-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ପ୍ରଧାନ ଶିକ୍ଷକ ମେରୁଧର ପାତ୍ର ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

01-Jun-2024



ଡୁଙ୍ଗୁରିପାଲି, ତା ୧/୬ (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମେରୁଧର ପାତ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବରିଷ୍ଠ ସ୍ନାତକ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ମେରୁଧର ପାତ୍ରଙ୍କୁ ପେନସନ କାଗଜ ପତ୍ର , ଉପଢୌକନ, ମାନ ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଶ୍ରିପାତ୍ର ଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପଢୌକନ, ବିଭିନ୍ନ ଉପହାର ଓ ବୃକ୍ଷଚାରା ଉପହାର ପ୍ରଦାନ କରିଥିଲେ l ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଧା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ l ମାୟାବର୍ହା ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର , ନାଏବ ସରପଞ୍ଚ ସମ୍ପଦ ବାଗ, ଶିକ୍ଷାପ୍ରେମୀ ଭକ୍ତବନ୍ଧୁ ବାଗ , ଗ୍ରାମବାସୀ ଶିକ୍ଷକ ମନିକର ମାଝି , ଉତ୍ତର ଷାଣ୍ଢ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନନ୍ଦିଘୋଷ ମାଝି , ପୂର୍ବତନ ସଭାପତି ପଂଚୁ ଦୀପ୍, ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ, ଜିଲ୍ଲା ସ୍କାଉଟ ତାଲିମ ଅଧିକାରୀ ଦୀନବନ୍ଧୁ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ବିଦ୍ୟାଳୟ ପ୍ରତି ସମର୍ପଣ ଅତୁଳନୀୟ ବୋଲି କହିଥିଲେ ।

ଶିକ୍ଷୟତ୍ରୀ ଚୁମକି ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ମେରୁଧର ପାତ୍ର ନିଜ ବକ୍ତବ୍ୟ ରେ ନିଜ 27 ବର୍ଷ ଶିକ୍ଷକତା ଜୀବନର ବିଗତ ଦିନର କଥା ଓ ଛାତ୍ରଛାତ୍ରୀ ଙ୍କ ସ୍ନେହ ଶ୍ରଦ୍ଧା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀ ଙ୍କ ସେବା ରେ ନିଜକୁ ସମର୍ପଣ କରିବା ଏକ ଆଦର୍ଶ ଶିକ୍ଷକ ର ଗୁଣ ବୋଲି କହିଥିଲେ l ରାମପୁର ସି.ଆର.ସି.ସି ଡାକ୍ତର ପତି, ସମଲେଇଚୁଆଁ ସି ଆର ସି ସି ସୁରେଶ ପୂଜାରୀ, ଡୁଙ୍ଗୁରିପାଲି ସି. ଆର. ସି. ସି ଥବିର ଦୋରା, ବାଙ୍କୀପାଲି ସି.ଆର.ସି.ସି. ହାରାଧନ ବେରିଆ, ଗଜବନ୍ଧ ସି.ଆର.ସି.ସି ନରେନ୍ଦ୍ର ପୁରୋହିତ, ଚିନାଜୁରୀ ସି. ଆର.ସି.ସି ରମେଶ ଭୋଇ, ଇଚ୍ଛାପୁର ସି.ଆର.ସି.ସି ସୁଧାଂସୁ ସାହୁ,ଶିକ୍ଷକ ଶ୍ଯାମସୁନ୍ଦର ପଧାନ , ରାମଗୋପାଳ ଭୋଇ, ହେମସାଗର ବାଗ,ଶତ୍ରୁଘ୍ନ ମେହେର,ବିନୋଦ ବେହେରା,ରମାକାନ୍ତ ବିଶ୍ବାଳ ଚୈତନ୍ୟ ବାରିକ,ସଂଜୀବ ପୂଜାରୀ, ବିଭୀଷଣ ଖମାରୀ,ଗଙ୍ଗାପ୍ରସାଦ ପାଣ୍ଡିଆ,ଗୋବିନ୍ଦ ମାଝୀ, ଅରୁଣ ଥପା, ପ୍ରମୋଦ ବାରିକ,ଶିକ୍ଷୟିତ୍ରୀ କୁମୋଦିନୀ ମିର୍ଧା, ଗୀତାଞ୍ଜଳି ପୋଥାଳ, ମାଳତୀ ଭୁଏ ଉପସ୍ଥିତ ଥିଲେ l ସହକାରୀ ଶିକ୍ଷକ ଦୀପକ ସାହୁ  ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମିତା ପଧାନ,ତପସ୍ୱିନୀ ଦାସ,ଶିକ୍ଷକ ସୌରଭ ସାହୁ, ପୁରାତନ ଛାତ୍ରଛାତ୍ରୀ,ବ୍ଲକ ର ବିଭିନ୍ନ କ୍ଲଷ୍ଟର ରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ l ପୁରାତନ ଛାତ୍ରଛାତ୍ରୀ ମାନେ ପରିବେଶ ସଚେତନତା ର ବାର୍ତା ଦେଇ ନିଜ ପ୍ରିୟତମ ଗୁରୁଙ୍କୁ ଏକ ଆମ୍ବ ଗଛ ର ଚାରା ଓ ସହ ସୁସ୍ଥ ସବଳ ରହିବା ପାଇଁ ଏକ ସାଇକଲ  ଉପହାର ଦେଇଥିଲେ l ଏହି ଅବସରରେ ଏକ ଜଳ ଛତ୍ର ଓ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିଲା।

ସମସ୍ତ ଗ୍ରାମବାସୀ ଙ୍କ ଘର ଦୁଆର ଆଗରେ ଝୋଟି ସହ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା l ସନ୍ଧ୍ୟାରେ ସାହାଜବାହାଲରୁ ବଡ଼କର୍ଲେକୁ ବିରାଟ ପଟୁଆର ସହ ମା ଭଉଣୀ ଙ୍କ ହୁଳହୁଳି ସହ ଜନସାଧାରଣ ଙ୍କ ହରିବୋଲ ଧ୍ୱନୀ ରେ ପ୍ରକମ୍ପିତ ଗ୍ରାମ୍ୟ ଶୋଭାଯାତ୍ରା ରେ ଯାଇ ରଥରେ ବସାଇ ବିଦାୟୀ ଶିକ୍ଷକ ଙ୍କୁ ଘରେ ଛାଡି ଆସିଥିଲେ l ଆବାଳବୃଦ୍ଧ ବନିତାଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା l ବିଦାୟୀ ଶିକ୍ଷକ ଙ୍କ ସ୍ନେହ ଶ୍ରଦ୍ଧା ଓ ଶିକ୍ଷକତା କୁ ମନେପକାଇ ଗ୍ରାମବାସୀ ବାହୁନି ବାହୁନି କାନ୍ଦିଥିଲେ l  ତାଙ୍କ 14 ବର୍ଷ କାର୍ଯ୍ୟକାଳ ସମୟରେ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ବନ୍ଧୁ, ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ,ଗାରିମା ରୌପ୍ୟ ପଦକ,ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପରି ସମ୍ମାନ ର ଅଧିକାରୀ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like