-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

*ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   (11-May-2024)       ||      ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   (11-May-2024)       ||      ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ    (11-May-2024)       ||      ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||      ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   (11-May-2024)       ||      ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   (11-May-2024)       ||      ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||     

HOME   ଜିଲ୍ଲା

ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର, ଆଇ.ଆର.ଏସ ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ :-

27-Apr-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ ) ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଵିଧିବଦ୍ଧ ନିର୍ବାଚନ ବିଜ୍ଞପ୍ତି ତା ୨୬/୦୪/୨୪ ରିଖ ଦିନ ପ୍ରକାଶିତ ହୋଇଯାଇଛି l ପ୍ରଥମ ଦିନ କେହି ଜଣେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ବେଳେ ଆଜି ଦ୍ଵିତୀୟ ଦିନରେ ନିର୍ବାଚନ ଖର୍ଚ୍ଚ ପରିଚାଳନା କୁ ନିରପେକ୍ଷ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ କାର୍ଯ୍ୟକାରିତା ଉପରେ ଭାରତ ନିର୍ବାଚନ କମିଶନ ଙ୍କ ଦ୍ୱାରା ନିଯୁକ୍ତ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି.ଶାହାକର, ଆଇ.ଆର.ଏସ. ସୁବର୍ଣ୍ଣପୁର ପହଞ୍ଚି ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ ଅଧିକାରୀ ତଥା ସଦସ୍ୟ ସଦସ୍ୟା ଙ୍କ ସହ ଖର୍ଚ୍ଚ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ  ଜିଲ୍ଲାରେ ନିର୍ବାଚନ  ସୁପରିଚାଳନା ନିମନ୍ତେ ନିଆଯାଇଥିବା ବିଧିବ୍ୟବସ୍ଥା ତଥା ପ୍ରସ୍ତୁତି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ l ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟସ ପ୍ରତାପ ଶ୍ରୀମଲ , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ନିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ସମସ୍ତ ଏ ଆର ଓ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ନିର୍ବାହୀତ କାର୍ଯ୍ୟକାରିତା ର ତଥ୍ୟ ଉପସ୍ଥାପନ କରିଥିଲେ l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଶାହାକର ନିର୍ବାଚନ ପରିଚାଳନା ରେ ସମ୍ପୃକ୍ତ ବିଭିନ୍ନ ନୋଡାଲ ଅଧିକାରୀ, ଫ୍ଲାଇଂସ୍କୁର୍ଡ, ସି-ଭିଜିଲ, ପୋଲିସ , ଅବକାରୀ, ଆୟକର, ବିକ୍ରିକର, ଅତିରିକ୍ତ ଖର୍ଚ୍ଚ ସହ ଗଣମାଧ୍ଯମ ନିରୀକ୍ଷଣ, ପେଡ୍ ନ୍ୟୁଜ୍ ଇତ୍ୟାଦି ଉପରେ ସମୀକ୍ଷା କରିଥିଲେ l ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତା ରେ ରେ ନିର୍ବାଚନ ପରିଚାଳନା କରିବାକୁ ନିର୍ଦେଶ ଦେଇଥିଲେ l ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ । ଏହା ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ପି.ଶାହାକର ବିଭିନ୍ନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା ଓ ପରିଚାଳନା ଉପରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   11-May-2024
  ଜିଲ୍ଲା  
ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   11-May-2024
  ରାଜନୀତି  
ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ   11-May-2024
  ଜିଲ୍ଲା  
ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   11-May-2024
  ଜିଲ୍ଲା  
ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   11-May-2024
  ଜିଲ୍ଲା  
ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   11-May-2024
  ଜିଲ୍ଲା  
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   11-May-2024
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024

You Might Also Like