-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ରାଜ୍ୟ

ଦୁଇ ପୁଅଙ୍କ ସହ କରୁଥିଲେ ଡେଟିଂ ନାବାଳିକା, ଦ୍ୱିତୀୟ ପ୍ରେମିକ ସହ ପଳାଉଥିବା ବେଳେ ଧରାପଡିଲେ ଛାତ୍ରୀ

22-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ): ପ୍ରଥମ ପ୍ରେମିକ ବେକାର ଥିବାରୁ ଦ୍ୱିତୀୟ ପ୍ରେମିକ ସହ ଯୋଡି ହୋଇଗଲେ ଦଶମ ଶ୍ରେଣୀ ଝିଅ । ଏଭଳି ଘଟଣା ଘଟିଛି ପୁରୀ ସହରରେ,

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ତାର ପ୍ରଥମ ପ୍ରେମିକ ପ୍ରେମର ସନ୍ତକ ଭାବେ ଏକ ମୋବାଇଲ ଫୋନ୍‌ ଉପହାରରେ ଦେଇଥିଲା । ମାତ୍ର ମୋବାଇଲ ଫୋନରେ ଦୁଇଟି ସିମ୍‌ କାର୍ଡ଼ ବ୍ୟବହାର କରି ପ୍ରେମିକ ଭାବେ ନାବାଳିକା ଦୁଇ ଜଣଙ୍କ ସହ ବର୍ତ୍ତାଳାପ କରୁଥିଲେ । ଦୁଇ ମାସ ଧରି ପ୍ରଥମ ପ୍ରେମିକକୁ ଛାଡି ଦ୍ୱିତୀୟ ପ୍ରେମିକ ସହ ବାର୍ତ୍ତାଳାପ ଜାରି ରଖିଥିବା ବେଳେ ନିଜ ପରିବାର ହାତରେ ଧରାପଡ଼ିଯିବା ପରେ ସେ ଦ୍ୱିତୀୟ ପ୍ରେମିକ ସହ ମୁମ୍ବାଇ ଚାଲିଯିବାକୁ ବାହାରିଥିଲେ । କିନ୍ତୁ ଠିକ୍‌ ସମୟରେ ତାଙ୍କୁ ପୁରୀ ରେଳ ଷ୍ଟେସନରେ ଦେଖି ତାଙ୍କ ପରିବାର ଓ ଆର୍‌.ପି.ଏଫ୍‌. କର୍ମୀମାନେ ଅଟକାଇଦେଲେ । 

ଆର.ପି.ଏଫ୍‌ଙ୍କ କହିବା ଅନୁଯାୟୀ ଗୋଟିଏ ଫୋନରେ ସେ ଦୁଇଟି ସିମ୍‌ କାର୍ଡ ବ୍ୟବହାର କରି ଜଣ ପ୍ରେମିକଙ୍କୁ ସମୟ ଦେଉଥିଲେ । ଫଳରେ ନାବାଳିକା ଜଣଙ୍କ ମାନସିକ ଚାପରେ ରହୁଥିଲେ ।  ମାତ୍ର ତାଙ୍କ ପାଖରେ ମୋବାଲ ଅଛି ବୋଲି ତାଙ୍କ ପରିବାର ସଦସ୍ୟ ଜାଣିନଥିଲେ ।  ରାତି ଅଧରେ ମୋବାଇଲ ଫୋନ୍ ରିଙ୍ଗ ହେବାରୁ ଏହି ରହସ୍ୟ ଖୋଲିଯାଇଥିଲା । ପରିବାର ଲୋକଙ୍କ ଗାଳି ଓ ତାଗିଦ୍‌ ସହି ନ ପାରି ସେ ଭୋରରୁ ଘରୁ ଲୁଚି ଫେରାର୍ ହୋଇଯାଉଥିବା ବେଳେ ପୁରୀ ରେଳ ଷ୍ଟେସନରେ ଧରାପଡ଼ିଥିଲେ ।

    ନାବାଳିକାଙ୍କ ୪୫ ବର୍ଷୀୟ ବାପାଙ୍କ କହିବା ଅନୁସାରେ ଝିଅଟି ପାଖରେ ମୋବାଇଲ ଫୋନ୍‌ ଥିବା ପରିବାର ଲୋକେ ଜାଣି ନ ଥିଲୁ । ‘‘ସେ ମୋବାଇଲ୍‌ ଫୋନଟିକୁ ଅତି ସାବଧାନତାର ସହ ବ୍ୟବହାର କରୁଥିଲା । ରୁମରେ କବାଟ ଦେଇ ପାଠ ପଢୁଛି ବୋଲି ଆମେ ଭାବୁଥିଲୁ, ହେଲେ ସେ ମୋବାଇଲରେ ଯୁବକମାନଙ୍କ ସହ କଥା ହେଉଥିଲା । ସେ ସବୁ ଦିନ ସାଇଲେଣ୍ଟ ବା ଭାଇବ୍ରେସନ ମୋଡରେ ଫୋନକୁ ରଖି କଥା ହେଉଥିବା ବେଳେ ଶନିବାର ମଧ୍ୟ ରାତ୍ରିରେ ତାହା କରି ନ ଥିବାରୁ ଫୋନଟି ରିଙ୍ଗ୍‌ ହୋଇଥିଲା । ଝିଅ ପାଖରେ ଏହି ମୋବାଇଲ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ତା’ ବାପା ଓ ମା’ ତାକୁ ଗାଳି କରି ତାଗିଦ କରିଥିଲେ । ସେହି ତାଗିଦକୁ ସହ୍ୟ କରି ନ ପାରି ସେ ଘର ଛାଡ଼ି ପଳେଇବାକୁ ବାହାରିଥିଲା । ମହାରାଷ୍ଟ୍ରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ବାଲେଶ୍ୱରର ଜଣେ ଯୁବକ ସହ ଦୁଇ ମାସ ତଳେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ହୋଇଥିଲା ଓ ଏହା ପ୍ରେମ ଦିଗକୁ ଗତି କରିଥିଲା । ପ୍ରଥମ ପ୍ରେମିକ ବେକାର ଥିବାରୁ ତାକୁ ଧୀରେ ଧୀରେ ଦୂରେଇ ଦ୍ୱିତୀୟ ପ୍ରେମିକ ସହ ସେ ଯୋଡ଼ିହୋଇ ଯାଇଥିଲି । 

ପୁରୀ ଆର୍‌.ପି.ଏଫ. ଥାନା ଅଧିକାରୀ ଅନିଲ ସିଂ କହିଛନ୍ତି ଯେ ‘‘ତାଙ୍କ ଦ୍ୱିତୀୟ ପ୍ରେମିକ ରିଜର୍ଭେସନ ଟିକେଟ କରି ନାବାଳିକାଙ୍କ ମୋବଇଲ ଫୋନକୁ ପଠାଇଥିଲା । ନାବାଳିକା ଜଣକ ପୁରୀ ରେଳ ଷ୍ଟେସନରେ ସକାଳ ୧୦ଟା ବେଳେ ନନ୍ଦନକାନନ ଏକ୍ସପ୍ରେସରେ ଭୁବନେଶ୍ୱର ଯାଇ ସେଠାରୁ କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଚାଲିଯିବାକୁ ସେ ପ୍ରସ୍ତୁତ ହୋଇଥିଲେ । ସକାଳ ୮ଟାରୁ ନାବାଳିକା ଝିଅଟି ଷ୍ଟେସନରେ ଏକା ବୁଲୁଥିବାର ଦେଖି ଆର.ପି.ଏଫ. ଟିମ୍ ଥାନାକୁ ଖବର ଦେବାରୁ ତାଙ୍କୁ ଧରିବା ସମ୍ଭବ ହୋଇଥିଲା,’’  ।

ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଚାହିଁଲେ ସୁଦ୍ଧା ନାବାଳିକା ଘରକୁ ଯିବେ ନାହିଁ ବୋଲି କହିବା ପରେ ତାଙ୍କୁ ଚାଇଲ୍ଡ ଲାଇନ୍ ସେଲ ର ହୋମରେ ରଖାଯାଇଥିଲା । ତା’ ପରେ ନାବାଳିକା ନିଜ ଭୁଲ ବୁଝିପାରିବା ପରେ କାଗଜପତ୍ର କାର୍ଯ୍ୟ ସାରି ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like