-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
21-Sep-2023
ଗୁଡ଼ଭେଲା (ପଞ୍ଚାନନ ନାଏକ ): ଗୁଡଭେଳା ବ୍ଲକ ଓ ତୁଷୁରା ଏନଏସିର ବିଭିନ୍ନ ଗ୍ରାମରେ ବୁଧବାର ମହାସମାରୋହରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ପ୍ରଥମେ ନିଜ ନିଜ ଇଷ୍ଟଦେବୀଦେବାଙ୍କ ଠାରେ ନୂଆଁଧାନ ଅର୍ପଣ କରି ପୂଜାର୍ଚ୍ଚନା କରିବା ପରେ ଛୋଟମାନେ ବଡମାନଙ୍କୁ ପାଦଛୁଇଁ ଆର୍ଶୀବାଦ ନେଇଥିଲେ । ଏହାପରେ ବିଭିନ୍ନ ଗ୍ରାମରେ ନାଚଗୀତ ସହ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ନୂଆଁପଡା ଗ୍ରାମରେ ନୂଆଁଖାଇ ଭୋଟଘାଟ ଉତ୍ସବ ଅନୁଷ୍ଠିତ ହୋଇଥୂବା
ବେଳେ ପଶ୍ଚିମ ଓଡିଶା ସେବାସଂଘ ସଭାପତି ରାଜେଶ ବଗର୍ତ୍ତୀ, ବୃନ୍ଦାବନ ମେହେର, ଜୟଦେବ ପ୍ରଧାନ, ନବ ସାହୁ, ସୁବରଜା ପୁଟା ଆଦି ସହଯୋଗ କରିଥିଲେ । ଲୁର୍କୀ ଗ୍ରାମରେ
ମାଠିଆ ଫଟା, ଚୌକି ବସା, ଜୁଟି,ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଲେ ମୁଖ୍ୟ ଅତିଥି ସମରା ପଞ୍ଚାୟତ ସରପଞ୍ଚ ଗୁଲାପ ସେଠ ସମାନୀୟ ଅତିଥି ସୁରେଶ କୁମାର ସାହୁ ଗ୍ରାମର, ଭୁପାଳ ପ୍ରଧାନ, ଅଜୁ ପ୍ରଧାନ, ଡୁଳେଶ୍ୱର ଭୋଇ, ଅଭିରାମ ପ୍ରଧାନ,ବିକାଶ ପ୍ରଧାନ ଜଗଦୀଶ ଆଦି ସହଯୋଗ କରିଥିଲେ । ଅନ୍ୟ ପକ୍ଷରେ ଛାତ୍ର ଛାତ୍ରୀ ମାନକଙ୍କୁ ସମ୍ମାନିତ କରାଯାଇ ଥିଲା