-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ରାଜ୍ୟ

କେନ୍ଦ୍ର ସରକାର ବିରୋଧରେ ଆଦିବାସୀଙ୍କ ରଣ ହୁଙ୍କାର -ଆଗକୁ ଜୋରଦାର ଆନ୍ଦୋଳନ

22-Sep-2024



ବଲାଙ୍ଗୀର (ପ୍ରେରଣା ଖବର): କେନ୍ଦ୍ର ସରକାର ଆଦିବାସୀଙ୍କୁ ମୂଳପୋଛ କରିବା ପାଇଁ ଅହରହ ଷଡଯନ୍ତ୍ର ରଚୁଛନ୍ତି | କେତେବେଳେ ଆଦିବାସୀ କୋଟା ଉଠେଇବା ପାଇଁ ଗୋଟି ଚାଳନା କରୁଥିବାବେଳେ କେତେବେଳେ ଆଦିବାସୀଙ୍କୁ ଦେଶର ମୁଖ୍ୟ ଶ୍ରୋତରେ ସାମିଲ କରିବା ବାହାନାରେ ଜମିରୁ ସର୍ବହରା କରିବା ପାଇଁ ଯୋଜନା ଚାଲିଛି | କେନ୍ଦ୍ର ସରକାର ଆଦିବାସୀ ମାନଙ୍କ ମଧ୍ୟରେ କ୍ରିମି ଲେୟାର କରି ଜାତି ଜାତି ମଧ୍ୟରେ ବିଭେଦ କରି ଆଦିବାସୀଙ୍କୁ ନିଜ ନିଜ ମଧ୍ୟରେ ଲଢେଇ କରିବାକୁ ମଧ୍ୟ ଷଡଯନ୍ତ୍ର କରୁଛି | ଆଦିବାସୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ଉଚ୍ଚ ଆସନ ମହାମହିମ ରାଷ୍ଟ୍ରପତି ପଦବୀରେ ଅଳଙ୍କୃତ ହୋଇଥିବା ବେଳେ ଆଦିବାସୀ ମାନଙ୍କ ଭିତରେ ଉଚ୍ଚ ଶିକ୍ଷିତ ନୁହନ୍ତି ବୋଲି ସରକାର କନିଷ୍ଠ ଶିକ୍ଷକ ପଦବୀରୁ ମଧ୍ୟ ବଞ୍ଚିତ କରିବା ଦୁଃଖର ବିଷୟ | ବିଗତ ଗ୍ରାମ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଇଥିଲା |  ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଛଡେଇ ନକଲି ଆଦିବାସୀ ରାଜ କରୁଥିବାବେଳେ ଆଦିବାସୀ ମାନେ ନକଲି ଆଦିବାସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ |  ସରକାର ଆଦିବାସୀଙ୍କ ନାଁ ରେ ଯୋଜନା ଉପରେ ଯୋଜନା କରି ଆଦିବାସୀ ବିକାଶ ନାଁ ରେ ଆସୁଥିବା ଟଙ୍କା ହରିଲୁଟ କରି ଚାଲିଛନ୍ତି | ସମ୍ବିଧାନ ସଂଶୋଧନ ନାଁ ରେ ସଂରକ୍ଷଣ ଉଠେଇବା ପାଇଁ, ଏଟ୍ରୋସିଟି ଏକ୍ଟକୁ ଦୁର୍ବଳ କରିବା ପାଇଁ ଅନେକ ଷଡଯନ୍ତ୍ର ରଚନା କରୁଛନ୍ତି କେନ୍ଦ୍ର ସରକାର | ଆଦିବାସୀ ମାନଙ୍କ ଉପରେ ବାରମ୍ବାର ଷଡଯନ୍ତ୍ର କରୁଥିବା କେନ୍ଦ୍ର ସରକାର ବିରୋଧରେ ବିଗତ ଦିନରେ ଅନେକ ଆନ୍ଦୋଳନ ହୋଇଥିବା ବେଳେ ଆଗକୁ ମଧ୍ୟ ଆଦିବାସୀ ମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି |  କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ କାର୍ଯ୍ୟକ୍ରମ ଆଗାମୀ ଦିନରେ କେନ୍ଦ୍ର ସରକାରକୁ ହରଡ଼ ଘଣାରେ ପକେଇଦେବ ସମୟ କହିବ  |  ଆଦିବାସୀ ମାନଙ୍କ ଅସନ୍ତୋଷ ଦିନେନା ଦିନେ ସରକାରକୁ ଗାଡିଚ୍ୟୁତ କରିଦେବ |  ଦୁଇଦିନ ପୂର୍ବରୁ ହୋଇଥିବା ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକରେ ମଧ୍ୟ ଜଣେ ଶାସକ ଦଳର ବିଧାୟକ ଓ. ଆର. ଭି. ଆକ୍ଟ ବିରୋଧ ରେ ଟିପ୍ପଣୀ ଦେବା ଦୁଃଖ ଦାୟକ | ଆଜି ଟିଟିଲାଗଡ଼ ବ୍ଲକ ବିଜେପୁର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ପ୍ରଥମେ ଧରନି ପୀଠରେ ଇଷ୍ଟଦେବୀଙ୍କୁ ପୂଜାର୍ଚନା ସାରି ଡକା ବାଦ୍ୟ ବଜେଇ  ବଜେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କୁ ଗ୍ରାମରେ ଭବ୍ୟ ଶୋଭାଯାତ୍ରାରେ ସଭାମଞ୍ଚ ପାଖକୁ ପାଛୋଟି ନେଇଥିଲେ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଆଦିବାସୀ  | ବ୍ଲକ ସଭାପତି ଶ୍ରୀ ପଦ୍ମନ ପଧାନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ରାଜ୍ୟସଭା ସାଂସଦ  ଶ୍ରୀ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିବାସୀ ମାନଙ୍କ ହକ ଅଧିକାର, ସାମ୍ବିଧାନିକ ଅଧିକାର,

ସଂସ୍କୃତି ପରମ୍ପରା, ଦେବଦେବୀ ପୀଠରେ ସୁରକ୍ଷା, ପ୍ରଥା ପରମ୍ପରା, ଜଳ ଜଙ୍ଗଲ ଜମିର ସୁରକ୍ଷା କରି ଦେଶର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ | କେନ୍ଦ୍ର ସରକାର ସବୁବେଳେ ଆଦିବାସୀ ମାନଙ୍କ ଉପରେ ଷଡଯନ୍ତ୍ର କରୁଥିବାରୁ କେନ୍ଦ୍ର ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ | ଆଜିର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସଂଘର ଇନ୍ଦ୍ରମଣି ମାଝୀ, ନିତ୍ୟାନନ୍ଦ ମାଝୀ, ଜଗନ୍ନାଥ ମାଝୀ, ଚକ୍ର ଯାନୀ, ମନୋରଞ୍ଜନ ଭୋଇ, ବନଳତା ମାଝୀ, ଚୂଡ଼ାମଣି ମାଝୀ, ବନସିଂ ପଧାନୀ, ପ୍ରଫୁଲ୍ଲ ପଧାନୀ, ସୁଶୀଲ ଭୋଇ,ପୃଥ୍ୱୀରାଜ ମାଝୀ, ଲକ୍ଷ୍ମଣ ମାଝୀ, ବିଭୀଷଣ ମାଝୀ, ପର୍ଶୁରାମ ମାଝୀ ପ୍ରମୁଖ ନେତୃବୃନ୍ଦ  ଉପସ୍ଥିତ ଥିବାବେଳେ ହଜାର ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଯୋଗଦେଇଥିଲେ  | ସଭାକୁ ସୁନୀଲ ମାଝୀ ପରିଚାଳନା କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like