-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ଗୁରୁ ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ଉଦଘାଟିତ

12-Feb-2023



ସମ୍ବଲପୁର( ସଂଜୀବ ପାଣିଗ୍ରାହୀ)
ଓଡ଼ିଶା ରାଜ୍ୟରେ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଅନ୍ୟତମ ପୁରୋଧା, ଛାତ୍ରୀ ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ, ବିଶିଷ୍ଟ ସଂଗଠନ କର୍ତ୍ତା ଗୁରୁ ସ୍ବର୍ଗତ ବିଷ୍ଣୁ ପ୍ରସାଦ ପ୍ରଧାନ ଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ଉଦଘାଟନୀ ଅବସରରେ ବରିଷ୍ଠ ପ୍ରଶାସକ, ବିଶିଷ୍ଟ ଶିକ୍ଷାବିତ, ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଏବଂ ବହୁ ସଂଖ୍ୟାରେ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ବରପୁତ୍ରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଏହା ସଙ୍ଗେ ସଙ୍ଗେ 72 ବର୍ଷ ପୁରାତନ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ଓ ବିଦ୍ୟାଳୟର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି ଗତ ଫେବୃଆରୀ 10 ତାରିଖ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ପଦ୍ମ କେଶରୀ ପାର୍କ ପ୍ରାଙ୍ଗଣରେ ବିଷ୍ଣୁ ପ୍ରସାଦ ପ୍ରଧାନ ଜନ୍ମ ଶତ ବାର୍ଷିକୀ କମିଟି ଏବଂ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ମିଳିତ ଆନୁକୂଲ୍ୟରେ ଜନ୍ମ ଶତ ବାର୍ଷିକୀ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି | ଏହି ସମାରୋହରେ ସମ୍ବଲପୁର ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ, ବର୍ଷୀୟାନ ଶିକ୍ଷାବିତ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ବର୍ଗତ ପ୍ରଧାନ ଙ୍କ ଜୀବନାଦର୍ଶ ର ସ୍ମୃତିଚାରଣ କରିବା ପୂର୍ବକ ତାଙ୍କର ତ୍ୟାଗ, ସଂଗଠନ ମନୋଭାବ, ଶିକ୍ଷାଦାନ ଅନୁରକ୍ତି, ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ ସହ ସଂଗଠନ ମାଧ୍ୟମରେ ଅଧିକାର ହାସଲ ସମ୍ପର୍କରେ ଆଲୋକପାତ କରିଥିଲେ |

ବିଷ୍ଣୁ ଆଜ୍ଞା ସଦା ସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଉପରେ ଗୁରୁତ୍ୱ ଦେଉ ଥିବାରୁ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ କହିଥିଲେ | ଗୁରୁ ବିଷ୍ଣୁ ପ୍ରସାଦ ପ୍ରଧାନ ଜନ୍ମ ଶତ ବାର୍ଷିକୀ ଆୟୋଜନ କମିଟିର ଉପସଭାପତି ଶ୍ରୀଯୁକ୍ତ ବେଣୁ ମାଧବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ସଂଗଠନ ସମ୍ପାଦକ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ, ଉପସଭାପତି ଡାକ୍ତର ମହେନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଜନ୍ମ ଶତବାର୍ଷିକୀ କମିଟି ଏବଂ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ଆଗାମୀ ଦିନରେ ବିଷ୍ଣୁ ଆଜ୍ଞାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ, ତାଙ୍କ ନାମରେ ବିଦ୍ୟାଳୟର ନାମକରଣ, ସ୍ମରଣିକା ପ୍ରକାଶନ, ଶିକ୍ଷକ ଗୁରୁ ଗୌରବ ସମ୍ମାନ ସମାରୋହ ଆୟୋଜନ, ବର୍ଷବ୍ୟାପୀ ଏବଂ ରାଜ୍ୟବ୍ୟାପୀ ଜନ୍ମ ଶତ ବାର୍ଷିକୀ ପାଳନ ଏବଂ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ସେ ନିଜ ଉଦବୋଧନରେ କହିଥିଲେ |

ଏହି ଅବସରରେ ପୁରାତନ ଶିକ୍ଷକ ସହକର୍ମୀ ନିରଞ୍ଜନ ପ୍ରଧାନ, ସୀତାରାମ ଠାକୁର, ଚକ୍ରଧର ପାଣିଗ୍ରାହୀ, ସନ୍ତୋଷ ନାଥ, ବାଞ୍ଛାନିଧି ବାଗ, ଯୋଗେଶ ଚନ୍ଦ୍ର ଦାଶ, ଯୋଗେଶ ଧର, ଡିଲେଶ୍ୱର ସରାଫ, ସଚ୍ଚିଦାନନ୍ଦ ରାୟ, ରାମାଶିଷ ସାହୁ, ମହମ୍ମଦ ରସୁଲ, ବୀରବର ବିଶ୍ୱାଳ, ବଳରାମ ପଣ୍ଡା, ଚଞ୍ଚଳ ମିଶ୍ର, ଜାନକୀ ପଣ୍ଡା, ତପସ୍ୱିନୀ ପାଣିଗ୍ରାହୀ, ପଦ୍ମିନୀ ନାୟକ, ହରିପ୍ରିୟା ବହିଦାର, ଇନ୍ଦୁମତୀ ପଟେଲ, ସୁକାନ୍ତି ପ୍ରଧାନ, ବାଣୀ ରାୟ, ବନ୍ଦନା ମହାନ୍ତି, ତିଲୋତ୍ତମା ଶତପଥି, ସୁଧାମୟୀ ପାଣିଗ୍ରାହୀ ପ୍ରମୁଖ 25 ଜଣ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରା ଯାଇଥିଲା |ବରପୁତ୍ରଙ୍କ ପୂର୍ବତନ ଛାତ୍ରୀ ସୁଶ୍ରୀ ସୁଜାତା ଗୌନ୍ତିଆ, ଛାତ୍ର ଶ୍ରୀଯୁକ୍ତ ଅଶୋକ ପ୍ରଧାନ, ପୂର୍ବତନ ସହକର୍ମୀ ବରଗଡ଼ର ଭଗବାନ ପ୍ରଧାନ, ବଉଦର ନେତ୍ରାନନ୍ଦ ପ୍ରଧାନ, ଚକ୍ରଧର ପାଣିଗ୍ରାହୀ, ଗୋଲକ ଚନ୍ଦ୍ର ପାଢ଼ୀ, ଭାଗିରଥ ପ୍ରଧାନ ପ୍ରମୁଖ ବିଷ୍ଣୁ ଆଜ୍ଞାଙ୍କ ସ୍ମୃତି ଚାରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ ଙ୍କ ସଂଯୋଜନାରେ ମୁଦିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ କମିଟିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସୁଶାରୀ ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026

You Might Also Like