-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
29-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): କୋଇଲା ରୟାଲ୍ଟି ବୃଦ୍ଧି ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଭିତରେ ଓଡ଼ିଶା ପାଇଁ କଣ ଆଲୋଚନା ହୋଇଛି ତାହା ଓଡ଼ିଶାବାସୀ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ହୋଇଛି । କୋଇଲା ରୟାଲଟି ବୃଦ୍ଧି କରିବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଛି । ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲ୍ଟି ବୃଦ୍ଧି ହୁଏ । ହେଲେ ୨୦୧୩ ପରଠାରୁ କୋଇଲା ରୟାଲ୍ଟିର ବୃଦ୍ଧି ହୋଇନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବାରମ୍ବାର ଦାବି କରିଥିଲେ । କୋଇଲା ରୟାଲ୍ଟି ବଢିଲେ ଓଡ଼ିଶାର ସ୍ୱପ୍ନ ସାକାର ହେବ, ବିକଶିତ ଓଡ଼ିଶା ଗଠନ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।