-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
03-Aug-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବହୁ ପ୍ରତିକ୍ଷିତ ଦାବୀ ଏଡିଯେ କୋର୍ଟ ସ୍ଥାପନ ନେଇ ସରକାର ପକ୍ଷରୁ ସ୍ବୀକୃତି ମିଳିବା ପରେ ଉଦ୍ଘାଟନ ନେଇ ଦୁଇ ଗୋଟି ଓକିଲ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଦୁଇ ଓକିଲ ସଂଘ ସଭାପତି ଶିବ ପ୍ରସାଦ ମେହେର ଏବଂ ଗୋବର୍ଦ୍ଧନ ସୁନା ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ସରକାର ପକ୍ଷ ରୁ ଏଡ଼ିଯେ କୋର୍ଟ ସ୍ଥାପନ ଦ୍ବାରା ଖଡିଆଳ, ବୋଡ଼େନ ଏବଂ ସିନାପାଲି ଅଞ୍ଚଳ ବାସୀ ନ୍ୟାୟିକ ସୁବିଧା ପାଇବା ସହ ଖର୍ଚ୍ଚାନ୍ତ ରୁ ବଞ୍ଚିତ ହେବେ ବୋଲି ପ୍ରକାଶ କରିଛନ୍ତି। ଏଡିଯେ କୋର୍ଟ ସ୍ଥାପନ ପାଇଁ ଏକାଧିକ ବ୍ୟକ୍ତି, ଅନୁଷ୍ଠାନ ଏବଂ ସର୍ବ ଦଳୀୟ ନେତୃବୃନ୍ଦ ଙ୍କ ଅବଦାନ ନେଇ ଧନ୍ୟବାଦ ଦେଇଥିଲେ। ଖଡ଼ିଆଳର ସମସ୍ୟା ସମାଧାନ ପାଇଁ ମିଳିତ ରୂପେ ସଂଘ ବଦ୍ଧ ଲଢେଇ ଆବଶ୍ୟକ ଅଟେ। କୋର୍ଟ ଉଦ୍ଘାଟନ ଦିବସ କୁ ଏକ ଉତ୍ସବ ରୂପେ ପାଳନ କରିବା ସହ ସମସ୍ତ ବ୍ୟକ୍ତି ଅନୁଷ୍ଠାନ,ନାଗରିକଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଅଛି। ବୈଠକ ରେ ଲମ୍ବୋଦର ନିଆଁଲ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଅକ୍ଷୟ ନନ୍ଦ,ଜିତୁ ପଟ୍ଟନାୟକ, ବଣିକ ସଙ୍ଗ,ଅନେକ ଅନୁଷ୍ଠାନ ସଦସ୍ୟ,ବେଳେ ସଂଘ ସମ୍ପାଦକ କିଶୋର ବାଗ ଧନ୍ୟବାଦ ଦେଇଥିଲେ।