-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||     

HOME   ଜିଲ୍ଲା

ଷ୍ଟାଫ ନର୍ସଙ୍କ ସ୍ଥାୟୀ ନିଯୁକ୍ତି କୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ କୁ ବିଜେପି ର ସମର୍ଥନ

10-Dec-2020



ସମ୍ବଲପୁର, (ଦେବାଶିଷ ବେହେରା) ଓଡିଶା ସରକାର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଖାଲି ପଡିଥିବା ବିଭିନ୍ନ ପ୍ରକାରର ପଦ ପଦବୀ ପୂରଣ ପାଇଁ ଆରମ୍ଭ କରିଛନ୍ତି ନିଯୁକ୍ତି ପ୍ରକ୍ରିୟା । କିନ୍ତୁ, ନିଯୁକ୍ତି ପ୍ରକ୍ରିୟା ର ଆରମ୍ଭରୁ ହିଁ ଶୁଭିଲାଣି ସରକାର ଙ୍କ ନୀତି କୁ ବିରୋଧ କରୁଥିବାର ସ୍ୱର । ଚଳିତ କୋଭିଡ-୧୯ ପରିସ୍ଥିତି ରେ କର୍ମଚାରୀ ଅଭାବ କୁ ଦୃଷ୍ଟି ରେ ରଖି ଗତ ମାର୍ଚ୍ଚ ମାସରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ରେ ଚୁକ୍ତିଭିତ୍ତିକ ବ୍ୟବସ୍ଥା ରେ ନିଯୁକ୍ତି ପାଇଥିଲେ ୨୫୦୦ ରୁ ଉର୍ଦ୍ଧ୍ଵ ଷ୍ଟାଫ ନର୍ସ । କୋଭିଡ ମହାମାରୀ ସମୟରେ ଗତ ୯ ମାସ ଧରି ନିଜ ଜୀବନ କୁ ବାଜି ଲଗେଇ ବିଭନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିକିତ୍ସାଳୟରେ ସେବାକାର୍ଯ୍ୟ କରି ଆସୁଛନ୍ତି ଏହି ଷ୍ଟାଫ ନର୍ସ ମାନେ । କିନ୍ତୁ ବର୍ତ୍ତମାନ ରାଜ୍ୟ ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦ ପଦବୀ ପୂରଣ ପାଇଁ ଜାରି କରାଯାଇଥିବା ବିଜ୍ଞାପନ ରେ ୬୪୩୨ ଷ୍ଟାଫ ନର୍ସ ପଦବୀ ପୂରଣ ର ଆବେଦନ ପତ୍ର ମଗାଯାଇଥିବା ବେଳେ, ଏହି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ ମାନଙ୍କ ପାଇଁ କୌଣସି ବିଷୟ ଉଲ୍ଲେଖ ନାହିଁ । ଏହାକୁ ନେଇ ରାଜ୍ୟ ରେ କାର୍ଯ୍ୟରତ ୨୫୦୦ ରୁ ଉର୍ଦ୍ଧ୍ଵ ଷ୍ଟାଫ ନର୍ସ ବର୍ତ୍ତମାନ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।
         ଏହି ମର୍ମରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଆନ୍ଦୋଳନ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ସମ୍ମୁଖରେ ଆରମ୍ଭ ହୋଇଛି ଏହି ଆନ୍ଦୋଳନ । ଆନ୍ଦୋଳନରତ ଷ୍ଟାଫ ନର୍ସ ଙ୍କର ଦାବୀ ହେଲା ଯେ....
ସମ୍ବଲପୁର ଜିଲ୍ଲା ପାଇଁ ୧୪୨ ଟି ଷ୍ଟାଫ ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ରେ ଉଲ୍ଲେଖ ରହିଛି । କୋଭିଡ-୧୯ ର ମୁକାବିଲା ପାଇଁ ଜିଲ୍ଲା ରେ ଦୁଇ ଟି ପର୍ଯ୍ୟାୟ ରେ ପ୍ରଥମେ ୨୯ ଓ ପରେ ୨୭ ଜଣଙ୍କୁ ମିଶାଇ ମୋଟ ୫୬ ଜଣ ଷ୍ଟାଫ ନର୍ସ ଙ୍କୁ ଚୁକ୍ତିଭିତ୍ତିକ ବ୍ୟବସ୍ଥା ରେ ନିଯୁକ୍ତି ଦିଆଯାଇଛି । ଆମର ଶିକ୍ଷାଗତ ଯୋଗ୍ୟତା ରହିଥିବା ବେଳେ କୋଭିଡ ଭଳି ବିପରୀତ ପରିସ୍ଥିତିରେ ସେବା କାର୍ଯ୍ୟ ସମ୍ପାଦନ କରିବାର ଅଭିଜ୍ଞତା ମଧ୍ୟ ରହିଛି । ଏଣୁ ଏହି ନିଯୁକ୍ତି ପ୍ରକ୍ରିୟାରେ ସମ୍ବଲପୁର ଜିଲ୍ଲା ସଙ୍ଗେ ସଙ୍ଗେ ରାଜ୍ୟ ର ସମସ୍ତ ଜିଲ୍ଲା ରେ କାର୍ଯ୍ୟରତ ଏଭଳି ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସ ଙ୍କୁ ଅଗ୍ରାଧିକାର ଦିଆଯାଉ ।
         ତିନି ଦିନ ଧରି ଚାଲିବାକୁ ଥିବା ଏହି ଆନ୍ଦୋଳନର ପ୍ରଥମ ଦିନରେ ଏହି ଆନ୍ଦୋଳନ କୁ ସମର୍ଥନ ଜଣେଇଛି ସମ୍ବଲପୁର ବିଜେପି । ବିଜେପି ଜିଲ୍ଲା ସଭାପତି *ଶ୍ରୀଯୁକ୍ତ ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀଙ୍କ ଦାବୀ କୁ ସମର୍ଥନ ଜଣେଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କର ଏଭଳି ଭୁଲ ଓ ଅମାନୁଷିକ ନୀତି କୁ ନିନ୍ଦା କରିଛନ୍ତି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଟେଲ । ଯେ କୌଣସି ସମୟରେ ଓ ଯେକୌଣସି ପରିସ୍ଥିତିରେ ଜିଲ୍ଲା ବିଜେପି ଏହି ନ୍ୟାର୍ଯ୍ୟ ଦାବୀ ପାଇଁ ଚାଲିଥିବା ଆନ୍ଦୋଳନ ସହିତ ରହିଛି ଓ ରହିଥିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।*
         ଆଜିର ଆନ୍ଦୋଳନରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝି, ନିଲାମ୍ବର ସିକନ୍ଦର, ରୂପେଶ କୁଅଁର, ସୌମିତ୍ର ଜତି, ସୁଧୀର ପରିଡା, କମଲଜିତ ସିଂ, ରାମ ଚନ୍ଦ୍ର ଭୋଇ, ଅନିଲ ଶାହା, ତପନ ମାଝି, ସନ୍ଦୀପ ଖଣ୍ଡେଲବାଲ, ଆଲୋକ ନାଏକ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026

You Might Also Like