-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ଆକାଶ ପାଠକଙ୍କର ରିମାଣ୍ଡ ଶେଷ, ଏବେ ବାପା ଅଭୟକାନ୍ତଙ୍କ ପାଳି ଫ୍ଲାଇଟ ଟିକେଟ ବୁକିଂ ନେଇ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗକୁ ପଠାଉ ଥିବା ମେଲକୁ ଯାଞ୍ଚ କରୁଛି ପୁଲିସ

22-Dec-2020



ଭୁବନେଶ୍ବର,(ଶୁଭାଶିଷ ନାୟକ) : ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଆଜି ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟରେ ହାଜର ପରେ ସେ ଜେଲକୁ ଫେରିଛନ୍ତି । ଠକେଇ ମାମଲାରେ ଆକାଶଙ୍କ ଠାରୁ ପୁଲିସକୁ ବହୁ ତଥ୍ୟ ମିଳିଛି । ବିମାନ ବୁକିଂ ନେଇ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗକୁ ଯେଉଁ ମେଲ୍ ପଠାଉଥିଲେ ତାକୁ ତଦନ୍ତ ଘେରକୁ ନେଇଛି ପୁଲିସ । ତାଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଇ ମେଳ କରିବା ପାଇଁ ଫରେନସିକ୍ ଲାବରେଟୋରିକୁ ପଠାଯିବ । ସେହିପରି ସ୍କାଏ କିଙ୍ଗକୁ ଦିଆଯାଇଥିବା ଟଙ୍କାର ବିଲ୍ ମଧ୍ୟ ଜବତ କରିଛି ପୁଲିସ ।

ଆକାଶଙ୍କ ବାପା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୁଲିସ । ଅଭୟକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ଖାରବେଳନଗର ଥାନା ପୁଲିସ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି । ଆକାଶ ଠକେଇ କରିଥିବା ବେଳେ ବାକି ୬୫ ଲକ୍ଷ ଟଙ୍କା ଯେତେବେଳେ ସ୍କାଏ କିଙ୍ଗ ପକ୍ଷରୁ ମଗା ଯାଇଥିଲା ସେତେବେଳେ ଅଭୟକାନ୍ତ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୁଲିସ ମାମଲା ମଧ୍ୟ ରୁଜୁ କରିଛି । 

ସେହିପରି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଏହି ଠକେଇ ମାମଲାରେ ଜେରା ବେଳେ ଆକାଶ ବାପା ଅଭୟକାନ୍ତଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇଥିଲେ । ସେହି ତଥ୍ୟକୁ ଯାଞ୍ଚ କରିବା ଲାଗି ଅଭୟକାନ୍ତଙ୍କୁ ରିମାଣ୍ଡରେ ଆଣୁଛି ପୁଲିସ । କିନ୍ତୁ ଏ ନେଇ ପୁଲିସ ମୁହଁ ଖୋଲିବାକୁ ମନା କରି ଦେଇଛି । ଆସନ୍ତାକାଲି (ମଙ୍ଗଳବାର) ରିମାଣ୍ଡ ଆବେଦନର ଶୁଣାଣି ହୋଇପାରେ । ଅପରପକ୍ଷରେ କୋର୍ଟଚାଲାଣ ସମୟରେ ଆକାଶ ଗଣମାଧ୍ୟମକୁ କହିଥିଲେ ମୁଁ ଠକେଇ କରିନାହିଁ କି ଏ ସମ୍ପର୍କରେ ପୁଲିସ ଆଗରେ କିଛି ସ୍ୱୀକାର କରି ନାହିଁ ।

ସୂଚନାଯୋଗ୍ୟ, ଚାର୍ଟର ବିମାନ ଭଡ଼ା ଠକେଇ ନେଇ ଗତ ୧ ତାରିଖରେ ସ୍କାଏ କିଙ୍ଗ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା । ଆକାଶ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ବିମାନ ବୁକିଂ କରିଥିବା ଅଭିଯୋଗ ହୋଇଥିଲା । ସେ ଟାଟା ମୋଟର୍ସର କର୍ମଚାରୀ କି ନୁହେଁ ତାହା ଜାଣିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ଲେଖା ଯାଇଥିଲା । ଏହାର ଉତ୍ତର ଦେଇ ଟାଟା ମୋଟର୍ସ ପକ୍ଷରୁ କୁହା ଯାଇଥିଲା ଆକାଶ କେବେ ବି ତାଙ୍କର କର୍ମଚାରୀ ନ ଥିଲେ ।
ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ ଭାବୀ ପତ୍ନୀ!
ଆକାଶଙ୍କୁ କୋର୍ଟରେ ହାଜର କରାଯାଇ ଅଣା ଯାଉଥିବା ସମୟରେ ତାଙ୍କର ଭାବୀ ପତ୍ନୀ ବାହାରେ ଅପେକ୍ଷା କରିଥିଲେ। କଡ଼ା ସୁରକ୍ଷା ବଳୟରେ ଥିବା ଆକାଶଙ୍କ ସହ କିଛି କଥା ହେବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା । ଆଖିର ଇସାରାରେ କିଛି କଥାବାର୍ତ୍ତା ହୋଇଥିଲେ । ତେବେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ବୋଲି କୁହାଯାଉଛି । ଆକାଶଙ୍କୁ ପୁଲିସ ଗାଡ଼ିରେ ବସାଇ ନେଇ ଯାଇଥିଲା । ବିବାହର ମାତ୍ର ୧୫ ଦିନ ପୂର୍ବରୁ ଗିରଫ ଘଟଣାକୁ କେବେ ମଧ୍ୟ ସ୍ବପ୍ନରେ ଭାବି ପାରି ନ ଥିଲେ ଉଭୟ । ଏହି ଘଟଣାକୁ ସହଜରେ ହଜମ ମଧ୍ୟ କରିପାରୁ ନାହାନ୍ତି। ପୂର୍ବରୁ ମଧ୍ୟ ଥରେ ସେ କୋର୍ଟକୁ ଭେଟିବାକୁ ଆସିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like