-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ କେନସର ପିଡୀତଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ସେପ୍ଟେମ୍ବର ମାସକୁ ଶିଶୁ କେନସର ମାସ ରୂପେ ସାରା ବିଶ୍ବ ପାଳନ କରିଥାଏ। କାନାଡର କେନସର ପିଡୀତ ୧୨ ବର୍ଷିୟା ଶିଶୁ ମିଲିଣ୍ଡା ରୋଜଙ୍କ ସ୍ମୁତି ଉଦେଶ୍ଯରେ ୨୨ ସେପ୍ଟେମ୍ବର ଦିନ ବିଶ୍ବ ରୋଜ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଆଜି ସ୍ବମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧୀ ଛକ ନିକଟ ମିଲେଟ ମିଶନ ପ୍ରାଙ୍ଗଣରେ ବିଶ୍ବ ରୋଜ ଦିବସ ପାଳନ କରାଯାଇଥିଲା। ଏଥିରେ ସୁରକ୍ଷା ମଞ୍ଚ ସଭାପତି ପବିତ୍ର ଦେହେରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ସଂପର୍କରେ ସୂଚନା ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜାପାନ ମହାପାତ୍ର, ସ୍ବତନ୍ତ୍ର ଅତିଥି ଭାବେ ସରଦାର ପ୍ରିତମ ସିଂ ଓ ବକ୍ତା ରୂପେ ଦିନେଶ ଅଗ୍ରଓ୍ୱାଲ ଯୋଗଦାନ ଦେଇଥିଲେ। ବକ୍ତା ଅଗ୍ରଓ୍ୱାଲ କହିଲେ ଯେ ଜଣେ ଶିଶୁ ନିଜ ଜୀବନରେ କେନସର ସହ ସଂଗ୍ରାମ କରି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପରବର୍ତ୍ତୀ କେନସର ପିଡୀତଙ୍କ ପାଇଁ ନିଜର କବିତା ମାଧ୍ଯମରେ ପ୍ରେରଣା ଦେଇ ଯାଇଛନ୍ତି ତାହା ଅତ୍ଯନ୍ତ ପ୍ରେରଣା ଦାୟୀ। ଏହି କାର୍ଯ୍ୟକ୍ରମରେ ଫାଇଟର୍ସ ଗୃପର ପ୍ରତାପ ଦାଶ ଓ ଅଶ୍ବିନୀ ଦର୍ଜୀଙ୍କୁ ସମ୍ବନ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ଯରେ ସଂଜୟ ଦେହେରୀ, ଭରତ ମହାନନ୍ଦ, ଏମ୍. ଡି ସାହିଲ, ଜନାଥନ ନାଗ, ଚନ୍ଦ୍ର ପଟେଲ, ଯୁଧିଷ୍ଠିର ବିଭାର, ଅଚ୍ୟୁତ ସାର୍ ପ୍ରମୁଖ ଉପସ୍ଥିତ ଥିଲେ।