-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
28-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ରାଜୀବ ନଗରର ରିଙ୍କୁ ଏକ ବାଇକ୍ ରେ ବଲାଙ୍ଗିର ରୁ ଟିଟିଲାଗଡ଼କୁ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲା l ତେବେ ବାହା ଘର ସାରି ଟିଟିଲାଗଡ଼ ରୁ ଫେରୁଥିବା ସମୟରେ ଆଜି ଦିନ ପ୍ରାୟ ୨ଟା ସମୟରେ ବଲାଙ୍ଗିର ସଦର ବ୍ଲକ ଖର୍ଲି କାନି ଠାରେ ବାଇକ୍ ଟି ଭାରସାମ୍ୟ ହରାଇ ଏକ ଗଚ୍ଛ ରେ ପିଟି ହୋଇଥିଲା l ତେବେ ଦୁର୍ଘଟଣାରେ ରିଙ୍କୁ ର ଗୋଡ ଭାଙ୍ଗି ଯାଇଥିବା ବେଳ ମୁହଁ ଓ ଛାତିରେ ଜୋର୍ ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ରିଙ୍କୁ ଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ଅସ୍ଥି ଶଲ୍ୟ ବିଭାଗରେ ଓ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ଡାକ୍ତର ମାନେ ରିଙ୍କୁ କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରିଛନ୍ତି l
l