ ବୈଠକ ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଆୟୋଜିତ ହେଇଯାଇଛି । ଏଥିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଧାନ ସଭାପତିତ୍ୱ କରି ସମସ୍ତ ଅଭିଭାବକ ଅନୁଷ୍ଠାନ ସହ ଯୋଡିରହି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଶ୍ରୀମତୀ ଦେବଯାନୀ ମେଶୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ କିଶୋର କୁମାର ସାହୁ "ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ ପତ୍ର" "APAAR " ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଏହାର ଉପାଦେୟତା ଉପରେ ଅବଗତ କରିବା ସହ ଅଭିଭାବକ ମାନଙ୍କୁ ସମ୍ମତିପତ୍ର ଦେବାକୁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ଶେଷରେ ଇଂରାଜୀ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ୟକ୍ରମକୁ ସଫଳ କରିବାରେ ସମ୍ପୁର୍ଣ ସହଯୋଗ କରିଥିଲେ ।