-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଅସହାୟ ଗର୍ଭବତୀ ଝର,ଗର୍ଭବତୀ କରି ଫେରାର ଦୁଇ ଯୁବକ ଙ୍କୁ ଗିରଫ ନିର୍ଦ୍ଦେଶ ମନ୍ତ୍ରୀ ଦେଇ ସୁଦ୍ଧା ପ୍ରଶାସନ ନିରବ

08-Dec-2020



ଟିଟିଲାଗଡ଼, (ପ୍ରେରଣା ଖବର) :ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ,ବିଧାୟିକା ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଗର୍ଭବତୀ କରିଦେବା ଓ ଫେରାର ଥିବା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ସତ୍ୱେ ପୋଲିସ ପ୍ରଶାସନ ନିରବ ରହିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ସାତ ମାସର ଗର୍ଭବତୀ ଯୁବତୀ ଜଣଙ୍କ ଗର୍ଭପାତ କରିବେ ନା ସନ୍ତାନକୁ ପାଳିବେ,ଏପରି ସ୍ଥଳେ ଗ୍ରାମ ରୁ ନିଜ ପରିବାର ଓ ସମାଜ ଅଲଗା କରି ଦେଇଥିବା ରୁ ଟିଟିଲାଗଡ ନିକଟରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏବେ କେହି ସାହା,ଭରସା ନ ଥିବା ବେଳେ ବାରମ୍ବାର ଥାନାର ଦ୍ବାରସ୍ଥ ହେବା, ଅପରପକ୍ଷରେ ନିଜ ଚିକିତ୍ସା ଓ ଗର୍ଭବତୀ ଥିବା ସମୟରେ ଆବଶ୍ୟକ ପଦକ୍ଷେପ ପ୍ରଶାସନ ତରଫରୁ ଆଶା କର୍ମୀ ଙ୍କ ଠାରୁ ନ ମିଳିବା, ଦୁଇ ମୁଠା ଖାଇବାକୁ ନ ପାଇବା ପରିସ୍ଥିତି ରେ ସେ ନିଃସହାୟ ହୋଇ ପଡିଛନ୍ତି । 

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ସହ ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରି ତଥା ବିବାହର ପ୍ରଲୋଭନ ଦେଖାଇ ଝିଅକୁ ଧରି ଗାଁ ରୁ ଫେରାର ହୋଇଯିବା ଓ ନିଜ ର ସାଙ୍ଗ ସହ ସମ୍ପର୍କ ରଖିବାକୁ ବାଧ୍ୟ କରି ଦେଇ ଗର୍ଭବତୀ ଅବସ୍ଥାରେ ଯୁବତୀ ଙ୍କୁ ଛାଡ଼ିଦେଇ ଉଭୟ ଫେରାର ହୋଇଯିବା ପରି ଘଟଣା ବେଶ ହଟଚମଟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ କନର୍ଲା ଗ୍ରାମ ର ଝର ତାଣ୍ଡି (ଛଦ୍ମନାମ) ନାମ୍ନୀ ଜଣେ ୨୧ ବର୍ଷୀୟ ଯୁବତୀ ଙ୍କୁ ଉକ୍ତ ଗ୍ରାମର ଲଳିତ ଚନ୍ଦନ(୨୫) ନାମକ ଜଣେ ଯୁବକ ନିଜ ସାଙ୍ଗରେ ନେଇ ବେଙ୍ଗଲୋର ଫେରାର ହୋଇଯାଇଥିଲେ । ପ୍ରାୟ ଦୁଇ ମାସ ଲଳିତର ରହୁଥିବା ଘରେ ଉଭୟେ ସ୍ୱାମୀ ସ୍ତ୍ରୀ ପରି ରହିଥିଲେ,ଏପରି କି ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ଏକ କମ୍ପାନୀ ରେ ଲଳିତ କାମ କରି ବେଶ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । ହେଲେ 
ହଠାତ ଦିନେ ପୂର୍ବରୁ ଲଳିତ ଯୋଜନାବଦ୍ଧ ଭାବେ ତାର ଜଣେ ବନ୍ଧୁ ତାପସ ଜାଲ(୨୪) ସହ ଲଳିତ ଉକ୍ତ ଘରକୁ ଆଣି ପରିଚୟ କରାଇଦେଇ ସେ ବି ସାଙ୍ଗରେ ରହିବ ବୋଲି କହିଥିଲା । ଉକ୍ତ ବନ୍ଧୁ ଜଣକ ପୂର୍ବରୁ ବେଙ୍ଗଲୋରରେ ରହୁଥିଲେ । ଏ ନେଇ ଝର ଅରାଜି ହୋଇ ସୁଦ୍ଧା ନିରୁପାୟ ହୋଇଯାଇଥିଲେ । ପରେ ଲଳିତ ତାର ବନ୍ଧୁ ତାପସ ସହ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଝର କୁ କହିଥିଲା । ଏହା ଅସ୍ବୀକାର କରିବାରୁ ଉଭୟ ତାଙ୍କ ସହ ଜୋର, ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଓ ମାଡ଼ ଧର କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଆସୁ ଥିବା କହିଛନ୍ତି । ପ୍ରାୟ ପନ୍ଦର ଦିନ ପରେ ଲଳିତ କେଉଁ ଆଡେ ଚାଲିଯାଇଥିଲା । ସେ ନ ଫେରିବା ବେଳେ ତାପସ ଓ ସେ ପ୍ରାୟ ୬ ମାସ ଠିକ ଭାବେ ମିଶିରହିଥିଲେ । ଏ ସମୟ ମଧ୍ୟରେ ଝର ଗର୍ଭବତୀ ଥିବା ତାପସ ଜାଣିଥିଲା ।ତାପସ କୌଶଳ କ୍ରମେ ନିଜ ଗାଁ କୁ ଫେରିଯିବା ଓ ଘରେ କହି ଦୁହେଁ ବିବାହ କରିବେ  ବୋଲି କହି ବେଙ୍ଗଲୋର ରୁ ଟିଟିଲାଗଡ଼ କୁ ଆସି ରେଳ ଷ୍ଟେସନ ନିକଟରେ ଥିବା ମଦ୍ରାସୀ ଲାଜ ରେ ଥିଲେ ।  ଦୁହେଁ ପ୍ରାୟ ପାଞ୍ଚ ଦିନ ରହିଥିଲେ,ଷଷ୍ଠ ଦିନ ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ଉକ୍ତ ଲଜ ରେ ଛାଡି କେଉଁଆଡ଼େ ଚାଲିଯାଇଥିଲା । ତାପସ ନିଜ ମୋବାଇଲ ଝର ନିକଟରେ ଛାଡି ଦେଇ ଚାଲିଯାଇଥିବାରୁ ସେ ଆଉ ଯୋଗାଯୋଗ କରି ନ ପାରି ତିନି ଦିନ ଧରି ଅପେକ୍ଷା କରି ଶେଷରେ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।ଗ୍ରାମ ରୁ ଝର ଙ୍କ ମାଆ, ବାପା ଓ  ପରିବାର ଲୋକେ ଆସି ତାଙ୍କୁ ଲଜ ରୁ ଉଦ୍ଧାର କରିଥିଲେ।  ତୁରନ୍ତ ଏ ନେଇ ଟିଟିଲାଗଡ଼ ଥାନା ରେ ଝର ଓ ପରିବାର ଲୋକେ ଏତଲା ଦାୟର କରିଥିଲେ । ଏ ନେଇ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକା ଭାରତୀୟ ଦଣ୍ଡବିଧାନ ନିୟମ ଅନୁଯାୟୀ ସି ଆର ପି ସି ଧାରା ୧୪୫ ଅନ୍ତର୍ଗତ ଏକ ମାମଲା ସଂଖ୍ୟା -୪୩୮ କ୍ରମେ ଧାରା ୪୯୮-ଏ,୪୯୮,୪୧୭,୩୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ତେବେ ପ୍ରସବ ସମୟ ଆସିଯାଉଥିବା ବେଳେ ଝର ଦୁଃଖ ରେ ମର୍ମାହତ ହୋଇ ରହିଛି। ଏ ନେଇ ସ୍ଥାନୀୟ ବିଧାୟିକା ଓ ମହିଳା ଓ ସିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଙ୍କୁ ନିଜ ଗୁହାରୀୀ ଜଣାଇଥିଲେ। ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ଅପର ପକ୍ଷେ ଝର ର ଗ୍ରାମ ରେ ଏକ ସମାଜ ବୈଠକ ଆୟୋଜନ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନ ଥିଲା । ଉକ୍ତ ଅଭିଯୁକ୍ତ ଦୁଇ ଜଣ ବର୍ତ୍ତମାନ ନିଜ ପରିବାର ସହ ଫୋନ ଯୋଗେ ଯୋଗାଯୋଗ କରୁଥିବା ବେଳେ ଓ ସେମାନଙ୍କ ଠିକଣା ଥିବା ସତ୍ୱେ ପୋଲିସ କିଛି ପଦକ୍ଷେପ ଜାଣିଶୁଣି ନ ନେବା ଝର ଅଭିଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like