-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଟି ଶିକ୍ଷା ଅଧୀନ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ କଣ୍ଟାମାଳ ଠାରେ କଣ୍ଟାମାଳ କ୍ଲଷ୍ଟର ପକ୍ଷରୁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ କଣ୍ଟାମାଳ ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତ୍ରିନାଥ ପାଣି ଓ ବନ୍ଧପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଚାକିରିରୁ ଜୁନ ମାସ 30 ତାରିଖ ଦିନ ଅବସର ଗ୍ରହଣ କରୁଥିବା ହେତୁ କଣ୍ଟାମାଳ କ୍ଲଷ୍ଟର ତରଫରୁ ଉଭୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l କଣ୍ଟାମାଳ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଂଜୀବ କୁମାର କର୍ଣ୍ଣ ଙ୍କ ସଭାପତିତ୍ୱ ଓ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ସଭାରେ କଣ୍ଟାମାଳ ବିଆରସିସି ଦୁର୍ଗାଚରଣ ପ୍ରଧାନ ମୁଖ୍ୟଅତିଥି ଓ ଏବିଇଓ ଲକ୍ଷ୍ମୀ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉଭୟ ଶ୍ରୀ ପାଣି ଓ ଶ୍ରୀ ମହାପାତ୍ର ଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ଉପହାର ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ l ସରକାରୀ ଚାକିରୀରେ ଯୋଗଦେବା ଓ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟକରିବା ପରେ ଚାକିରିରୁ ଅବସରନେବା ଏହା ଏକ ପ୍ରକ୍ରିୟା ବୋଲି ବିଆରସିସି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ l ସେହିପରି ସଭାରେ ଉଦେପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବାବୁଲାଲ
ମହାକୁଡ଼, ଖଲିଆପାଲି ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ସାହୁ, ସର୍ଗିପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ପଣ୍ଡା ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହକର୍ମୀ ଭାବେ ସେମାନଙ୍କ ସ୍ମୃତି ଓ ଅନୁଭୂତି ବର୍ଣ୍ଣନାକରି ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲେ l ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡା ଧନ୍ୟବାଦ ଦେଇଥିବାବେଳେ କଣ୍ଟାମାଳ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l