-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ରାଜ୍ୟ

କେନ୍ଦ୍ର ସରକାର ବିରୋଧରେ ଆଦିବାସୀଙ୍କ ରଣ ହୁଙ୍କାର -ଆଗକୁ ଜୋରଦାର ଆନ୍ଦୋଳନ

22-Sep-2024



ବଲାଙ୍ଗୀର (ପ୍ରେରଣା ଖବର): କେନ୍ଦ୍ର ସରକାର ଆଦିବାସୀଙ୍କୁ ମୂଳପୋଛ କରିବା ପାଇଁ ଅହରହ ଷଡଯନ୍ତ୍ର ରଚୁଛନ୍ତି | କେତେବେଳେ ଆଦିବାସୀ କୋଟା ଉଠେଇବା ପାଇଁ ଗୋଟି ଚାଳନା କରୁଥିବାବେଳେ କେତେବେଳେ ଆଦିବାସୀଙ୍କୁ ଦେଶର ମୁଖ୍ୟ ଶ୍ରୋତରେ ସାମିଲ କରିବା ବାହାନାରେ ଜମିରୁ ସର୍ବହରା କରିବା ପାଇଁ ଯୋଜନା ଚାଲିଛି | କେନ୍ଦ୍ର ସରକାର ଆଦିବାସୀ ମାନଙ୍କ ମଧ୍ୟରେ କ୍ରିମି ଲେୟାର କରି ଜାତି ଜାତି ମଧ୍ୟରେ ବିଭେଦ କରି ଆଦିବାସୀଙ୍କୁ ନିଜ ନିଜ ମଧ୍ୟରେ ଲଢେଇ କରିବାକୁ ମଧ୍ୟ ଷଡଯନ୍ତ୍ର କରୁଛି | ଆଦିବାସୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ଉଚ୍ଚ ଆସନ ମହାମହିମ ରାଷ୍ଟ୍ରପତି ପଦବୀରେ ଅଳଙ୍କୃତ ହୋଇଥିବା ବେଳେ ଆଦିବାସୀ ମାନଙ୍କ ଭିତରେ ଉଚ୍ଚ ଶିକ୍ଷିତ ନୁହନ୍ତି ବୋଲି ସରକାର କନିଷ୍ଠ ଶିକ୍ଷକ ପଦବୀରୁ ମଧ୍ୟ ବଞ୍ଚିତ କରିବା ଦୁଃଖର ବିଷୟ | ବିଗତ ଗ୍ରାମ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଇଥିଲା |  ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଛଡେଇ ନକଲି ଆଦିବାସୀ ରାଜ କରୁଥିବାବେଳେ ଆଦିବାସୀ ମାନେ ନକଲି ଆଦିବାସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ |  ସରକାର ଆଦିବାସୀଙ୍କ ନାଁ ରେ ଯୋଜନା ଉପରେ ଯୋଜନା କରି ଆଦିବାସୀ ବିକାଶ ନାଁ ରେ ଆସୁଥିବା ଟଙ୍କା ହରିଲୁଟ କରି ଚାଲିଛନ୍ତି | ସମ୍ବିଧାନ ସଂଶୋଧନ ନାଁ ରେ ସଂରକ୍ଷଣ ଉଠେଇବା ପାଇଁ, ଏଟ୍ରୋସିଟି ଏକ୍ଟକୁ ଦୁର୍ବଳ କରିବା ପାଇଁ ଅନେକ ଷଡଯନ୍ତ୍ର ରଚନା କରୁଛନ୍ତି କେନ୍ଦ୍ର ସରକାର | ଆଦିବାସୀ ମାନଙ୍କ ଉପରେ ବାରମ୍ବାର ଷଡଯନ୍ତ୍ର କରୁଥିବା କେନ୍ଦ୍ର ସରକାର ବିରୋଧରେ ବିଗତ ଦିନରେ ଅନେକ ଆନ୍ଦୋଳନ ହୋଇଥିବା ବେଳେ ଆଗକୁ ମଧ୍ୟ ଆଦିବାସୀ ମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି |  କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ କାର୍ଯ୍ୟକ୍ରମ ଆଗାମୀ ଦିନରେ କେନ୍ଦ୍ର ସରକାରକୁ ହରଡ଼ ଘଣାରେ ପକେଇଦେବ ସମୟ କହିବ  |  ଆଦିବାସୀ ମାନଙ୍କ ଅସନ୍ତୋଷ ଦିନେନା ଦିନେ ସରକାରକୁ ଗାଡିଚ୍ୟୁତ କରିଦେବ |  ଦୁଇଦିନ ପୂର୍ବରୁ ହୋଇଥିବା ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକରେ ମଧ୍ୟ ଜଣେ ଶାସକ ଦଳର ବିଧାୟକ ଓ. ଆର. ଭି. ଆକ୍ଟ ବିରୋଧ ରେ ଟିପ୍ପଣୀ ଦେବା ଦୁଃଖ ଦାୟକ | ଆଜି ଟିଟିଲାଗଡ଼ ବ୍ଲକ ବିଜେପୁର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |  ପ୍ରଥମେ ଧରନି ପୀଠରେ ଇଷ୍ଟଦେବୀଙ୍କୁ ପୂଜାର୍ଚନା ସାରି ଡକା ବାଦ୍ୟ ବଜେଇ  ବଜେଇ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କୁ ଗ୍ରାମରେ ଭବ୍ୟ ଶୋଭାଯାତ୍ରାରେ ସଭାମଞ୍ଚ ପାଖକୁ ପାଛୋଟି ନେଇଥିଲେ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଆଦିବାସୀ  | ବ୍ଲକ ସଭାପତି ଶ୍ରୀ ପଦ୍ମନ ପଧାନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ରାଜ୍ୟସଭା ସାଂସଦ  ଶ୍ରୀ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିବାସୀ ମାନଙ୍କ ହକ ଅଧିକାର, ସାମ୍ବିଧାନିକ ଅଧିକାର,

ସଂସ୍କୃତି ପରମ୍ପରା, ଦେବଦେବୀ ପୀଠରେ ସୁରକ୍ଷା, ପ୍ରଥା ପରମ୍ପରା, ଜଳ ଜଙ୍ଗଲ ଜମିର ସୁରକ୍ଷା କରି ଦେଶର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ | କେନ୍ଦ୍ର ସରକାର ସବୁବେଳେ ଆଦିବାସୀ ମାନଙ୍କ ଉପରେ ଷଡଯନ୍ତ୍ର କରୁଥିବାରୁ କେନ୍ଦ୍ର ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ | ଆଜିର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସଂଘର ଇନ୍ଦ୍ରମଣି ମାଝୀ, ନିତ୍ୟାନନ୍ଦ ମାଝୀ, ଜଗନ୍ନାଥ ମାଝୀ, ଚକ୍ର ଯାନୀ, ମନୋରଞ୍ଜନ ଭୋଇ, ବନଳତା ମାଝୀ, ଚୂଡ଼ାମଣି ମାଝୀ, ବନସିଂ ପଧାନୀ, ପ୍ରଫୁଲ୍ଲ ପଧାନୀ, ସୁଶୀଲ ଭୋଇ,ପୃଥ୍ୱୀରାଜ ମାଝୀ, ଲକ୍ଷ୍ମଣ ମାଝୀ, ବିଭୀଷଣ ମାଝୀ, ପର୍ଶୁରାମ ମାଝୀ ପ୍ରମୁଖ ନେତୃବୃନ୍ଦ  ଉପସ୍ଥିତ ଥିବାବେଳେ ହଜାର ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଯୋଗଦେଇଥିଲେ  | ସଭାକୁ ସୁନୀଲ ମାଝୀ ପରିଚାଳନା କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like