-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ଜିଲ୍ଲା

ନରସିଂହଙ୍କ ଦେଓଗା ବ୍ଲକ ଗସ୍ତ- ମୁଣ୍ଡପଲାରେ ଚାଷୀ ଆନ୍ଦୋଳନ ରେ ସାମିଲ, ଗୌରଗୋଠ ଧାନ କିଣା କେନ୍ଦ୍ରକୁ ଅଚାନକ ପରିଦର୍ଶନ  

26-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) -ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତକୁ ଗସ୍ତ କରିଥିଲେ । ପ୍ରଥମେ ସେଠାରେ ସେ ମୁଣ୍ଡପଲା ଛକ ଠାରେ କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଦେବା ସହ କେନ୍ଦ୍ରର କଳା କୃଷି ଆଇନ କିଭଳି ଆଗାମୀ ଦିନରେ ଚାଷୀ ସମାଜ ତଥା ଦେଶର କୃଷି କେନ୍ଦ୍ରୀକ ଅର୍ଥନୀତିକୁ ବରବାଦ କରିଦେବ ସେ ଉପରେ ସଚେତନ କରିଥିଲେ । ସେ କହିଥିଲେ କେନ୍ଦ୍ରର କଳା କୃଷି ଆଇନ ଚାଷୀ ତଥା ଜନସାଧାରଣଙ୍କ ହିତ ପାଇଁ ନୁହେଁ ଏହା କେବଳ ଦେଶର ମୁଷ୍ଟିମେୟ ପୁଞ୍ଜିପତି କଂପାନୀ ମାଲିକଙ୍କ ହିତ ପାଇଁ ଉଦ୍ଦିଷ୍ଟ । ଏହି ଆଇନକୁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବେ ଫେରାଇ ନ ନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଦେଶବ୍ୟାପି ଚାଲିଥିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପରେ ଆମ ଦହନ ଏବଂ ରତାଖଣ୍ଡି ଠାରେ ସାଧାରଣ ଜନତାଙ୍କୁ ଭେଟି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ଲୋକଙ୍କ ଚାହିଦା ମୁତାବକ ଆଗାମୀ ଦିନରେ ଏହି ଅଂଚଳରେ କରିବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ବିଶେଷ କରି ଜଳସେଚନ, ବାର୍ଦ୍ଧକ୍ୟଭତ୍ତା, ଇନ୍ଦିରାଆବାସ ଯେମିତି ଯୋଗ୍ୟ ଲୋକମାନେ ପାଇ ପାରିବେ ତାର ଉପରେ ଆଲୋଚନା ହୋଇଥିଲା । ସେଠାରେ ଥିବା ପୋଖରୀର ଜଳ ଧାରଣ କ୍ଷମତା ବଢାଇବା ପାଇଁ ସେ ନିଜ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଗୌରଗୋଠ ଠାରେ ଉପସ୍ଥିତ ଥିବା ଚାଷୀମାନଙ୍କ ଠୁ ଧାନକିଣାକୁ ନେଇ ସମସ୍ୟା ଶୁଣିବା ପରେ ସେ ତୁରନ୍ତ ପାଖରେ ଥିବା ଧାନ କିଣା କେନ୍ଦ୍ର ପରିଦର୍ଶନରେ ବାହାରିଥିଲେ । ସେଠାରେ ଦେଖାଯାଇଥିଲା ଦାୟିତ୍ୱରେ ଥିବା ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଦେଇପାରି ନ ଥିଲେ । ଧାନର ମାନ ନିର୍ଦ୍ଧାରଣକୁ ନେଇ କୌଣସି ତଥ୍ୟ ସେଠାରେ ନ ଥିଲା । ଏପରି କି ଧାନକିଣା ରେଜିଷ୍ଟର ତଦାରଖ କଲାବେଳେ ଦେଖାଯାଇଥିଲା ଯେ ଧାନକିଣା ନୀତି ମୁତାବକ ପ୍ରତ୍ୟେକ ଧାନକିଣା କେନ୍ଦ୍ର ପ୍ରଥମେ ସେ ଅଂଚଳର କ୍ଷୁଦ୍ର ଚାଷୀମାନଙ୍କ ଧାନ କିଣିବା କଥା କିନ୍ତୁ ଏଠାରେ ଧାନକିଣା ନିତି ନିୟମକୁ ସମ୍ପୁର୍ଣ୍ଣ ଭାବେ ବେଖାତିର କରି ମଣ୍ଡି ଅଧିକାରୀମାନେ କ୍ଷୁଦ୍ର ଚାଷୀଙ୍କୁ ଅଣଦେଖା କରୁଛନ୍ତି । ଏପରିକି ସେଠାରେ ଉପସ୍ଥିତ ଥିବା ଅନେକ ଛୋଟ ବଡ ଚାଷୀ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଟୋକନର ବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ । ଏଠାରେ ମଧ୍ୟ କ୍ୱିଣ୍ଟାଲ ପିଛା ୪ ରୁ ର୫ କେଜି କଟନି ଛଟନି କରୁଥିବା ଅଭିଯୋଗ ଆସିଥିଲା ଏବଂ ଆଶ୍ଚର୍ଯ୍ୟ ବିଷୟ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନରେ ସେଠାରେ ଥିବା ମଣ୍ଡି ଅଧିକାରୀମାନେ କଟନି ଛଟନି କୁ ସ୍ୱିକାର କରିଥିଲେ । ଏବଂ ସେମାନେ ଏହା ମଧ୍ୟ ସ୍ୱିକାର କରିଥିଲେ ଧାନକିଣା କେନ୍ଦ୍ରରେ ଚାଷୀ ଏବଂ ମଣ୍ଡି କର୍ମଚାରୀଙ୍କ ବ୍ୟତିତ ଅନ୍ୟ କେହି ଉପସ୍ଥିତ ନ ରହିବା ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ମଣ୍ଡିରେ ମଲର୍ସ ନ ଆସିବା ପର୍ଯ୍ୟନ୍ତ ଧାନକିଣା ହେଉନାହିଁ ।

ଏହି ସବୁ ଅବ୍ୟବସ୍ଥା ଯଦି ନ ସୁଧୁରେ ତେବେ ଆଗାମୀ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ପରେ ଅର୍ଜୁନପୁର ଠାରେ ଉପସ୍ଥିତ ଥିବା ଏକ ଚାଷୀ ବୈଠକରେ ଶ୍ରୀ ମିଶ୍ର ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ଆଜିର ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଥିବା । ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ସାଧୁ ନାଏକ, ଅନନ୍ତ ଚୈାହାନ, ପ୍ରଫୁଲ୍ଲ ଦାଶ, ପପୁ ପାତ୍ର, ହିମାଂଶୁ ଗଡତ୍ୟା, କୁନା ସାହୁ, ମାଣିକ ପାତ୍ର, ସମିର ସାହୁ, ପ୍ରଶାନ୍ତ ରଣା, ବରିଷ୍ଠ ନାଗରିକ ସୂର୍ଯ୍ୟମଣି ସାହୁ, ସାହେବ ରଣା, ପ୍ରଦୀପ ପଣ୍ଡା, ସତ୍ୟ କାଲସାଏ, ଆନନ୍ତ ଚୈାହାନ, ହିମାଂଶୁ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like