-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ    (11-May-2024)       ||      ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||      ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   (11-May-2024)       ||      ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   (11-May-2024)       ||      ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||      ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ    (10-May-2024)       ||      ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ    (10-May-2024)       ||     

HOME   ରାଜନୀତି

କବର ପାଇବକି ବଲାଙ୍ଗୀର କଂଗ୍ରେସ ? ଶରତଗୋଷ୍ଠୀ ଛିନ୍ନଛତ୍ର ଆଶ୍ରୟସ୍ଥଳୀ ପାଲଟିଛି ବିଜେଡିଦଳ

27-Apr-2024



ବଲାଙ୍ଗୀର, :ଦୁର୍ନିତୀଗ୍ରସ୍ତ କଂଗ୍ରେସଦଳକୁ କବର ଦିଅ...କବର ଦିଅ । ଏହି ନାରା ଥିଲା ବଲାଙ୍ଗୀର କମ୍ୟୁନିଷ୍ଟ ଦଳର । ନେତୃତ୍ୱ ନେଉଥିଲେ ସେତେବେଳେ କମ୍ୟୁନିଷ୍ଠଦଳରେ ଥିବା ନରସିଂହ ମିଶ୍ର । ସେ ସମୟରେ କମ୍ୟୁନିଷ୍ଟର ଛାମୁଆ ସଂଗଠନ ଏଆଇଏସଏଫର ଛାତ୍ରନେତାମାନେ କଲେଜରୁ ରାଜରାସ୍ତା ପର୍ଯ୍ୟନ୍ତ ଏହାକୁ ପ୍ରଚାର କରୁଥିଲେ । ସେତେବେଳେ କଂଗ୍ରେସକୁ ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଜାନକି ପଟ୍ଟନାୟକ ଓ ବଲାଙ୍ଗୀରର ମୁଜାଫର ହୁସେନଖାନଙ୍କୁ ଜଣେ ଜଣେ ଦୁର୍ନିତୀଗ୍ରସ୍ତ ନେତା ଭାବରେ ଚିତ୍ରଣ କରି ବଦନାମ ମଧ୍ୟ କରାଯାଉଥିଲା । ସେଥିପାଇଁ କମ୍ୟୁନିଷ୍ଟଦଳରେ ଥାଇ ମଧ୍ୟ ନରସିଂହ ମିଶ୍ରଙ୍କୁ ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ଜନତାଦଳରୁ ଟିକେଟ ଦେଇ ଲୋଇସିଂହା ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥି କରିଥିଲେ । ନରସିଂହ ମିଶ୍ର ଜନତାଦଳ ଟିକେଟରେ ଜିଣି ବିଧାୟକ ହେଲାପରେ ଆଇନ ଓ ଦେବୋତ୍ତରବିଭାଗର ମନ୍ତ୍ରୀ ମଧ୍ୟ ହେଲେ । କିନ୍ତୁ ପରେ ପରିସ୍ଥିତି ଏପରି ବଦଳିଲା ଯାହାକୁ ବେଶି ବଦନାମ କରୁଥିଲେ ସେହି ଜାନକି ବାବୁ ନରସିଂହ ମିଶ୍ରଙ୍କୁ ନେଇ କଂଗ୍ରେସଦଳରେ ମିଶାଇଲେ । ୨୦୦୪ ମସିହାରେ ପୁଣିଥରେ ଲୋଇସିଂହା ଆସନରୁ ନରସିଂହ କଂଗ୍ରେସଦଳରୁ ବିଧାୟକ ହେଲେ । ସେତେବେଳେ ଚର୍ଚ୍ଚା ହୋଇଥିଲା କଂଗ୍ରେସକୁ କବରଦେବାର ପ୍ରକ୍ରୀୟା ଆରମ୍ଭ ହେଲା । ବଲାଙ୍ଗୀର ଜିଲ୍ଲାରୁ ଯାଇ ରାଜ୍ୟରେ ସକ୍ରୀୟ ଥିବା ଶରତ ପଟ୍ଟନାୟକଙ୍କୁ ଚେକମେଟ ଦେବାକୁ କୁଆଡେ ବିଚକ୍ଷଣ ରାଜନେତା ଜାନକୀବଲ୍ଲଭ ପଟ୍ଟନାୟକ ନରସିଂହ ମିଶ୍ରଙ୍କୁ କଂଗ୍ରେସକୁ ଆଣିଥିଲେ । ସତକୁ ସତ କଂଗ୍ରେସଦଳରେ ନରସିଂହ ମିଶ୍ରଙ୍କ ପତିଆରା ବଢିଚାଲିଲା । ୨୦୦୪ ମସିହାରେ ନରସିଂହ ବିରୋଧିଦଳ ଉପନେତା ଓ ପରେ ୨୦୧୪ ଓ ୨୦୧୯ରେ ବଲାଙ୍ଗୀରରୁ ବିଧାୟକ ହୋଇ ବିରୋଧିଦଳନେତା ଓ କଂଗ୍ରେସବିଧାୟକ ଦଳର ନେତା ହେଲେ । ରାଜ୍ୟ କଂଗ୍ରେସଦଳ ଓ ବଲାଙ୍ଗୀର କଂଗ୍ରେସ ରାଜନୀତି ନରସିଂହଗୋଷ୍ଠୀରେ କେନ୍ଦ୍ରିଭୁତ ହେଲା । କମ୍ୟୁନିଷ୍ଟ କମ୍ରେଡଙ୍କ ହାତରେ କଂଗ୍ରେସ ବୋଲି ଆଲୋଚନା ହେଲା । ଶରତ ଗୋଷ୍ଠୀଙ୍କ ପତିଆରା କମିଚାଲିଲା । ତେବେ ୨୦୦୪ ମସିହାରେ ରାଜ୍ୟରେ କଂଗ୍ରେସର ୩୮ଜଣ ବିଧାୟକ ଜିଣିଥିବା ବେଳେ ୨୦୧୯ ବେଳକୁ ଏହା ଖସିଆସି ୯ରେ ପହଞ୍ଚିଲା । ସେପଟେ ଶରତ ପଟ୍ଟନାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ଗୁଡବୁକରେ ରହିଥିଲେ ହେଁ ରାଜ୍ୟସଂଗଠନ କଥା ଭୁଲିଗଲେ । ସେଥିରେ ବେଶି ପରିମାଣରେ ବଲାଙ୍ଗୀର କଂଗ୍ରେସ କ୍ଷତିଗ୍ରସ୍ତ ହେଲା । ଜିଲ୍ଲାରେ ହେଭିୱେଟ ନେତା ଥିଲେ ହେଁ ଜିଲ୍ଲାପରିଷଦ ଓ ପୌରନିର୍ବାଚନରେ  ଦଳ ସଂପୂର୍ଣ୍ଣ ଫେଲ ମାରିଲା । ଦଳର ସ୍ଥିତି ଦୟନୀୟ ହେଲା । ନରସିଂହ ଗୋଷ୍ଠୀଙ୍କ ପତିଆରା ବୃଦ୍ଧିରେ ଶରତ ଗୋଷ୍ଠୀ କୋଣଠେସା ହେଲେ । ତଥାପି ବଲାଙ୍ଗୀରରେ ରାଜପରିବାରକୁ ଦୁଇଥର ହରାଇ ନରସିଂହ ଆହୁରି ମଜବୁତ ହେଲେ । ଦଳୀୟ ହାଇକମାଣ୍ଡଙ୍କ ପାଖରେ ନରସିଂହଙ୍କ କାଟତି ହେଲା । ସେପଟେ ଶରତଙ୍କୁ ଚେକମେଟ ଦେବାପାଇଁ ଜାନକି ପଟ୍ଟନାୟକ ଯେଉଁ ଚାଲ ଖେଳିଥିଲେ ସେଭଳି ଶରତ ପଟ୍ଟନାୟକ ନରସିଂହ ମିଶ୍ରଙ୍କୁ ବଲାଙ୍ଗୀର ଜିଲ୍ଲାରେ ଚେକମେଟ ଦେବାକୁ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ରଙ୍କୁ ୨୦୧୧ ମସିହାରେ କଂଗ୍ରେସକୁ ଆଣିଥିଲେ । ଆକାଶ ମିଶ୍ର ପାର୍ଲାମେଣ୍ଟ ସେଗମେଣ୍ଟରେ ପ୍ରଥମ ନିର୍ବାଚିତ ଯୁବକଂଗ୍ରେସ ସଭାପତି ଭାବରେ ଜିଣିଥିଲେ । କିନ୍ତୁ ଚତୁର ନରସିଂହଙ୍କ ଆଗରେ ସେ ବେଶିଦିନ ତିଷ୍ଟି ପାରିଲେ ନାହିଁ । ଦଳୀୟ କାର୍ଯ୍ୟକ୍ରମରେ ଆକାଶଙ୍କୁ ସେତେଟା ଗୁରୁତ୍ୱ ଦିଆଗଲା ନାହିଁ । ମୋଟ ଉପରେ ନରସିଂହ ମିଶ୍ର ଜିଲ୍ଲା ରାଜନୀତିକୁ ନିଜ କବଜାକୁ ନେଇ ମନମାନୀ କରୁଥିବା ଅଭିଯୋଗ ଉଠିଲା । ଶେଷରେ ଗତ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସଦଳରୁ ବରିଷ୍ଠ କଂଗ୍ରେସନେତା ତଥା ଜିଲ୍ଲା କଂଗ୍ରେସକମିଟିର ପୂର୍ବତନ ସଭାପତି ଭଗବାନ ବଗର୍ତ୍ତି,ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠନେତା ଲକ୍ଷ୍ମଣ ମେହେର,ବ୍ଲକ ଅଧ୍ୟକ୍ଷା ରୀନା ମେହେର,ବଲାଙ୍ଗୀରର ପୂର୍ବତନ ପୌରାଧ୍ୟକ୍ଷା ପ୍ରଦୀପ ସାହୁ,ଗିରିଧାରୀ ପତି ପ୍ରମୁଖ କଂଗ୍ରେସଦଳରୁ ଇସ୍ତଫାଦେଇ ବିଜେଡିଦଳକୁ ଚାଲିଯାଇଥିଲେ । ସେହିପରି ପୂର୍ବରୁ କଂଗ୍ରେସଛାଡି ବିଜେପିରେ ଥିବା ବାସୁଦେବ ପତି ମଧ୍ୟ ଦଳଛାଡି ବିଜେଡିରେ ଯୋଗଦେଇଥିଲେ । ଏବେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳିରେ ସମ୍ବଲପୁରରୁ ଜଣେ ଅଭିନେତା ମନୋଜ ମିଶ୍ରଙ୍କୁ ଡାକିଆଣି ନରସିଂହ ଟିକେଟ କରାଇଦେଲେ । ଯାହାକୁ ନେଇ କଂଗ୍ରେସଦଳରେ କମ୍ପନ ସୃଷ୍ଟି ହେଲା । ଏବେ ବଲାଙ୍ଗୀର କଂଗ୍ରେସଦଳ ନରସିଂହ କଂଗ୍ରେସ ହୋଇଯାଇଛି । ନରସିଂହଙ୍କ ସମର୍ଥକ ଆମେ ନରସିଂହ,ଆମେ ସମରେନ୍ଦ୍ର କଂଗ୍ରେସ ବୋଲି ନାରା ଦେଉଛନ୍ତି । ଜାତୀୟକଂଗ୍ରେସଦଳ ଏବେ ନରସିଂହ କଂଗ୍ରେସ ହୋଇଯାଇଛି । ଦଳୀୟଚିହ୍ନ କିମ୍ବା ଦଳିୟ ନେତୃତ୍ୱ ନାମନେଇ ଭୋଟ ମାଗିବା ବଦଳରେ ବଲାଙ୍ଗୀର ବିଧାୟକ ପ୍ରାର୍ଥି ନରସିଂହଙ୍କ ନାମରେ କେବଳ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି । ଫଳରେ କଂଗ୍ରେସଦଳରୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ,ଆକାଶ ମିଶ୍ର,ଏଆଇସିସି ସଦସ୍ୟ ବିଧୁଭୂଷଣ ତ୍ରୀପାଠୀ,ଅଶୀମ ପଟ୍ଟନାୟକ,ସୁଦାମ ସାହୁ ,ଚନ୍ଦ୍ରମଣୀ ତ୍ରୀପାଠୀ ପ୍ରମୁଖ ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସଦଳ ଛାଡି ବିଜେଡିଦଳରେ ସାମିଲ ହୋଇସାରିଛନ୍ତି । ମୋଟ ଉପରେ ଶରତ ପଟ୍ଟନାୟକ ଗୋଷ୍ଠୀରେ ଯେଉଁମାନେ ଥିଲେ ସେମାନେ ସମସ୍ତେ ନରସିଂହଙ୍କ କଂଗ୍ରେସଦଳରେ ମନମାନୀ କାରଣରୁ ଛିନ୍ନଛତ୍ର ହୋଇ ଦଳଛାଡି ବିଜେଡିଦଳରେ ଆଶ୍ରୟ ନେଇଛନ୍ତି । ଯେଉଁ ନେତା ଓ କର୍ମି ଦିନେ କଂଗ୍ରେସଦଳ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ହେଉଥିଲେ ସେମାନେ ଆଜି ସେହିଦଳରେ କୋଣଠେସା ହୋଇ ଅତିଷ୍ଠ ହେଲାପରେ ବାଧ୍ୟହୋଇ ଦଳଛାଡିବାକୁ ପଡୁଛି ବୋଲି ବିଧୁଭୂଷଣ ତ୍ରୀପାଠି କହିଛନ୍ତି । ମୁଖ୍ୟତଃ ଶରତ ପଟ୍ଟନାୟକଙ୍କ ନିସ୍କ୍ରିୟତା,ବିଧାୟକଦଳ ନେତା ନରସିଂହ ମିଶ୍ର ଓ ପ୍ରଚାର କମିଟିର ମୁଖ୍ୟ ଭକ୍ତଚରଣ ଦାସଙ୍କ ଏକଛତ୍ରବାଦୀ କାର୍ଯ୍ୟକଳାପକୁ ନେଇ ଅନେକ କଂଗ୍ରେସକର୍ମି ଓ ନେତା ଅସନ୍ତୁଷ୍ଟ ରହିଛନ୍ତି ବୋଲି ଦଳଛାଡୁଥିବା ନେତାମାନେ କହୁଛନ୍ତି । ଏବେ ସବୁ ଆଡେ ଚର୍ଚ୍ଚା କବରପାଇବା ରାସ୍ତାରେ କଂଗ୍ରେସ ଦଳ ।


News Comment




Photo in News

Advertisment
Lastest News
  ରାଜନୀତି  
ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ   11-May-2024
  ଜିଲ୍ଲା  
ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   11-May-2024
  ଜିଲ୍ଲା  
ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   11-May-2024
  ଜିଲ୍ଲା  
ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   11-May-2024
  ଜିଲ୍ଲା  
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   11-May-2024
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024
  ଜିଲ୍ଲା  
ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ   10-May-2024
  ଜିଲ୍ଲା  
ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   10-May-2024

You Might Also Like