-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||     

HOME   ଜିଲ୍ଲା

ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା, ୨୦ ଦିନ ପରେ ରହସ୍ୟ ଉନ୍ମୋଚନ

26-Dec-2020



ଭଞ୍ଜନଗର (ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅର୍ନ୍ତଗତ ନୂଆଗଡ଼ ପଞ୍ଚାୟତର ବଜ୍ରଗୁମା ଗ୍ରାମରେ ପୋକଶୁଙ୍ଗା ବୁଦା ମୂଳରୁ ଜଣେ ମହିଳାଙ୍କ ଦର ପୋଡ଼ା ଶବ ଗତ ୪ ତାରିଖ ଦିନ ଉଦ୍ଧାର ହୋଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପ୍ରଥମେ ହତ୍ୟା କରାଯାଇ ପରେ ପେଟ୍ରୋଲ୍‌ କିମ୍ବା କିରାସିନି ଢାଳି ପୋଡ଼ି ପ୍ରମାଣ ନଷ୍ଟ ଉଦ୍ୟମ ସ୍ପଷ୍ଟ ହୋଇଥିଲା। ଏନେଇ ଘଟଣାଦିନ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣାସ୍ଥଳରୁ ତଦନ୍ତ କରିବା ସହ କେସ୍‌ ନମ୍ବର ୩୦୦/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୀର୍ଘ ୨୦ ଦିନ ପରେ ପୁଲିସ୍‌ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରି ମହିଳାଙ୍କ ପରିଚୟ ଜାଣିବା ସହ ହତ୍ୟାକାରୀକୁ କାବୁ କରିବାରେ ସଫଳ ହୋଇଛି। ମୃତ ମହିଳା ଜଣକ ସୋରଡ଼ା ଥାନା ଲକ୍ଷ୍ମୀପୁର ଗ୍ରାମର ରାଜେନ୍ଦ୍ର ନାଇକଙ୍କ ସ୍ତ୍ରୀ ଅର୍ଚ୍ଚନା ନାଇକ(୨୪) ବୋଲି ପୁଲିସ୍‌ କହିଛି। ଅର୍ଚ୍ଚନାଙ୍କୁ ତା’ଙ୍କ ପ୍ରେମିକ ତଥା ସଂର୍ପକୀୟ ଦିଅର ସୀମାଞ୍ଚଳ ନାଇକ ହିଁ ହତ୍ୟା କରିଥିବା ଆଜି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ଏହି ଜଘନ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଦୁଇ ସହଯୋଗୀ ଜଗା ନାଇକ ଏବଂ ରଞ୍ଜନ କୁମାର ଜେନାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପରକୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ମୃତା ଅର୍ଚ୍ଚନା ବିବାହିତା ଓ ତାଙ୍କର ୨ ସନ୍ତାନ ଅଛନ୍ତି। ଅର୍ଚ୍ଚନାଙ୍କ ସହ ତାଙ୍କ ଘର ନିକଟରେ ରହୁଥିବା ସଂର୍ପକୀୟ ଦିଅର ସୀମାଞ୍ଚଳଙ୍କ ପ୍ରେମ ସଂର୍ପକ ଗଢି ଉଠିଥିଲା। ଏହା ମଧ୍ୟରେ ଉଭୟେ ଏ ବିଷୟରେ ସମସ୍ତଙ୍କୁ ଜଣାଇବା ସହ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଭୁବନେଶ୍ବର ଦେଇ ପଶ୍ଚିମବଙ୍ଗର ଦୁର୍ଗାପୁର ଚାଲି ଯାଇଥିଲେ। ସେଠାରେ ୬ ରୁ ୭ ମାସ ରହିବା ଭିତରେ ଅର୍ଚ୍ଚନା ଗର୍ଭବତୀ ‌ହୋଇଥିଲେ। ଏ ସମୟରେ ସେ ସୀମାଞ୍ଚଳକୁ ଲୁଚାଇ ନିଜର ପୂର୍ବ ସ୍ବାମୀ ସହ କଥାବାର୍ତ୍ତା ହେବା ସହ ପିଲାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଥିଲେ। ଏ ଖବର ସୀମାଞ୍ଚଳ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଅର୍ଚ୍ଚନା ଗାଁକୁ ଫେରି ଆସିବାକୁ ଜିଦ୍‌ ଧରିଥିଲେ। ଏହାପରେ‌ ଉଭୟେ ଘଟଣା ପୂର୍ବଦିନ ଆସି ପ୍ରଥମେ ଆସିକାରେ ପହଞ୍ଚି ଥିଲେ। ସେଠାରେ ପୁଣି ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ସୋରଡ଼ା ଆସିବା ବଦଳରେ ସୁରତ ଯିବା ପାଇଁ ସେମାନ‌େ ବ୍ରହ୍ମପୁର ଯାଇଥିଲେ।

ସୁରତ ଟିକଟ ନମିଳିବାରୁ ସେମାନ‌େ ପୁଣି ବସ୍‌ରେ ସୋରଡ଼ା ନିକଟ ବ୍ରାହ୍ମଣଦେଇ ଠାରେ ରାତିରେ ଓହ୍ଲାଇଥିଲେ। ସେଠା‌ରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ସୀମାଞ୍ଚଳ ସବୁ ଦିନ ପାଇଁ ଅର୍ଚ୍ଚନାଙ୍କୁ ରାସ୍ତାରୁ ହଟାଇ ଦେବା ଯୋଜନା କରିଥିଲା। ବାହାନା କରି ନିଜ ମାମୁ ପୁଅ ଭାଇ ସୁରମଣି ଗ୍ରାମର ଜଗା ଏବଂ ଭିଣୋଇ ରଞ୍ଜନକୁ ଫୋନ କରି ଡାକିଥିଲା। ସେମାନେ ଆସିବା ପରେ ସୀମାଞ୍ଚଳ ଅର୍ଚ୍ଚନା ପିନ୍ଧିଥିବା ଚୁନିରେ ହିଁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ତିନି ଜଣ ମିଶି ଅର୍ଚ୍ଚନାର ମୃତ ଦେହକୁ ବଜ୍ରଗୁମା ନିକଟସ୍ଥ ଏକ ବୁଦା ମୂଳରେ ଫୋପ‌ାଡ଼ି ଦେଇ ଘରକୁ ପଳାଇଥିଲେ। ବିଳମ୍ବିତ ରାତି ୩ ଟା ସମୟରେ ପ୍ରମାଣ ନଷ୍ଟ କରିବା ପାଇଁ ସୀମାଞ୍ଚଳ କିରାସିନି ନେଇ ଅର୍ଚ୍ଚନାଙ୍କ ଶବ ଉପରେ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ଅର୍ଚ୍ଚନାଙ୍କ ମୁହଁ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା ପୁଲିସ୍‌ ପକ୍ଷରେ କଷ୍ଟକର ହୋଇଥିଲା। ଏହାପରେ ଅର୍ଚ୍ଚନା ଗ୍ରାମ ଛାଡ଼ି ଯାଇଥିବା ପୁଲିସ୍‌ ଜାଣିବା ପରେ ସୀମାଞ୍ଚଳର ମୋବାଇଲକୁ ଟ୍ରାକ୍‌ କରିଥିଲା। ସୀମାଞ୍ଚଳ ଘଟଣା ଦିନ ଦୁଇ ସହଯୋଗୀ ସହ ବାରମ୍ବାର କଥାବାର୍ତ୍ତା ହେବା ଏବଂ ଘଟଣା ପରଠାରୁ ମୋବାଇଲ୍‌ ବନ୍ଦ ଥିବାରୁ ସୀମାଞ୍ଚଳ ଉପରେ ପୁଲିସର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା। ଦୁଇ ସହଯୋଗୀ ଜଗା ଓ ରଞ୍ଜନକୁ କାବୁ କରି ପୁଲିସ୍‌ ପଚରାଉଚୁରା କରିବା ପରେ ସେମାନେ ସବୁ ଘଟଣା ପୁଲିସ୍‌ ଆଗରେ ପ୍ରକାଶ କରିଥିଲେ। ଏହାପରେ ସୀମାଞ୍ଚଳ କେରଳରେ ଥିବା ଜାଣି ତାକୁ ପୁଲିସ୍‌ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି |


News Comment




Photo in News

Advertisment
Lastest News
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026

You Might Also Like