-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   (11-May-2024)       ||      ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ    (11-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   (11-May-2024)       ||      ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   (11-May-2024)       ||      ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ    (11-May-2024)       ||      ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||      ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   (11-May-2024)       ||      ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   (11-May-2024)       ||      ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||     

HOME   ଜିଲ୍ଲା

ବାଲିକୁଦା - ଏରସମାରେ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ଜନମତ ଜୋରଦାର

27-Apr-2024



ଭୁବନେଶ୍ୱର:  ବାଲିକୁଦା - ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କର ସପକ୍ଷରେ ଜନମତ କ୍ରମଶଃ ଜୋରଦାର ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ମୂଳବାସିନ୍ଦା ୩୮ ବର୍ଷ ବୟସ୍କ ସତ୍ୟ, ଗାଁ ପୁଅ ହେବା ସାଙ୍ଗକୁ ଖୁବ୍ କମ ବୟସରେ ଜାତୀୟ ରାଜଧାନୀ କ୍ଷେତ୍ରର ଗୁରୁଗ୍ରାମଠାରେ ବ୍ୟାପାର ଜଗତରେ ବେଶ ସୁନାମ ଅର୍ଜନ କରିବା ବିଷୟ ତାଙ୍କ ସପକ୍ଷରେ ଯାଉଛି। ଶ୍ରୀ ମହାନ୍ତିଙ୍କର ଯୁବ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ୱଚ୍ଛ ଭାବମୂର୍ତ୍ତି, ସରଳ ପ୍ରକୃତି, ସଚ୍ଚୋଟ ଚରିତ୍ର, କଷ୍ଟ ସହିଷ୍ଣୁ ସ୍ଵଭାବ, ଶୃଙ୍ଖଳିତ ଆଚରଣ, ଭଦ୍ର ବ୍ୟବହାର, ପରୋପକାରୀ ମନୋଭାବ, ଉଦାରମନା ଆଚାର ଏବଂ ସର୍ବୋପରି ଗରିବ - ଗୁରୁବା ପ୍ରେମୀ ଦୃଷ୍ଟିଭଙ୍ଗୀକୁ ସାଧାରଣ ଭୋଟଦାତାମାନେ ବହୁତ ପସନ୍ଦ କରୁଛନ୍ତି। 

ବାଲିକୁଦାର ଏକ ସମ୍ମାନସ୍ପଦ ସମ୍ଭ୍ରାନ୍ତ ପରିବାରର ଯୋଗ୍ୟ ଦାୟଦ ସତ୍ୟଙ୍କର ଜେଜେ ବାପା ସ୍ୱର୍ଗତଃ ପର୍ଶୁରାମ ମହାନ୍ତି ଏହି ଇଲାକାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ଏବଂ ମଉସା ବିଶିଷ୍ଟ ଜନନାୟକ ତଥା ଲୋକସଭାର ପୂର୍ବତନ ବାଚ୍ଚସ୍ପତ୍ତି ରବି ରାୟ ଥିଲେ। ନିଜ ପରିବାରର ସୁଦୂର ପ୍ରସାରୀ ଲୋକ ସଂପର୍କ ଏବଂ ସୁବିସ୍ତୀର୍ଣ୍ଣ ଜନସୁନାମକୁ ଆଧାର କରି ସତ୍ୟ, ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଗାଁ ର ପାଣି, ପବନରେ ବଢ଼ିଥିବାରୁ ଶ୍ରୀ ମହାନ୍ତିଙ୍କର ସ୍ଥାନୀୟ ସମସ୍ୟାବଳୀ ଓ ଏଗୁଡ଼ିକର ସମାଧାନର ସୂତ୍ର ସମ୍ପର୍କରେ ବ୍ୟକ୍ତିଗତ ସ୍ତରରେ ଅନୁଭବ ରହିଛି। 

ବିଦ୍ୟାର୍ଥୀ ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ସତ୍ୟ, ବେଲବଣ ହାଇସ୍କୁଲ ଏବଂ ବାଲିକୁଦା କଲେଜରେ ଶିକ୍ଷାପ୍ରାପ୍ତି କରିବା ପରେ ବି.କମ୍ ଡିଗ୍ରୀ ଓ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ସଫଳତାର ସହିତ ହାସଲ କରିଛନ୍ତି। ନିଜର ଯଶଶ୍ଵୀ ପେଶାଦାରୀ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ମହାନ୍ତି ବହୁ ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ତାଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତା ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସି. ଏମ୍. ଏସ୍ ଗ୍ରୁପର ପ୍ରଶାସନିକ ଅଧିକାରୀ, ଇଲାଣ୍ଟସ୍ ଟେକ୍ନୋଲୋଜିର ପ୍ରଶାସନିକ ପ୍ରବନ୍ଧକ ଏବଂ ହଟଲ୍ୟାଣ୍ଡ ବେସ୍ ଓ ଜେ.କେ. ଆସୋସିଏଟସ୍ ଆଦି ରିଏଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଭାବରେ ଶ୍ରୀ ମହାନ୍ତି, ତାଙ୍କର ଅନନ୍ୟ କାର୍ଯ୍ୟଦକ୍ଷତା ପାଇଁ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିଛନ୍ତି। ୪୫୦ ଟି ପରିବାରକୁ ପୂର୍ଣ୍ଣକାଳୀନ ନିଯୁକ୍ତି ସୁଯୋଗର ଉପଲବ୍ଧ କରାଇଥିବା ଶ୍ରୀ ମହାନ୍ତି କୋଭିଡ୍ ମହାମାରୀ କାଳରେ ମଧ୍ୟ  ଏହି ପରିବାର ଗୁଡ଼ିକର ଭରଣପୋଷଣକୁ ଜାରୀ ରଖି ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସତ୍ୟଙ୍କର ଗଗନଚୁମ୍ୱୀ ସଫଳତା ତାଙ୍କୁ ନୂତନ ପିଢୀର ଜଣେ ପ୍ରଗତିଶୀଳ, ସକାରାତ୍ମକ ଏବଂ ବାସ୍ତବଧର୍ମୀ ଶିଳ୍ପୋଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରାଇଛି। 

୨୦୦୭ ମସିହାରେ ଶ୍ରୀ ମହାନ୍ତି ହରିୟାଣା ଠାରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ସେ ଦଳର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଚାର, ପ୍ରସାର କରିବାରେ ଲାଗିଛନ୍ତି। ଶ୍ରୀ ମହାନ୍ତିଙ୍କର ସକ୍ରୀୟ ଓ ସୁଦକ୍ଷ ନେତୃତ୍ୱ ଯୋଗୁଁ  ବାଲିକୁଦା - ଏରସମାରେ ବିଜେପିର ସଂଗଠନ ସୁଦୃଢ଼ ହେଉଥିବାର ଲକ୍ଷ୍ୟ କରାଯାଉଛି। ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଆନୁଗତ୍ୟ ତଥା ଜନତା ଜନାର୍ଦ୍ଦନଙ୍କର ସମୂହ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସାଧନା, ସତ୍ୟଙ୍କୁ ଏହି ଅଞ୍ଚଳର ଆଶା ଭରସାର ଆଲୋକବର୍ତ୍ତିକା ଭାବେ ଉଭା କରିସାରିଛି। 

ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କର ଆକଳନ ଅନୁଯାୟୀ ଯୁବ, ଶିକ୍ଷିତ, ମହିଳା, ଚାଷୀ ଏବଂ ଗରିବ ଗୁରୁବା ଭୋଟ ଦାତା ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ପ୍ରଚୁର ଆଶୀର୍ବାଦ ବଳରେ ବାଲିକୁଦା - ଏରସମା ଆସନରେ ସତ୍ୟସାରଥୀ ମହାନ୍ତି, ତାଙ୍କ ଜୀବନର ପ୍ରଥମ ନିର୍ବାଚନୀ ସଂଗ୍ରାମରେ ଜିତାପଟ ହାସଲ କରିବାର ସମ୍ଭାବନା ଦିନକୁ ଦିନ ଉଜ୍ଜଳରୁ ଉଜ୍ଜ୍ଵଳତର ହେବାରେ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   11-May-2024
  ଜିଲ୍ଲା  
ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   11-May-2024
  ଜିଲ୍ଲା  
*ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   11-May-2024
  ଜିଲ୍ଲା  
ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   11-May-2024
  ରାଜନୀତି  
ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ   11-May-2024
  ଜିଲ୍ଲା  
ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   11-May-2024
  ଜିଲ୍ଲା  
ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   11-May-2024
  ଜିଲ୍ଲା  
ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   11-May-2024
  ଜିଲ୍ଲା  
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   11-May-2024
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024

You Might Also Like