-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ଜିଲ୍ଲା

ବିସ୍ଥାପିତଙ୍କୁ ଥଇଥାନ ପ୍ରସଙ୍ଗ..ଭୟର ବାତାବରଣରେ ବିସ୍ଥାପିତ ପରିବାର, ବିବାହ ବେଳେ ପ୍ରଶାସନର ବାଇଗଣ ରୂଆ,ଅବ୍ୟବସ୍ଥାରେ ଝାଙ୍କରପାଲି ବିସ୍ଥାପିତ କଲୋନୀ ଟିଣଘରେ ଗଳୁଛିପାଣି,ପୂର୍ବବକେୟା ପାଇଁ ସଂଯୋଗ ହେଉନି ବିଦ୍ୟୁତ

14-Jul-2023



ବଲାଙ୍ଗୀର(ପ୍ରେରଣା ଖବର))-ବଲାଙ୍ଗୀର ଜିଲ୍ଲାର ମାଗୁରବେଢାରେ ନିର୍ମାଣ ଚାଲିଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପକାମ ସରିବା ଉପରେ । ଚଳିତବର୍ଷ ଡେମରେ ପାଣି ଅଟକା ଯାଇସାରିଲାଣି । ଗାଁଗୁଡିକୁ ପାଣିପଶିବ ବୋଲି ଡେମସାଇଟର ଗ୍ରାମଗୁଡିକର ବିସ୍ଥାପିତଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ବିସ୍ଥାପିତଙ୍କୁ ସମସ୍ତ ପ୍ରାପ୍ୟ ନଦେଇ ତାଙ୍କୁ ଗାଁଛାଡିବାକୁ ବାଧ୍ୟ କରି ତାଙ୍କର ଘରେ ଜେସିବି ଲଗାଇ ଘର ଭାଙ୍ଗି ଦିଆଯାଉଛି । ତେବେ ଲୋକମାନେ ପୂର୍ବରୁ ବିସ୍ଥାପନକୁ ବିରୋଧ କରିଆସୁଥିଲେ ହେଁ ପୋଲିସ ଓ ପ୍ରଶାସନର ବଳ ଆଗରେ ମୁଣ୍ଡ ନୁଆଁଇଲେ । ତାଙ୍କର ପ୍ରାପ୍ୟନେଇ ଅନ୍ୟତ୍ର ଯିବାକୁ ହଁ ଭରିଲେ । ହେଲେ ଏବେ ଡେମରେ ପାଣିରଖିଲା ପରେ ପ୍ରଶାସନ ଗ୍ରାମବାସୀଙ୍କୁ ତଡିବା ଆରମ୍ଭ କରିଛି । ନୀୟମ କହୁଛି ବିସ୍ଥାପିତଙ୍କୁ ତାଙ୍କର ଉଚିତ ପ୍ରାପ୍ୟଦେଇ ତାଙ୍କୁ କଲୋନୀରେ ଥଇଥାନ କଲାପରେ ଘର ତଡିବା କଥା । ବିସ୍ଥାପିତ କଲୋନୀ ନିର୍ମାଣ କରାଇ ସେଠାରେ ଅସ୍ଥାୟୀ ଥଇଥାନଗୃହରେ ରଖାଇ ତାଙ୍କର ନିଜସ୍ୱଗୃହ ନିର୍ମାଣ କରାଇବାର ନୀୟମ ରହିଛି । ଯେଉଁ ବିସ୍ଥାପିତ କଲୋନୀରେ ଲୋକଙ୍କୁ ଯାଗା ଦିଆଯିବ ସେଠାରେ ପାନୀୟଜଳ,ବିଦ୍ୟୁତ,ଶିଶୁଙ୍କ ପାଇଁ ଅଙ୍ଗନୱାଡିକେନ୍ଦ୍ର,ସ୍କୁଲଘର,ଏଏନଏମ ସେଣ୍ଟର,କମ୍ୟୁନିଟିସେଣ୍ଟର,ପୂଜାପାଇଁ ମନ୍ଦିର ଇତ୍ୟାଦି ନିର୍ମାଣ କରାଯିବାର ନୀୟମ ରହିଛି ।

କିନ୍ତୁ ପ୍ରଶାସନ ଏବେ ଡେମରେ ପାଣି ରଖିଲାପରେ ଜଙ୍ଗଲତଳେ କେବଳ ମାଟିକୁ ହାଣି ସାମାନ୍ୟ ସମତୁଲକରି ସେଠାରେ ବିସ୍ଥାପିତଙ୍କୁ ଘରନିର୍ମାଣ କରି ରହିବାକୁ କୁହାଯାଉଛି । ପୂର୍ବରୁ ବଲାଙ୍ଗୀର ସଦାଇପାଲି,ଲର୍କିପାଲିରେ ବିସ୍ଥାପିତ କଲୋନୀ ନିର୍ମାଣ କରାଯାଇଥିôବା ବେଳେ ଏବେ ଝାଙ୍କରପାଲି,ଗେଡାବାଞ୍ଜିଛକ,ହର୍ଡାଟାଲ,ଢୁଲୁସର,କୁସମେଲ ଇତ୍ୟାଦି ଅଞ୍ଚଳରେ ବିସ୍ଥାପିତ କଲୋନୀ କରାଯାଉଛି । ବଲାଙ୍ଗୀର-ପାଟଣାଗଡ ରାସ୍ତାକଡେ ଝାଙ୍କରପାଲି ମୌଜାର ଜଙ୍ଗଲତଳେ ଗଡଶଙ୍କରଡୁଙ୍ଗୁରିପାଲିର ବିସ୍ଥାପିତ ପରିବାରଙ୍କୁ ଯାଗା ଦିଆଯାଇଛି । ପ୍ରତ୍ୟେକ ପରିବାରକୁ ୫ଡେସିମିଲ ହିସାବରେ ଜମି ଦିଆଯାଇଛି । ସେମାନେ ପାଇଥିବା ମୁଣ୍ଡପିଚ୍ଛା ସହାୟତା ଅର୍ଥରେ ଏଠାରେ ଗୃହନିର୍ମାଣ କରୁଛନ୍ତି । ଗଡଶଙ୍କର ଡୁଙ୍ଗୁରିପାଲିର ଅନେକ ପରିବାର ଆଜି ପର୍ଯ୍ୟନ୍ତ ଜମି ଓ ଗଛର ଟଙ୍କା ପାଇନାହାଁନ୍ତି । କିନ୍ତୁ ତଥାପି ସେମାନଙ୍କୁ ଘରୁ ଜବରଦସ୍ତ ତଡାଯାଇ ଏଠାରେ ଆଣି ରଖାଯାଇଛି ବୋଲି ଅଭିଯୋଗ ହେଉଛି । ତେବେ ଏଠାରେ ବିସ୍ଥାପିତଙ୍କ ପାଇଁ ପ୍ରଶାସନ ଅସ୍ଥାୟୀ ଟିଣଘର ନିର୍ମାଣ କରାଉଛି । ୧୨ଫୁଟ ଚଉଡା ଓ ୧୪ଫୁଟ ଲମ୍ବର ଏକ ଟିଣଘର କରାଯାଉଛି । ନୀୟମ ରହିଛି ଏହି ଘରପାଇଁ ତଳେ ଦଇଫୁଟର ସବବେସ କରାଯାଇ କଂକ୍ରୀଟଦେଇ ଲୁହାଏଙ୍ଗଲ ଲଗାଯିବ ଓ ଚାରିପଟେ ଟିଣ ଲଗାଯିବ । ଉପରେ ମଧ୍ୟ ଟିଣଆଜବେଷ୍ଟସ ଲଗାଯିବ । କିନ୍ତୁ ଝାଙ୍କରପାଲି ବିସ୍ଥାପିତ କୋଲନୀରେ ଅତିନିମ୍ନମାନର ଘର ନିର୍ମାଣ କରାଯାଉଛି । ସବବେସ ଅତିନମ୍ନମାନର ହେଉଥିବା ସେଠାରେ ରହୁଥିବା ଲୋକ ଅଭିଯୋଗ କରୁଛନ୍ତି । ତଳେ ବାଲିନେଇ କେବଳ ମାଟି ଓ ମୋରମ ଦେଇ ସବବେସ କରାଯାଉଥିବା ବେଳେ ଟିଣଘରୁ ବର୍ଷାରେ ପାଣି ମଧ୍ୟ ଗଳୁଛି ।  ଏହି ବିସ୍ଥାପିତ କଲୋନୀ ମଧ୍ୟଦେଇ ଜଙ୍ଗଲରୁ ଆସିଥିବା ନାଳ ବହିଯାଇଛି । ଗତଦୁଇଦିନ ତଳେ ପ୍ରବଳ ବର୍ଷାରେ ପାଣିଯାଇ ନପାରି ଅନେକ ଅନେକ ଲୋକଙ୍କ ଅସ୍ଥାୟୀଘରକୁ ପାଣି ପଶିଯାଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ରାତି କଟାଇଥିଲେ । ନାଳ ପାଣିକୁ ତଳକୁ ବହିଯିବାର ବ୍ୟବସ୍ଥା କରାଯାଇନଥିବାରୁ ବିସ୍ଥାପିତଙ୍କ ପାଇଁ ଏହା କାଳ ସାଜିଛି । ବିସ୍ଥାପିତ କଲୋନୀକୁ ଗତ ୨୦ଦିନ ହେଲା ଲୋକମାନେ ପରିବାର ଧରି ଆସି ଅସ୍ଥାୟୀ ଘରେ ରହୁଥିବା ବେଳେ ଗତ ଦୁଇଦିନ ତଳେ କଲୋନୀକୁ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେବଳ ବିଦ୍ୟୁତଖୁଣ୍ଟରେ ବଲ୍ୱ ଲଗାଯାଇଛି କିନ୍ତୁ ଘରକୁ ବିଦ୍ୟୁତ ସଂଯୋଗ କରାଯାଉନାହାଁନ୍ତି । ଜଙ୍ଗଲ କଡେ କଲୋନୀ ରହିଥିବାରୁ ବନ୍ୟଜନ୍ତୁ ଓ ବିଷଧର ସାପଙ୍କ ଭୟ ଥିବା ବେଳେ ପ୍ରଶାସନ ସେହି ସମସ୍ୟାକୁ ଦୃଷ୍ଟି ଦେଉନାହିଁ ।

ତେବେ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଲୋକଙ୍କ ପୂର୍ବରୁ ବହୁତ ପରିମାଣରେ ବିଦ୍ୟୁତବିଲ ବାକିଆଥିବା ଆଳ କରି ଟାଟାକମ୍ପାନୀ ବିସ୍ଥାପିତଙ୍କ ଘରକୁ ବିଦ୍ୟୁତ ସଂଯୋଗ କରୁନାହିଁ । ଆଜି ଆମେ ଏହି କଲୋନୀକୁ ଖବରସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଟାଟାକମ୍ପାନୀର କନିଷ୍ଠଯନ୍ତ୍ରୀ ଇଂ.ବଇଭବ ମଧୁକର ପାୱସଙ୍କୁ ପଚାରିବାରୁ ଆମକୁ ନିର୍ଦ୍ଦେଶ ରହିଛି ପୁରୁଣା ବିଲ ପଇଠ ନହେଲେ ବିଦ୍ୟୁତ ସଂଯୋଗ କରାଯିବ ନାହିଁ । ଏନେଇ ଲୋକମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ହେଁ ସେ ମଧ୍ୟ ବହୁତ ଟଙ୍କା ପାଇଛ ପୁରୁଣା ବିଦ୍ୟୁତବିଲ ଦେଇଦିଅ ବୋଲି କହିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।  ଗତ ଦୁଇମାସ ହେଲା ଏମାନେ ଚାଉଳ ମଧ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଫଳରେ ପ୍ରଶାସନ ବିସ୍ଥାପିତଙ୍କ ପ୍ରତି ସମ୍ବଦନଶୀଳ ନୁହଁନ୍ତି ବୋଲି ବିସ୍ଥାପିତ କଲୋନୀର ଅଭି ପଧାନ,ଶ୍ରୀମତୀ ସତ ପଧାନ ଓ ଅନ୍ୟମାନେ ଅଭଯୋଗ କରିଛନ୍ତି । ଝାଙ୍କରପାଲି ବିସ୍ଥାପିତ କଲୋନୀରେ ସ୍କୁଲଗୃହ,ଅଙ୍ଗନୱାଡିକେନ୍ଦ୍ର,ଏଏନଏମକେନ୍ଦ୍ର ନିର୍ମାଣ ସହିତ ତୁରନ୍ତ ସମସ୍ତଗୃହକୁ ବିଦ୍ୟୁତସଂଯୋଗକରିବା,ପାନୀୟ ଜଳ ଯୋଗାଣ କରାଇବାକୁ ବିସ୍ଥାପିତମାନେ ଦାବି କରିଛନ୍ତି । ଏହି ସବୁ ଅଭିଯୋଗ ବିଷୟରେ କଲୋନୀ ପରିଦର୍ଶନରେ ଯାଇଥିବା ବଲାଙ୍ଗୀର ଗୋଷ୍ଠୀଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ରଙ୍କୁ ପଚାରିବାରୁ ଖାଉଟିକାର୍ଡଗୁଡିକ ଅନଲାଇନରେ ଆବେଦନ କରି ପରିବର୍ତ୍ତନ କଲାପରେ ଚାଉଳ ପାଇବେ ବୋଲି କହିବା ସହିତ ଅନ୍ୟାନ୍ୟ ସମସ୍ୟାଗୁଡିକର ସମାଧାନ କରାଯାଉଛି ବୋଲି କହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like