-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||      *ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      *କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   (10-Jun-2026)       ||      ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା    (10-Jun-2026)       ||      ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି    (10-Jun-2026)       ||      *ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   (10-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   (10-Jun-2026)       ||      ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   (10-Jun-2026)       ||      ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   (10-Jun-2026)       ||      ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   (10-Jun-2026)       ||      *ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   (10-Jun-2026)       ||      *ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   (10-Jun-2026)       ||      ସମାଜସେବୀଙ୍କ ସ୍ମୃତିଚାରଣ ସଭା   (10-Jun-2026)       ||      *ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   (10-Jun-2026)       ||      ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   (10-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗିରର ପ୍ରଥମ ଏଫ୍‌ଏମ୍ ରେଡିଓ ଚ୍ୟାନାଲ ଉଦଘାଟିତ ଉଦଘାଟିତ ହେଲା ବଲାଙ୍ଗିରର ନିଜସ୍ୱ ଏଫ୍‌ଏମ୍ ଚ୍ୟାନାଲ ଅଞ୍ଚଳବାସୀଙ୍କ କଥା ଓ ବ୍ୟଥା ପ୍ରକାଶ ପାଇଁ ମଞ୍ଚ ଯୋଗାଇବ ଏଫ୍‌ଏମ୍ ୮୯.୬ ସାଧାରଣ ଲୋକଙ୍କ ସ୍ୱର ପାଲଟିବ ୮୯.୬ ଏଫ୍‌ଏମ

13-Feb-2023



ବଲାଙ୍ଗୀର (ପ୍ରେରଣା ଖବର) ଆଜି ବଲାଙ୍ଗିରର ପ୍ରଥମ ତଥା ନିଜସ୍ୱ ଏଫ୍‌ଏମ୍ ଚ୍ୟାନାଲ  ଇଣ୍ଡିଆନ ଏଫ୍‌ଏମ୍ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ହଳଧର ନାଗ ଓ ବଲିଉଡ ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ ଚ୍ୟାନାଲର ଲୋକାର୍ପଣ କରିଛନ୍ତି । ଚ୍ୟାନାଲର ଠିକଣା ଏଫ୍‌ଏମ୍ ୮୯.୬ ରହିଛି । ବିଶ୍ୱ ରେଡିଓ ଦିବସରେ ଲୋକାର୍ପିତ ହୋଇଥିବା ଏହି ଚ୍ୟାନାଲ ମଙ୍ଗଳବାର ଦିନଠୁ କଳା, ସଂସ୍କୃତି, କୃଷି, ନାଟକ, ମନୋରଞ୍ଜନ ଓ ସମ୍ବାଦ ପରିବେଷଣ ଆରମ୍ଭ କରିବ ବୋଲି ଚ୍ୟାନାଲ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ପାର୍କ ଲେଣ୍ଡ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇ ବଲାଙ୍ଗିରରେ ଏଭଳି ସୁଯୋଗ ଶୃଷ୍ଟି କରିଥିବା ଉଦ୍ୟୋକ୍ତାଙ୍କୁ ପ୍ରଶଂସା କରିଥିଲେ । ଏହି ଚ୍ୟାନାଲ ଆଗାମୀ ଦିନରେ ଅଂଚଳର ଲୋକ କଳା, ଭାଷା, ସଂସ୍କୃତିର ବାର୍ତ୍ତାବହ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି  ସିନେ କଳାକାର ମନୋଜ ମିଶ୍ର ଏଫ୍‌ଏମ୍ ଚ୍ୟାନାଲ କେବଳ ମେଟ୍ରୋ ସହରମାନଙ୍କରେ ଉପଲବ୍ଧ ହେଉଥିବାବେଳେ ବଲାଙ୍ଗିରର ନିଜସ୍ୱ ଏଫ୍‌ଏମ୍ ବଲାଙ୍ଗିର ତଥା ବାଲାଙ୍ଗିରବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ତାସହ ଏହି ଚ୍ୟାନାଲ ଅନେକ କଳାକାର ଶିଳ୍ପିଙ୍କୁ ଲୋକଲୋଚନକୁ ଆଣିବ ବୋଲି ଆଶା ପ୍ରକାଶ କରିଥିଲେ ।  ସାମ୍ବାଦିକ ମନୋରଞ୍ଜନ ଯୋଷୀ ରେଡିଓର ଯାତ୍ରା ଓ ଉପେଯାଗିତା ଉପରେ ଆଲୋକ ପ୍ରକାଶ କରିବା ସହ ଏହି ଚ୍ୟାନାଲ ଜନ ସାଧାରଣଙ୍କ ସ୍ୱର ପାଲଟି ପାରିଲେ ଚ୍ୟାନାଲର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଚ୍ୟାନାଲର ଅଧ୍ୟକ୍ଷ ରବି ରଞ୍ଜନ ପୁଜାରୀ  ଏଫ୍‌ଏମ୍ ୮୯.୬ ଏକ ସ୍ୱପ୍ନରୁ ସାକାର ରୁପ ନେବା ଦିଗରେ

ଲାଗିଥିବା ଦିର୍ଘ ୬ ବର୍ଷର ନିଜସ୍ୱ ଅନୁଭବ ପ୍ରକାଶ କରି ଏହି ଚ୍ୟାନାଲ ବିଭିନ୍ନ ପ୍ରତିଭାକୁ ବିଶ୍ୱ ଦରବାରରେ ପ୍ରକାଶିତ ହେବାର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଚ୍ୟାନାଲ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଅଂଚଳବାସୀଙ୍କ କଥା ଓ ବ୍ୟଥା ପ୍ରକାଶ ପାଇଁ ନିଜସ୍ୱ ମଞ୍ଚ ସୃଷ୍ଟି କରିବା ହିଁ ଚ୍ୟାନାଲର ଏକ ମାତ୍ର ଉଦ୍ଦେଶ୍ୟ । ଚ୍ୟାନାଲ ଅଗାମୀ ଦିନରେ ନିଜର ପ୍ରସାରଣ ପରିଧି ଓ କାର୍ଯ୍ୟକ୍ରମଗୁଡିକୁ ଲୋକାଭୀମୁଖି କରିବା ଦିଗରେ ନିରନ୍ତର କାମ କରିବ ବୋଲି କହିଥିଲେ । ରେଡିଓ ଜକି ସ୍ୱେତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଚ୍ୟାନାଲର କର୍ମକର୍ତ୍ତା ମୁରଲିଧର ପତି ଓ ଶ୍ରୀକାନ୍ତ ଦାଶ ଚ୍ୟାନାଲ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରଶାନ୍ତ ବେହେରା କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଭିନ୍ନ ମାନ୍ୟଗଣ୍ୟ ବକ୍ତି, କଳାକାର, ବୁଦ୍ଧିଜିବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ   10-Jun-2026
  ଜିଲ୍ଲା  
*ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
*କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   10-Jun-2026
  ଜିଲ୍ଲା  
ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା   10-Jun-2026
  ଜିଲ୍ଲା  
ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି   10-Jun-2026
  ଜିଲ୍ଲା  
*ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   10-Jun-2026
  ଜିଲ୍ଲା  
ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   10-Jun-2026

You Might Also Like