-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ବଲାଙ୍ଗୀର ଜିଲ୍ଲା ବଡ଼ମାଳ ସ୍ଥିତ ଗୋଲା ବାରୁଦ୍ କାରଖାନାରେ ବଡ଼ ଧରଣର ବିସ୍ପୋରଣ ଘଟିଥିବାର ଜଣା ପଡ଼ିଛି। ଆଜି ସନ୍ଧ୍ୟାରେ ଏହି ବିସ୍ପୋରଣ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳରେ ଏହାର କମ୍ପନ ସମସ୍ତେ ଅନୁଭବ କରିଥିଲେ। ସେପଟେ ମିଳିଥିବା ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାରେ ଥିବା ୧୦ ନମ୍ୱର୍ ୟୁନିଟ୍ ରେ ଆଜି ଏହି ବିସ୍ପୋରଣ ହୋଇଥିଲା। ତେବେ ଏହି ୟୁନିଟ କୁ ଡମ୍ପୟାର୍ଡ ଭାବରେ ବ୍ୟବହାର କରାଯାଏ । ଯେଉଁଥିରେ ବିପଦ ଜନକ ଆବର୍ଜନା ରଖା ଯାଇଥାଏ । ଆଜି ସନ୍ଧ୍ୟାରେ ଏହି ୟୁନିଟ ରେ କୌଣସି କାରଣ ବଶତଃ ବିସ୍ପୋରଣ ହୋଇଥିବା ବେଳେ ଏଠି ନିଆ ମଧ୍ୟ ଲାଗିଛି। ବଡ଼ମାଳ ଗୋଳାବାରୁଦ କାରଖାନାର ଅଗ୍ନିଶମ ବିଭାଗ ନୀଆକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିଛି। ଏହି ବିସ୍ପୋରଣ ଓ ନିଆରେ କ୍ଷୟକ୍ଷତି ର କୌଣସି ସୂଚନା ଆସି ନ ଥିବା ବେଳେ କେହି ଏଥିରେ ହତାହତ ହୋଇ ନ ଥିବାର ଜଣା ପଡ଼ିଛି। । ଏଠି ସୂଚନା ଥାଉ କି ଏହି ଗୋଳାବାରୁଦ କାରଖାନାରେ ଏଭଳି ଦୁର୍ଘଟଣା ନୀତି ଦିନିଆ ଅଟେ ଏବଂ ଅନେକ କର୍ମଚାରୀ ଏଥିରେ ଆହତ ହେବାର ନଜିର ରହିଛି।