-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

02-Apr-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): , ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ୮୮ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ,ସଭାପତି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଓ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ  ସୁବ୍ରତ କୁମାର ନାୟକ, ପୌରଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, ଶିକ୍ଷାବିତ୍  ଶିବ ପ୍ରସାଦ ବେହେରା, ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ।ଅତିଥିଗଣ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ରମାନଙ୍କର ନିସ୍ୱାର୍ଥପର ତ୍ୟାଗ ଓ ଉଦ୍ୟମ ସମ୍ପର୍କରେ ସ୍ମୃତି ଚାରଣ ସହ ସମୃଦ୍ଧ ଓ ସଶକ୍ତ ଓଡିଶାର ସ୍ବପ୍ନକୁ ସାକାର

କରିବାରେ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।ଓଡ଼ିଶା ର ଭାଷା ,ସଂସ୍କୃତି, ଏତ୍ୟିହ, ପରମ୍ପରା, ଚଳଣି, ସାହିତ୍ୟ, ଅସ୍ମିତାକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ସହ ଏହାର ଉତରୋତ୍ତର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା।
ଏହି ଦିବସ ପାଳନ ଅବସରରେ ସକାଳ ୪.୩୦ ମଧ୍ୟରେ ମିନିଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଉତ୍କଳ ବନ୍ଦନା ତଥା ଦେଶାତ୍ମବୋଧକ ସଙ୍ଗୀତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ ହୋଇଥିଲା।ସକାଳ

୭.୩୦ ମି ସମୟରେ ସହରରେ ଅବସ୍ଥାପିତ ୧୪ ଗୋଟି ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ନିକଟସ୍ଥ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା।ସ୍ଥାନୀୟ ପୌରପରିଷଦ ଛକ ସ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ କୋର୍ଟ ପରିସର ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ପ୍ରତିମୂର୍ତ୍ତି ଠାରେ ଜିଲ୍ଲାପାଳ,କଳାହାଣ୍ଡି ,ଅତିରିକ୍ତ ଜିଲ୍ଲାପାଳ, ପୌରଧକ୍ଷା ଙ୍କ ସମେତ ବି ଏମ ହାଇସ୍କୁଲ ,ସତ୍ୟ ସାଇ ବିଦ୍ୟା ମନ୍ଦିର ର ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସରକାରୀ ଅଧିକାରୀ,ୱାର୍ଡ ସଭ୍ୟ , ଆଇନଜୀବୀ,ବୁଦ୍ଧିଜୀବୀ ଙ୍କ ଗ୍ରହଣରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା କରାଯାଇଥିଲା। ସଂଧ୍ୟା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ପ୍ରଦୀପ ପ୍ରଜ୍ବଳନ, ସଭାକାର୍ଯ୍ୟ ପରେ ହାଇସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା,ପ୍ରବନ୍ଧ ଓ ସାଧାରଣଜ୍ଞାନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରିଥିଲେ।ସେଭଳି ୨୦୧୭ ବର୍ଷ ପାଇଁ ମନୋନୀତ ଦୁଇ ଜଣ ଶିକ୍ଷକ ବୋର୍ଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସହଦେବ ବୁଦ୍ଧିଆ ଏବଂ ନର୍ଲାରୋଡ ସ୍ଥିତ ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କରଙ୍କୁ ମୁଖ୍ୟ ଅତିଥି ରାଜ୍ୟ ପୁରସ୍କାର ,ମାନପତ୍ର, ଟ୍ରଫି ଓ ୨୫୦୦୦ ଟଙ୍କା ର ଡ୍ରାଫ୍ଟ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାହାଣ୍ଡି କଳାକେନ୍ଦ୍ର, ଜେ କେ ସ୍କୁଲ ଅଫ ଡାନ୍ସ ,ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର,ସରସ୍ଵତୀ ଶିଶୁ ମନ୍ଦିର ବୃନ୍ଦାବତୀବିହାର ,ବୃନ୍ଦାବନ ସ୍ମାର୍ଟ ସ୍କୁଲ,ବିକାଶ ଆବାସିକ ବିଦ୍ୟାଳୟ, ସକ୍ଷମ ଡାନ୍ସ ଏକାଡେମୀ, ମୟୁରି ଡାନ୍ସ ଏକାଡେମୀ ସମ୍ବଲପୁରୀ, ଓଡିଶୀ ଓ ଲୋକ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ ଦଳଙ୍କୁ ମଧ୍ୟ ସାର୍ଟିଫିକେଟ ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ।ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ଏହି ଅବସରରେ ୧ ତାରିଖ ରାତ୍ରି ସମୟରେ ବିଭିନ୍ନ ସରକାରୀ, ବେସରକାରୀ କୋଠା ମାନଙ୍କରେ ଲିଚୁ ଲାଇଟ୍ ଦ୍ଵାରା ସୁସଜ୍ଜିତ କରାଯାଇଥିଲା l
ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟକ୍ରମର ପରିଚାଳନା ଓ ଆୟୋଜନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଏବଂ କାର୍ଯ୍ୟକ୍ରମକୁ ବିରଞ୍ଚି ମୁଣ୍ଡ ସଞ୍ଚାଳନ କରିଥିଲେ।ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ   ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, କଳାକାର ଅନୁଷ୍ଠାନ ର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like