-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ବିଡିଓଙ୍କ ପରିଚୟ ଦେଇ ୨ ଅଧ୍ୟାପକଙ୍କ ଆକାଉଣ୍ଟରୁ ସାଇବର ଠକ ନେଇଗଲା ୪୦ ହଜାର,ଠକାମୀରୁ ଅଳ୍ପକେ ବର୍ତ୍ତିଲେ ୨ କଲେଜ କର୍ମଚାରୀ

29-Jun-2024



ବାଲିପାଟଣା: ମୁଁ ବାଲିପାଟଣା ବ୍ଲକରୁ ବିଡିଓ କହୁଛି। ଆପଣଙ୍କ କଲେଜକୁ ମାକ୍ସ ବାବଦରେ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ଅନୁଦାନ ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ପାଇଁ ବ୍ଲକ ଆକାଉଣ୍ଟରୁ ଟଙ୍କା ଯାଇପାରୁ ନାହିଁ। କଲେଜର ୨/୩ ଜଣ କର୍ମଚାରୀଙ୍କ ଆକାଉଣ୍ଟ ଡିଟେଲସ କିମ୍ବା ୟନୋ ପେ’ ନମ୍ବର ଦିଅନ୍ତୁ ଟଙ୍କା ଛଡ଼ାଯିବ। ସାଇବର ଠକଙ୍କ ଚକ୍ରବ୍ୟୁହରେ ଫସି ୪୦ ହଜାର ଟଙ୍କା ହରାଇଛନ୍ତି ଓଡ଼ଖଣ୍ଡ କଲେଜର ୨ ଅଧ୍ୟାପକ। ହେଲେ ଶିଶୁ ଅନନ୍ତ ମହାବିଦ୍ୟାଳୟ ଏବଂ ବନମାଳୀପୁର କଲେଜ କର୍ତ୍ତୃପକ୍ଷ ଠକାମୀରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଆକାଉଣ୍ଟକୁ ଟଙ୍କା ଆସିବା ବଦଳରେ ଟଙ୍କା କଟିବା ପରେ ଜ୍ଞାନ ଉଦୟ ହୋଇଥିଲା।ଖୋଳତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କୌଣସି କର୍ମଚାରୀ ବ୍ଲକରେ କାର୍ଯ୍ୟ କରୁ ନ ଥିବା ସ୍ପଷ୍ଟ ହେବା ପରେ ସାଇବର ଠକାମିର ଶିକାର ହୋଇଥିବା ଜଣା ପଡିଥିଲା।
ସୂଚନା ଅନୁସାରେ ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଅଧ୍ୟାପକ ଆଜି ସାଇବର ଠକଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି। ସାଇବର ଠକ ନିଜକୁ ବିଡିଓ ବୋଲି ପରିଚୟ ଦେଇ କଲେଜ ଅଧ୍ୟ୍ୟକ୍ଷା ସାଗରିକା ମହାନ୍ତିଙ୍କ ଫୋନ୍‌କୁ ୮୦୯୩୫୫୨୮୯୪ରୁ  ଦିନ ୧୨ଟା ୪୫ରେ କଲ ଆସିଥିଲା। ବାଲିପାଟଣା ବ୍ଲକରୁ ବିଡ଼ିଓ କହୁଛି ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। କଲେଜକୁ ସରକାରଙ୍କ ତରଫରୁ ମାକ୍ସ ପାଇଁ ୪୦ ହଜାର ଟଙ୍କା ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ଥିବା ହେତୁ ଟଙ୍କା ଟ୍ରାନ୍ସଫର ହୋଇ ପାରୁନାହିଁ। ଆପଣଙ୍କ କଲେଜର ୨ ରୁ ୩ ଜଣ କର୍ମଚାରୀଙ୍କ ୟୋନୋ ପେ’ ନମ୍ବର ଦେଲେ ଟଙ୍କା ଛଡ଼ାଯିବ ବୋଲି ବ୍ୟକ୍ତି ଜଣଙ୍କ କହିଥିଲା। ବ୍ଲକରୁ ଫୋନ ଆସିଥିବା କଥାକୁ ଅଧ୍ୟକ୍ଷା ସହଜରେ ବିଶ୍ବାସ କରିଥିଲେ। କଲେଜ ଅର୍ଥନୀତି ବିଭାଗ ଅଧ୍ୟାପକ ଅତନୁ କୁମାର ପଣ୍ଡା, ଓଡ଼ିଆ ଅଧ୍ୟାପକ ନାଥ ବିଶ୍ୱାଳ ଏବଂ ପଦାର୍ଥ ବିଜ୍ଞାନ ଡେମୋନେଷ୍ଟେଟର ନୃସିଂହ ଚରଣ ସ୍ୱାଇଁ ତାଙ୍କ ୟନୋ ପେ’ ନମ୍ବର ଦେଇଥିଲେ। ପରବର୍ତ୍ତୀ ସମୟରେ କଲେଜ ଛାତ୍ରଛାତ୍ରୀ ସଂଖ୍ୟା ବୁଝିବା ପରେ ଠକ ଜଣଙ୍କ କଥା ବଦଳାଇ ୬୦ ହଜାର ଟଙ୍କା ଆସିଥିବା ଅଧ୍ୟାପକଙ୍କୁ କହିଥିଲା ଏବଂ ଓଟିପି ନମ୍ବର ଦେବାର କିଛି ସମୟ ମଧ୍ୟରେ ଅର୍ଥନୀତି ଓ ଓଡ଼ିଆର ୨ ଅଧ୍ୟାପକଙ୍କ ଆକାଉଣ୍ଟ ରୁ ୪୦ ହଜାର ଟଙ୍କା କଟି ଯାଇଥିବା ଫୋନକୁ ମେସେଜ ଆସିଥିଲା। ଅନ୍ୟ ଜଣେ କର୍ମଚାରୀଙ୍କ ଆକାଉଣ୍ଟରେ ତ୍ରୁଟି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆକାଉଣ୍ଟକୁ ଟଙ୍କା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟିବା ଦେଖି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣା ର ଖୋଳ ତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କେହି ବ୍ଲକରେ କୌଣସି କର୍ମଚାରୀ ନ ଥିବା ଜଣାପଡ଼ିଥିଲା।
 ସେହିପରି ସେହି ନମ୍ବରରୁ ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟ୍ୟକ୍ଷ କଲ୍ୟାଣ କୁମାର ପଣ୍ଡାଙ୍କ ପାଖକୁ ଅପରାହ୍‌ଣ ପ୍ରାୟ ୨ଟାରେ ଫୋନ କଲ ଆସିଥିଲା। ମହାଦେବଙ୍କ ନୀତିପୂଜାରେ ବ୍ୟସ୍ତ ଥିବା ରୁ ଶ୍ରୀ ପଣ୍ଡାଙ୍କ ପତ୍ନୀ ଫୋନ କଲ ରିସିଭ କରିଥିଲେ। ସମାନ ଢଙ୍ଗରେ ବ୍ଲକରୁ ବିଡ଼ିଓ କହୁଛି। କଲେଜ ପାଣ୍ଠିକୁ ସରକାରୀ ଟଙ୍କା ଆସିଛି। କଲେଜର କିଛି କର୍ମଚାରୀଙ୍କ ୟୋନୋ ନମ୍ବର ମାଗିଥିଲା। ଅଧ୍ୟକ୍ଷ କଲେଜର ଜଣେ କର୍ମଚାରୀଙ୍କୁ ସେହି ନମ୍ବର ଦେଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ବୁଝିବାକୁ କହିଥିଲେ। କର୍ମଚାରୀ ଜଣଙ୍କ କଥା ହେବା ପରେ ହଠାତ ବିଶ୍ୱାସ କରି ପାରି ନ ଥିଲେ ଏବଂ ଜଣେ ଅଧ୍ୟାପକଙ୍କ ୟୋନୋ ନମ୍ବର ଠକକୁ ଡାକି ଦେଇଥିଲେ। ୟୋନୋ ନମ୍ବର ଦିଆ ଯାଇଥିବା ଅଧ୍ୟାପକଙ୍କ ଫୋନକୁ ଠକ ସାଙ୍ଗେ ସାଙ୍ଗେ ଫୋନ କରି ଓଟିପି ନମ୍ବର ଡାକିବାକୁ କହିଥିଲା। ହେଲେ ଅଧ୍ୟାପକ ଓଟିପି ନମ୍ବର ଡାକି ନ ଥିଲେ। ଆକାଉଣ୍ଟକୁ ଟଙ୍କା ଛାଡିବାକୁ କହିବା ପରେ ଫୋନ କଟି ଯାଇଥିଲା। ସୌଭାଗ୍ୟ ବଶତଃ ଅଧ୍ୟାପକ ଠକାମୀରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ କଲେଜ ଅଧ୍ୟ୍ୟକ୍ଷଙ୍କ ଫୋନକୁ କଲ ଆସିଥିଲା। ମାତ୍ର ଆକାଉଣ୍ଟ ବିବରଣୀ ଦେବାକୁ ରୋକ ଠୋକ ମନା କରିଦେଇଥିଲେ।

(ଭୁବନେଶ୍ବର (ବାଲିପାଟଣା)ରୁ ବିଶ୍ୱରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like