-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
17-Jun-2024
କର୍ଲାମୁଣ୍ଡା( ପ୍ରଦିପ କୁମାର ସାହୁ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟାପକ ନୀଳାମ୍ବର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ନରୋତ୍ତମ ସେଲମା ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିବା ସହ ସମସ୍ତ ଙ୍କ ମନରେ ଦେବାର ମାନସିକତା ରହିଲେ ଆମ ଜୀବନ ଦର୍ଶନ ରେ ଉନ୍ନତି ଆସିବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ତଥା କଣ୍ଠଶିଳ୍ପୀ ହେମାଦ୍ରୀ ଭୋଇ, ରିଷିଡା ସରକାରୀ ହାଇସ୍କୁଲ ର ଶିକ୍ଷୟତ୍ରୀ ବିଜୟିନୀ ମଲ୍ଲିକ, ଇଂରାଜୀ ଅଧ୍ୟାପକ ଦୁଷ୍ମନ୍ତ କୁମାର ମିର୍ଧା ଓ ପରିଚାଳକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ମାଝୀ ଯୋଗ ଦେଇ ମନ୍ତବ୍ୟ ରଖିଥିଲେ। ସଭାପତି ଶ୍ରୀ ପାତ୍ର ଲକ୍ଷ୍ୟ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଜ୍ୟୋତି ମୟୀ ରଣା ସଭା ସଂଯୋଜନା କରିଥିଲେ।ଲଳିତ ଦାସ, ଚିନ୍ମୟ ରଣା, ଜଗଦୀଶ ଭୋଇ,ପାଣ୍ଡବ ହରିଜନ ସହଯୋଗ କରିଥିଲେ।