-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||     

HOME   ଜିଲ୍ଲା

ସାବତ କୋଳରେ ଡୁଙ୍ଗୁରିପାଲି........ ବଦଳିଛି ସରକାର , ବଦଳି ନାହିଁ ବିଧାୟକ, ବଦଳିବ କି ଡୁଙ୍ଗୁରିପାଲିର ଭାଗ୍ୟ

17-Jun-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ତିନୋଟି ଜିଲ୍ଲାପରିଷଦ ଜୋନକୁ ନେଇ ଗଠିତ। ଭୌଗୋଳିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବ୍ୟବସାୟିକ, ରାଜନୈତିକ ଦୃଷ୍ଟିକୋଣରୁ ଏକ ସ୍ୱତନ୍ତ୍ରତା ରହିଛି । ଜିଲ୍ଲା ଗଠନ ହେବାଠାରୁ ଅଂଚଳ ଯେଭଳି ଉନ୍ନତି କରିବା କଥା ସେଭଳି ଆଖିଦୃଶିଆ ହୋଇ ନାହିଁ । ବିଜେଡି ସରକାର ସମୟରେ ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ନିରଞ୍ଜନ ପୁଜାରୀ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ଏହି ଅଂଚଳରେ ଗମନାଗମନ କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା, ବିଭିନ୍ନ ନାଳ, ନଦୀ ଉପରେ ପୋଲ ନିର୍ମାଣରେ ଜିଲ୍ଲା ତଥା ରାଜ୍ୟରେ ଆଗୁଆ ରହିଛନ୍ତି। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଡୁଙ୍ଗୁରିପାଲି ଅଂଚଳର ଅନେକ ଗୁଡିଏ କାମ ରହିଯାଇଛି । ଶିକ୍ଷା କ୍ଷେତ୍ରରେ ୧୯୮୪ ମସିହାର ମହାବିଦ୍ୟାଳୟ ବର୍ତ୍ତମାନ ଏକ ଅପରିତ୍ୟକ୍ତ ପୁରୁଣା କାର୍ଯ୍ୟଳୟ ଭଳି ଦେଖା ଯାଉଛି । ଏହି କଲେଜର ଶିକ୍ଷା କ୍ଷେତ୍ରରେ ନାଁ ରହିଥିଲେ ମଧ୍ୟ ଶୈକ୍ଷିକ ବାତାବରଣ ନକହିଲେ ଚଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଲେଜରେ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇ ନାହିଁ । ଯାହାଦ୍ୱାରା ଅନାୟସରେ ଅସମାଜିକ ବ୍ୟକ୍ତିମାନେ କଲେଜ ପରିସରରେ ମଦର ଆସର ଜଣାଉଛନ୍ତି । ସଂଧ୍ୟା ନଇଲେ ଏମାନଙ୍କ କବ୍ଚାକୁ ଚାଲିଯାଉଛି କଲେଜ । ଯୁଆଡେ ଦେଖିବ ମାଲ ମାଲ ନିଶା ବୋତଲ, କ୍ୟାପସୁଲ, ମଦପାଉଚ । ଶ୍ରେଣୀ କୋଠରୀ ଅଭାବରୁ ଯୁକ୍ତ ଦୁଇ ଓ ତିନି କାଳାଂଶ ଅନୁସାରେ ପଢା ଚାଲିଛି । ଛାତ୍ରୀମାନଙ୍କ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଥିବା ବେଳେ ଛାତ୍ରମାନଙ୍କ ପାଇଁ ଶୌଚାଳୟ ନାହିଁ । ରିଡିଂ ରୁମ ସ୍ୱପ୍ନ । ଅବସର ସମୟରେ ଛାତ୍ରୀମାନେ କମନ ରୁମ ଅଭାବରୁ ଗଛ ତଳେ ବସୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ବିଭାଗର ଡାକ୍ତର ପୁରଣ ହୋଇଥିବା ବେଳେ ଅଂଚଳରେ କ୍ୱାକମାନଙ୍କ ପ୍ରାର୍ଦୁଭାବ ଏବଂ କେତେକ ଡାକ୍ତରମାନଙ୍କ ଘରୋଇ ଚିକିତ୍ସା ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାର ଦେଖାଯାଉଛି । ଡାଇଲେସିସ୍ ସେଣ୍ଟର ପାଣିର ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ୨୬ ନମ୍ବର ଜାତୀୟ ରାଜପଥ ଚିନାଯୁରୀଠାରୁ ବୈଦୁପାଲି ପର୍ଯ୍ୟନ୍ତ କାମ ଅଧପନ୍ତରିଆ ଭାବେ ପଡି ରହିଛି । ଡ୍ରେନ କାମ ଅଧାରେ ମୁକୁଳା ହୋଇ ରହିଛି । ଗତ ୨୦୨୩ନଭେମ୍ବର ସୁଦ୍ଧା କାମ ସମାପ୍ତ ହେବାକୁ ଜିଲ୍ଲାପ୍ରସାଶନର ପ୍ରତିଶୃତି ପାଣିର ଗାର ପାଳଟିଛି । ଏଠାରେ ଚାଲିଥିବା ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପାଞ୍ଚ ବର୍ଷ ହେବ ବନ୍ଦ ରହିଛି । ଯାହାଦ୍ୱାରା ଲୋକେ ସାମାନ୍ୟ କାମରେ ରାମପୁର ତହସିଲ ଉପରେ ନିର୍ଭର କରୁଛନ୍ତି । ଏହି ଅଂଚଳର ଇଚ୍ଛାପୁର, କର୍ଲାଯୁରୀ, ଶୁଖା, ଚେରୁପାଲି, ବୈଦୁପାଲି, ଦିଗସିରା, ତମାମୁରା, କପାସିରା ପଞ୍ଚାୟତର ଟେଲ ଏରିଆ ଗ୍ରାମର ଚାଷୀମାନେ ପାଣି ପାଇ ପାରୁ ନାହାନ୍ତି । ୨୦ ବର୍ଷ ଆଗରୁ ସମଗ୍ର ବ୍ଲକ ଉଭୟ ଋତୁରେ ଚାଷ କରିପାରୁଥିବା ବେଳେ ଧିରେଧିରେ କେନାଲ ପାଣି ତଳ ମୁଣ୍ଡାକୁ ପହଞ୍ଚି ପାରୁ ନାହିଁ । ଯଦ୍ୱାରା ଜମି ପଡିଆ ବଢିବାରେ ଲାଗିଛି ।କେନାଲ ମରାମତିରେ କେଉଁ ଅଂଳକୁ ମେଞ୍ଚେ ତ କେଉଁ ଅଂଚଳକୁ କେଞ୍ଚେ ନିତିରେ କାମ ଚାଲିଛି। ଗାଁ ମାନଙ୍କରେ କୁରଟୀର ଶୀଳ୍ପର ଅଭାବ ଦେଖା ଦେଇଥିବା ବେଳେ କୁଚିଆ ମଦଭାଟି ଗୁଡିକ କୁଟୀର ଶିଳ୍ପର ସ୍ଥାନ ନେଇଛି । ଅବକାରୀ ବିଭାଗ ମଧ୍ୟ ଏଥିରେ ଦୃଢ ପଦକ୍ଷେପ ନେଉନାହିଁ । ଡୁଙ୍ଗୁରିପାଲି ସହରକୁ ଆଜିପର୍ଯ୍ୟନ୍ତ ପାନୀୟ ଜଳର ଦେଖା ନାହିଁ । ଗତ ୨୦ ବର୍ଷ ତଳେ ଅଙ୍ଗନଦୀରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ପ୍ରକଳ୍ପ ମରାମତି, ପୁନଃ ମରାମତି, ନିର୍ମାଣ, ପୁନଃ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପାଣି ପହଞ୍ଚି ନାହିଁ । ପୁଣି ଡୁଙ୍ଗୁରିପାଲିର ସ୍କୁଲ ପଛ ପଟେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ଏହା ଦ୍ୱାରା ସହରକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ବି ଫେଲ ମାରିଛି । ସହରରେ ଆଲୋକି କରଣ ନାଁ ରେ ବାରମ୍ବାର ନୁଆ ଲାଇଟ ଲଗା ଯାଇଥିଲେ ମଧ୍ୟ କିଛି ଦିନ ପରେ ତାହା ଅଚଳ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମରାମତି ହୋଇ ନାହିଁ । ଶିକ୍ଷା କ୍ଷେତ୍ରରେ ୫-ଟି ନାଁରେ ବ୍ଲକର ୨୮ ସ୍କୁଲକୁ ରୁପାନ୍ତରିଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚକାଚକ କରାଯାଇଛି । ହେଲେ ଗୋଟିଏ ବି ଛାତ୍ର ଏ-୧ ପାଇ ନାହାନ୍ତି । ବିଭିନ୍ନ ଉନ୍ନୟନ କ୍ଷେତ୍ରରେ ଅଧିକାଂଶ କାମର ସୂଚନା ଦିଆଯାଇ ନାହିଁ । ଯାହା ଦ୍ୱାରା ଲୋକେ ଏହାର କାର୍ଯ୍ୟକାରିତା, ସଂସ୍ଥା , ଅନୁଦାନ ଉପରେ କିଛି ଜାଣି ପାରୁ ନାହାନ୍ତି । ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ବଡ ବଡ କର୍ମଚାରୀମାନେ ବ୍ଲକ ସଦର ମହକୁମାରେ ରହିବା କଥା। କିନ୍ତୁ ଅଧିକାଂଶ ଏଠାରେ ନରହି ଦୀର୍ଘ ୪୦ରୁ ୫୦ କିମି ଦୂରରୁ ଯିବା ଆସିବା କରୁଛନ୍ତି । ସେମାନେ ନିର୍ଦ୍ଧାରିତ ସମୟରେ ନ ପହଞ୍ଚି ବିଳମ୍ବରେ ପହଞ୍ଚି ଶିଘ୍ର ଘରକୁ ଫେରିବାର ଚିନ୍ତା କରିଥାନ୍ତି । ସେଥିମଧ୍ୟରେ ବ୍ଲକର ମୁଖ୍ୟ ଯନ୍ତ୍ରୀ ତଥା ସହକାରୀ ନିର୍ବାହୀ ଗୋଟିଏ ଉଦାହରଣ ମାତ୍ର । ଡୁଙ୍ଗୁରିପାଲିରେ ବସ୍ ଷାଣ୍ଡ, ଭଲ କଲ୍ୟାଣ ମଣ୍ଡପ, ଶୀତଳ ଭଣ୍ଡାର, ଷ୍ଟାଡିୟମ, ଏନଏସି, ଶବଦାହ କେନ୍ଦ୍ର, ସବ୍ ଡିଭିଜନ, କଲେଜରେ ବିଜ୍ଞାନ ବିଭାଗ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଦେଖିବାକୁ ମିଳିବ । ବର୍ତ୍ତମାନ ସରକାର ବଦଳି ଯାଇ ନୂତନ ସରକାର ଆସିଛି । କିନ୍ତୁ ଏଠାକର ବିଧାୟକ ବଦଳି ନାହାନ୍ତି । ଦେଖା ଯାଉ ଡୁଙ୍ଗୁରିପାଲିର ଉନ୍ନୟନ ଉପରେ କିଏ କେତେ ଗୁରତ୍ୱ ଦେଇ ସାବତ ଆଖ୍ୟାରୁ ଅଂଚଳକୁ ମୁକ୍ତି କରୁଛି ।


 


News Comment




Photo in News

Advertisment
Lastest News
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026

You Might Also Like